ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଆୟୋଜିତ ବିଜୁ ଜନତା ଦଳର ନିର୍ବାଚନୀ ସଭାରେ ଷ୍ଟାର ପ୍ରଚାରକ ଭାବରେ ଯୋଗ ଦେଇ ବିରୋଧିଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ୍ । ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଣ୍ଡିୟାନ୍ ଦଳୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କ ପାଇଁ ପ୍ରଚାର କରିବା ସହିତ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ଏହାସହ ବିଜେପିର ଡବଲ ଇଞ୍ଜିନ ଏବଂ ନବୀନ ଇଞ୍ଜିନ ମଧ୍ୟରେ ରହିଥିବା ଫରକକୁ ନିର୍ବାଚନୀ ସଭାରେ ବୁଝାଇଛନ୍ତି ପାଣ୍ଡିଆନ ।
ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ କହିଛନ୍ତି, "ଡବଲ ଇଞ୍ଜିନ ସରକାରରେ ଦୈନିକ ସର୍ବନିମ୍ନ ମଜୁରି ମାତ୍ର 320 ଟଙ୍କା ରହିଥିବା ବେଳେ ନବୀନ ଇଞ୍ଜିନରେ ଏହା 450 ଟଙ୍କା । ଡବଲ ଇଞ୍ଜିନ ସରକାର ମାସକୁ ମାତ୍ର ଭତ୍ତା 300 ଟଙ୍କା ହେଉଛନ୍ତି, କିନ୍ତୁ ନବୀନ ଇଞ୍ଜିନରେ ମିଳୁଛି 1000ଟଙ୍କା । ଥରେ ଡବଲ ଇଞ୍ଜିନ୍ କ୍ଷମତାକୁ ଆସିଲେ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବେ । ସରକାରୀ ଚାକିରୀଆଙ୍କୁ ଦରମା ଦେଇପାରିବେ ନାହିଁ । ଏପରିକି ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି, ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି, ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ସ୍ଥିର ହୋଇ ରହି କାହିଁକି ରହି ପାରୁନି । ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶ ପାଇଁ ୬୦୦୦ କୋଟି ରହିଥିବା ବେଳେ ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ରହିଛି । କିନ୍ତୁ ରାଜ୍ୟରେ BSKYରେ ବର୍ଷକୁ ୫୦୦୦ କୋଟି ଟଙ୍କା ରହିଛି । ଡବଲ ଇଞ୍ଜିନ କେବଳ ନିର୍ବାଚନ ସମୟରେ ଶୁଣିବେ, ବାକି ସବୁ ସମୟରେ ନବୀନ ଇଞ୍ଜିନ ଆପଣଙ୍କ ଦୁଃଖ ସୁଖ ସବୁଥିରେ ସାମିଲ ହେବ । ତେଣୁ ନବୀନ ଇଞ୍ଜିନ ସ୍ଵଚ୍ଛତାର ଇଞ୍ଜିନ, ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ।