ଓଡିଶା

odisha

ETV Bharat / sports

ସନ୍‌ ଡେ' ଡବଲ ଧମାକା: ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତର ମହା-ମୁକାବିଲା; ଜାଣନ୍ତୁ କେମିତି ଦେଖିବେ Free Live - IND vs PAK and IND vs BAN

Blockbuster Sunday : ସୁପର ସନ୍‌ ଡେ'ରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଡବଲ ଧମାକା । ଦୁବାଇରେ ଭାରତ-ପାକିସ୍ତାନ ଓ ଗ୍ବାଲିୟରରେ ଭାରତ-ବାଂଲାଦେଶ ମଧ୍ୟରେ ମହା-ଲଢ଼େଇ । ଅଧିକ ପଢ଼ନ୍ତୁ

IND VS PAK AND IND VS BAN
IND VS PAK AND IND VS BAN (IANS Photos)

By ETV Bharat Sports Team

Published : Oct 5, 2024, 1:29 PM IST

ହାଇଦ୍ରାବାଦ : 6 ଅକ୍ଟୋବର, ଅର୍ଥାତ୍ ରବିବାର ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବ୍ଲକ୍‌-ବଷ୍ଟର ଡେ' ହେବାକୁ ଯାଉଛି । ଏହିଦିନ ପ୍ରଶଂସକମାନଙ୍କୁ କ୍ରିକେଟର ଡବଲ୍‌-ଡୋଜ ମିଳିବାକୁ ଯାଉଛି । ଗୋଟିଏ ପଟେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଇସିସି ମହିଳା ଟି20 ବିଶ୍ବକପ୍‌ 2024ର ଦ୍ବିତୀୟ ମ୍ୟାଚ୍‌ରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧିନ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ମଧ୍ୟପ୍ରଦେଶର ଗ୍ବାଲିୟରରେ ବାଂଲାଦେଶକୁ ଧୂଳି ଚଟାଇବାକୁ ପଡ଼ିଆକୁ ଓହ୍ଲାଇବ । ଏହି ଖବରରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଆପଣ କେବେ ଓ କେଉଁଠାରେ ଏହି ମ୍ୟାଚ୍ ଗୁଡିକୁ ମାଗଣାରେ ଦେଖିପାରିବେ ।

IND vs PAK WOMENS T20 WORLD CUP 2024 (IANS Photos)

ଭାରତ-ପାକିସ୍ତାନ ଟି20 ବିଶ୍ବକପ୍‌ ଲଢ଼େଇ :-

ଆଇସିସି ମହିଳା ଟି20 ବିଶ୍ବକପ୍‌ର ସପ୍ତମ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ରବିବାର ଦିନ ପାକିସ୍ତାନ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଲଢ଼ିବ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ 6 ଅକ୍ଟୋବର (ରବିବାର) ଅପରାହ୍ନ 3:30ରୁ ଖେଳାଯିବ । ଏହି ମ୍ୟାଚ୍‌ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେଉଥିବାବେଳେ ଏହାର ଲାଇଭ୍ ଷ୍ଟ୍ରିମିଂ ଡିଜ୍‌ନି ପ୍ଲସ୍ ହଟଷ୍ଟାରରେ ଆପଣ ଫ୍ରି'ରେ ଦେଖିପାରିବେ । ଏହା ହେଉଛି ଭାରତୀୟ କ୍ରିକେଟ୍ ଦଳର ଦ୍ବିତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ 58 ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ପାକିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 31 ରନ୍‌ରେ ହରାଇ ଦୃଢ଼ ଆତ୍ମବିଶ୍ବାସର ସହ ଭାରତକୁ ସାମ୍ନା କରିବ ।

IND VS BAN T20 SERIES (IANS Photos)

ଭାରତ-ବାଂଲାଦେଶ ଟି20 ଟକ୍କର :-

ଭାରତ ଏବଂ ବାଂଲାଦେଶ ପୁରୁଷ ଦଳ ମଧ୍ୟରେ 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ୍‌ 6 ଅକ୍ଟୋବର, ରବିବାର ଆରମ୍ଭ ହେବାକୁ ଯାଉଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସୁପର ସନ୍‌ ଡେ'ର ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟି20 ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିବ । ଏହି ମ୍ୟାଚ୍ ମଧ୍ୟପ୍ରଦେଶର ଗ୍ୱାଲିଅରସ୍ଥିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ 6 ଅକ୍ଟୋବର (ରବିବାର) ସନ୍ଧ୍ୟା 7:00ରୁ ଖେଳାଯିବ । ଏହି ମ୍ୟାଚ୍‌ର ଲାଇଭ ଟେଲିକାଷ୍ଟ ସ୍ପୋର୍ଟସ 18ରେ ହେବ । ଆପଣ ଜିଓ ସିନେମାରେ ମଧ୍ୟ ଫ୍ରି'ରେ ଏହି ମ୍ଯାଚ୍‌ର ଲାଇଭ ଷ୍ଟ୍ରିମିଂ ଦେଖି ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details