ଓଡିଶା

odisha

ସଙ୍ଘର୍ଷମୟ ଜୀବନକୁ ମିଳିଲା ସଫଳତା; ଦିନେ ଥିଲେ ଅସହାୟ, ଆଜି 'ଫାଇଟର ଗାର୍ଲ' - Fighter Girl of Balangir

By ETV Bharat Sports Team

Published : Aug 14, 2024, 10:56 PM IST

Fighter Girl of Balangir: ଦିନେ ଅସହାୟ ଜୀବନ ଜୀଉଁଥିଲେ, ପରିଚୟ ନଥିଲା । ହେଲେ ଏବେ ଦୃଢ ଇଚ୍ଛାଶକ୍ତି ଯୋଗୁଁ ସେ ପାଲଟିଛନ୍ତି ବଲାଙ୍ଗୀର ତଥା ଓଡ଼ିଶାର ଗର୍ବ । ଏବେ ସେ ପାଇଛନ୍ତି ନୂଆ ପରିଚୟ ବଲାଙ୍ଗୀରର 'ଫାଇଟର ଗାର୍ଲ' । ଜାଣନ୍ତୁ କିଏ ଏହି ଫାଇଟର ଗାର୍ଲ,

Fighter Girl of Balangir
Fighter Girl of Balangir (ETV Bharat Odisha)

ବଲାଙ୍ଗୀର: ଦିନ ଥିଲା, ସେ ଅସହାୟ ଜୀବନ ଜୀଉଁଥିଲେ । ଦୁନିଆ ବିଷୟରେ କିଛି ଜାଣିବା ପୂର୍ବରୁ ସେ ବାପା ମାଆଙ୍କୁ ହରାଇଥିଲେ । ହେଲେ ତାଙ୍କ ପରିଶ୍ରମ ଏବେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ସେ ବଲାଙ୍ଗୀର ତଥା ଓଡ଼ିଶାର ପାଲଟିଛନ୍ତି ଗର୍ବ । କିକ୍‌ ବକ୍ସିଂରେ ସେ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ଜାତୀୟସ୍ତରରେ ବ୍ରୋଞ୍ଜ ମେଡାଲ ଜିତି ଏବେ ବଲାଙ୍ଗୀରର 'ଫାଇଟର ଗାର୍ଲ' ଭାବରେ ପାଇଛନ୍ତି ପରିଚୟ ।ଏଭଳି ପ୍ରେରଣା ଦାୟୀ କାହାଣୀ ହେଉଛି ବଲାଙ୍ଗୀରର ଜଣେ ଝିଅ ଚନ୍ଦ୍ରକାନ୍ତି କୁମ୍ଭାରଙ୍କର ।

ସଙ୍ଘର୍ଷମୟ ଜୀବନକୁ ମିଳିଲା ସଫଳତା (ETV Bharat Odisha)

ସଙ୍ଘର୍ଷମୟ ଜୀବନକୁ ମିଳିଲା ସଫଳତା :-

ଛୋଟ ବୟସରେ ଚନ୍ଦ୍ରକାନ୍ତି ଅସହାୟ ହୋଇଯାଇଥିଲେ । ଦୁଃଖ କଷ୍ଟରେ ଜୀବନ ଜୀଉଁଥିବାବେଳେ ବଲାଙ୍ଗୀର ପାର୍ବତୀ ଗିରି ବାଳନିକେତନ ତାଙ୍କର ଆଶ୍ରୟ ପାଳିଟିଥିଲା । ଗତ 2018ରୁ ସେ ଏଠି ରହିଥିଲେ । ତାଙ୍କର କୌଣସି ପରିଚୟ ନଥିଲା । ଜୀବନ ତାଙ୍କ ପାଇଁ ଏକ ବଡ଼ ସଙ୍ଘର୍ଷଭରା ଥିବାବେଳେ ଏକ ସଫଳ ଯୋଦ୍ଧା ଭାବରେ ସେ କୋମଳ ବୟସରୁ ହିଁ ଲଢେଇ ଆରମ୍ଭ କରିଥିଲେ । ଏବେ ସେ ଆଇଟିଆଇରେ ପାଠ ପଢୁଛନ୍ତି । ଏହାରି ମଧ୍ୟରେ ତାଙ୍କୁ ଏହି ସୁଯୋଗ ମିଳିଥିଲା । ଜଣେ ଦକ୍ଷ କରାଟେ କୋଚ୍‌ ଚନ୍ଦ୍ର ଶେଖର ସେଠଙ୍କଠାରୁ ସେ କୋଚିଂ ନେବା ଆରମ୍ଭ କରିଥିଲେ । କିକ୍‌ ବକ୍ସିଂ ଖେଳରେ ତାଙ୍କର ରୁଚି ଦେଖି ପାର୍ବତୀ ଗିରି ବାଳନିକେତନ କର୍ତ୍ତୃପକ୍ଷ ଯଥାସମ୍ଭବ ତାଙ୍କୁ ସୁବିଧା ଯୋଗାଇ ଦେଇଥିଲେ । ତେବେ ଏହାର ପରିଣାମ ସ୍ବରୂପ ସେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସଫଳ ହେବା ଆରମ୍ଭ କରିଥିଲେ । ତେବେ ଟିଟିଲାଗଡ଼ରେ ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଇଭେଣ୍ଟରେ ସେ ସିଲଭର ମେଡାଲ ପାଇଥିବାବେଳେ ଜାତୀୟସ୍ତରରେ ଓଡିଶାକୁ ପ୍ରତିନିଧିତ୍ବ କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି ଚନ୍ଦ୍ରକାନ୍ତି । ଯାହାକୁ ନେଇ ରାଜ୍ୟ ସରକାର ମଧ୍ୟ ଆଗାମୀ ଦିନରେ ତାଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ସୂଚନା ମିଳିଛି । ତେବେ ସେ ଆଗକୁ ଖେଲୋ ଇଣ୍ଡିଆରେ ମଧ୍ୟ ଅଂଶ ଗ୍ରହଣ କରିବେ । ତେଣୁ ସେଠାରେ ମଧ୍ୟ ସଫଳ ହେବାକୁ ସେ ଏବେ ଚଳାଇନ୍ତି ଆପ୍ରାଣ ପ୍ରଚେଷ୍ଟା ।

special parichay na thiba jhia ebe balangir ra garba (special parichay na thiba jhia ebe balangir ra garba)

ରାଜ୍ୟସ୍ତରୀୟ କିକ ବକ୍ସିଂରେ ସିଲଭର, ଜାତୀୟସ୍ତରରେ ଜିତିଛନ୍ତି ବ୍ରୋଞ୍ଜ :-

'ଫାଇଟର ଗାର୍ଲ' ଚନ୍ଦ୍ରକାନ୍ତି କୁମ୍ଭାରଙ୍କ କହିବା ଅନୁସାରେ 2018ରୁ ସେ ପାର୍ବତୀ ଗିରି ବାଳନିକେତନରେ ରହୁଛନ୍ତି । ସେଠାକୁ ଜଣେ କରାଟେ କୋଚ୍ ଆସିଥିଲେ । ଯିଏ ସମସ୍ତଙ୍କୁ କରାଟେ କୋଚିଂ ଦେଉଥିଲେ । ତେବେ ତାଙ୍କର କିକ୍‌ ବକ୍ସିଂ ପ୍ରତି ରୁଚି ଥିବାରୁ ତାଙ୍କୁ କୋଚ୍ ଚନ୍ଦ୍ରଶେଖର ସେଠ ସ୍ବତନ୍ତ୍ର ଟ୍ରେନିଂ ଓ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ସେ କହିଛନ୍ତି, "ମୁଁ ଟିଟିଲାଗଡ଼ରେ ରାଜ୍ୟସ୍ତରୀୟ କିକ ବକ୍ସିଂରେ ସିଲଭର ମେଡାଲ ଜିତିଥିଲି । ପରେ କୋଲକାତାରେ ହୋଇଥିବା ଜାତୀୟସ୍ତରୀୟ କିକ୍‌ ବକ୍ସିଂରେ ଭାଗ ନେଇଥିଲି । ସେଠାରେ ହରିୟାଣା ଓ ସିକିମର ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ସହ ମୁକାବିଲା ପରେ ବ୍ରୋଞ୍ଜ ମେଡାଲ ପାଇଥିଲି ।" ସେ ଆଗକୁ ମଧ୍ୟ ଏହି ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ଯାହାଦ୍ବାରା ସେ ଏଥିରେ ସଫଳ ହେବା ସହ ଆଗକୁ ସରକାରୀ ଚାକିରି ପାଇବାରେ ମଧ୍ୟ ଏହା ସହାୟକ ହେବ । ତେବେ ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ଗୁରୁ, ବାଳନିକେତନର କର୍ତ୍ତୃପକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

special parichay na thiba jhia ebe balangir ra garba (special parichay na thiba jhia ebe balangir ra garba)

ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି କୋଚ :-

ସେପଟେ ଝିଅର ଏହି ଉଦ୍ୟମ ଓ ରୁଚି ଦେଖି ମାଗଣାରେ ତାଙ୍କ କୋଚ୍ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେ କହିଛନ୍ତି, "ମୁଁ ଏକ ଘରୋଇ ସ୍କୁଲରେ ପିଇଟି ଶିକ୍ଷକ ଭାବରେ କାମ କରେ । ଯେତେବେଳେ ମଧ୍ୟ ସମୟ ମିଳେ ଏହି ବାଳନିକେତନକୁ ଆସି ମାଗଣାରେ ସମସ୍ତଙ୍କୁ କୋଚିଂ ଦିଏ । ତେବେ ଏହି ଝିଅ ଚନ୍ଦ୍ରକାନ୍ତି କୁମ୍ଭାର କିକ ବକ୍ସିଂରେ ବେଶ ରୁଚି ଦେଖାଇବା ସହ ପରିଶ୍ରମ କରୁଥିଲେ । ମୁଁ ତାଙ୍କୁ ସବୁ ପ୍ରକାରର ପ୍ରଶିକ୍ଷଣ ଦେଇଥିଲି । ଏବେ ସେ ଏକ ଭଲ ଫାଇଟର ଭାବରେ ଆଗକୁ ଆସିଛନ୍ତି । ରାଜ୍ୟସ୍ତରୀୟ ଇଭେଣ୍ଟରେ ସେ ସିଲଭର ପାଇଥିବା ବେଳେ ଜାତୀୟସ୍ତରୀୟ ଇଭେଣ୍ଟରେ ଓଡିଶାକୁ ପ୍ରତିନିଧିତ୍ଵ କରି ଏକ ଟଫ୍‌ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି । ଯାହା ମୋତେ ବେଶ ଖୁସି ଦେଇଛି । ମୁଁ ତାଙ୍କ ପାଇଁ ଗର୍ବିତ । ସେହିପରି ଆଗକୁ ଖେଲୋ ଇଣ୍ଡିଆରେ ମଧ୍ୟ ସେ ଭାଗ ନେବାକୁ ଯାଉଛନ୍ତି ।" ସେଠି ମଧ୍ୟ ସେ ବେଶ ସଫଳ ହେବେ ବୋଲି କହିଛନ୍ତି କୋଚ ଚନ୍ଦ୍ରଶେଖର ସେଠ ।

special parichay na thiba jhia ebe balangir ra garba (special parichay na thiba jhia ebe balangir ra garba)

ସବୁ ସହାୟତା ଦେଉଛି ବାଳନିକେତନ :-

ଅନ୍ୟପଟେ ବାଳନିକେତନ କର୍ତ୍ତୃପକ୍ଷ ମଧ୍ୟ ଚନ୍ଦ୍ରକାନ୍ତିଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି । ଏହି ବାଳନିକେତନ କର୍ତ୍ତୃପକ୍ଷ ଆଶିଷ ଥନାପତି କହିଛନ୍ତି, "ଏଠାରେ ରହୁଥିବା ସମସ୍ତ ଶିଶୁ ବେଶ ଦକ୍ଷ ଅଟନ୍ତି । ଚନ୍ଦ୍ରକାନ୍ତି କୁମ୍ଭାର ମଧ୍ୟ ବେଶ ପରିଶ୍ରମୀ ଝିଅ ଅଟନ୍ତି । ତାଙ୍କୁ କୋଚ୍ ଚନ୍ଦ୍ର ଶେଖର ସେଠ ନିଜେ ଖୁବ ପରିଶ୍ରମ କରି ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ସେହିପରି ବାଳନିକେତନ ତରଫରୁ ମଧ୍ୟ ଏହି ଝିଅଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଛି । ତେବେ ନିକଟର ସେ ଏଭଳି ଅନେକ ସଫଳତା ଅର୍ଜନ କରିଥିବା ବେଳେ ଏଥିରେ ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ସୁନା ପୁଅ ରୋହିତ ରାଜ; ସର୍ବଭାରତୀୟ ଭାରୋତ୍ତୋଳନରେ ଉଠାଇଲେ ଗୋଲ୍ଡ - National Weightlifting Championship

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details