ହାଇଦ୍ରାବାଦ:ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ଟି ମ୍ୟାଚ ସରିଥିବା ବେଳେ ଆଉ 2ଟି ବାକି ରହିଛି । ଶେଷ ଦୁଇ ମ୍ୟାଚ ପାଇଁ ଭାରତୀୟ ଦଳରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଦଳରେ ଅଲରାଉଣ୍ଡର ତନୁଶ କୋଟିଆନଙ୍କୁ ସ୍ଥାନ ମିଳିଛି । ଅଶ୍ବିନୀଙ୍କ ଅବସର ତନୁଶଙ୍କୁ ନୂଆ ସୁଯୋଗ ଦେଇଛି । ଶେଷ ଦୁଇଟି ମ୍ୟାଚ ଏକାଦାଶରେ ତାଙ୍କ ନାମ ଆସିପାରେ। ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଯାଉଥିବା କ୍ରିକବୁଜ ରିପୋର୍ଟରୁ ଜଣାପଡିଛି ।
ତନୁଶ କୋଟିଆନ କିଏ ?
କୋଟିଆନ୍ ଜଣେ ଡାହାଣହାତୀ ଅଫ୍ ସ୍ପିନ୍ ବୋଲର, ସେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମ୍ରେ ରହିଛନ୍ତି । କୋଟିଆନ 22 ଡିସେମ୍ବର 2018 ରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ । 9 ମାର୍ଚ୍ଚ 2021 ରେ ବିଜୟ ହଜାରେ ଟ୍ରଫିରେ ତାଙ୍କର ଫାଷ୍ଟ କ୍ଲାସ ମ୍ୟାଚରେ ଡେବ୍ୟୁ କରିଥିଲେ। କୋଟିୟାନ୍ ହାରାହାରି 41.21 ରେ 33 ଟି ଫାଷ୍ଟ କ୍ଲାସ ମ୍ୟାଚ୍ ରେ 1525 ରନ୍ ସଂଗ୍ରହ କରିଛନ୍ତି ଏବଂ ହାରାହାରି 25.70 ରେ 101 ୱିକେଟ୍ ନେଇଛନ୍ତି।