ବେଜିଂ:ଚୀନ୍ରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଅପରାଜୟ ରହିଛି ଭାରତୀୟ ପୁରୁଷ ହକି ଟିମ୍ । ତୃତୀୟ ମ୍ୟାଚରେ ଭାରତୀୟ ଦଳର ଗୋଲ ବର୍ଷା । 8-1 ଗୋଲରେ ମାଲେସିଆକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିରେ ପ୍ରବେଶ କରିଛି ମେନ ଇନ ବ୍ଲୁ ଟିମ୍ । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖି ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ଭାରତ । ଏହି ମ୍ୟାଚରେ ରାଜକୁମାର ପାଲ ହ୍ୟାଟ୍ରିକ୍ ଗୋଲ ଦେଇଥିବା ବେଳେ ଅରିଜିତ ସିଂ ହୁଣ୍ଡାଲ ଦୁଇଟି ଗୋଲ୍ ଦେଇ ଭାରତକୁ ବିଜୟୀ କରାଇଥିଲେ ।
ରାଜକୁମାରଙ୍କ ହ୍ୟାଟ୍ରିକ ଗୋଲ୍:ପ୍ରଥମ ତିନି କ୍ୱାର୍ଟରରେ ମିଡଫିଲ୍ଡର ରାଜକୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇ ଦଦଳ ବିଜୟୀ ହେବାରେ ମୁଖ୍ୟ ଭମିକା ନେଇଥିଲେ । ସେହିପରି ହୁଣ୍ଡାଲ ପ୍ରଥମ ଏବଂ ତୃତୀୟ କ୍ୱାର୍ଟରରେ ଗୋଲ କରିଥିଲେ। ପେନାଲ୍ଟି କର୍ଣ୍ଣରରେ ଯୁଗରାଜ ସିଂ ଏବଂ ହରମାନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସେହିପରି ତୃତୀୟ କ୍ବାଟରରେ ଉତ୍କଳ ସିଂ ଅଷ୍ଟମ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟ ଧାରା ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମ ମୁକାବିଲାରେ ଚୀନକୁ 3-0 ଓ ଦ୍ବିତୀୟ ମୁକାବିଲାରେ 5-1 ଗୋଲରେ ଜାପାନକୁ ପରାସ୍ତ କରିଥିଲା ଭାରତ ।