ଓଡିଶା

odisha

ETV Bharat / politics

ବାଲିକୁଦାରେ ଗର୍ଜିଲେ ଧର୍ମେନ୍ଦ୍ର, ରାଜ୍ୟ ସରକାରଙ୍କୁ କଲେ କଡା ସମାଲୋଚନା - Dharmendra Targets BJD - DHARMENDRA TARGETS BJD

Dharmendra Pradhan Targets BJD: ଆଜି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ରାଜ୍ୟ ସରକରାଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ବାଲିକୁଦାରେ ଗର୍ଜିଲେ ଧର୍ମେନ୍ଦ୍ର
ବାଲିକୁଦାରେ ଗର୍ଜିଲେ ଧର୍ମେନ୍ଦ୍ର (ETV Bharat Odisha)

By ETV Bharat Odisha Team

Published : May 28, 2024, 10:59 PM IST

ଜଗତସିଂହପୁର: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନକୁ ନେଇ ସରଗରମ ରହିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ । ଆଜି ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଭିକେ ପାଣ୍ଡଆନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିବା ସହ ଆସନ୍ତା 1 ତାରିଖରେ ଲୋକେ ବିଜେଡିକୁ ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବାଲିକୁଦାରେ ଗର୍ଜିଲେ ଧର୍ମେନ୍ଦ୍ର (ETV bharat Odisha)
ଜଗତସିଂହପୁର ଜିଲ୍ଲାରେ ଜୁନ 1 ତାରିଖରେ ହେବ ମତଦାନ । ଏନେଇ ଆଜି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି । ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ବିଜୁ ଜନତା ଦଳକୁ ତୀବ୍ର ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ଓଡ଼ିଶାକୁ ଯେଉଁଭଳି ଭାବରେ ତାମିଲ ଶାସକ ଚଳାଉଛନ୍ତି ତାହା ସାଧାରଣ ଲୋକେ ଜାଣି ଗଲେଣି । ଆଗାମୀ ଦିନରେ ଓଡ଼ିଶାରେ ପରିବର୍ତ୍ତନର ଝଡ଼ ବହିବ । ରାଜ୍ୟରେ ମୁଣ୍ଡପିଛା 5 କିଲୋ ଚାଉଳ ନରେନ୍ଦ୍ର ମୋଦି ସରକାର ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ମୋଦିଙ୍କ ଚାଉଳକୁ ହାଇଯାକ କରି ନିଜର ଡେଙ୍ଗୁରା ଯେଉଁଭଳି ଭାବେ ବଜାଉଛନ୍ତି ତାହା ଲୋକେ ଜାଣିଲେଣି । ଓଡିଶାରେ ଦୁର୍ନୀତି ଭ୍ରଷ୍ଟାଚାର ବଢି ଗଲାଣି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରବଳ ବର୍ଷାରେ ରୋଡ ସୋ’ କଲେ ଧର୍ମେନ୍ଦ୍ର, ମୟୂରଭଞ୍ଜରେ ମାଗିଲେ ଭୋଟ - BJP Leader Dharmendra Pradhan

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି "ବାଲିକୁଦା-ଏରସମା ଅଞ୍ଚଳରେ ଲୋକଙ୍କ ପାଇଁ ପିଇବା ପାଇଁ ପାଣି ଯୋଗାଇବାରେ 24 ବର୍ଷର ସରକାର ବିଫଳ ହୋଇଛନ୍ତି । ରାଜ୍ୟକୁ ଜଣେ ଭଡାଟିଆ ବ୍ୟକ୍ତି ଚଳାଉଛନ୍ତି । ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ନିର୍ବାଚିତ ହେଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଜଗତସିଂହପୁରରୁ ବିଜେଡିର ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଭଉଣୀ ରାଜଶ୍ରୀ ମଲ୍ଲିକ ନିର୍ବାଚିତ ହେଲେ ବିଜେଡିର କିଏ ପ୍ରଧାନମନ୍ତ୍ରୀ ହେବେ ? ରାଜ୍ୟରେ 24 ବର୍ଷର ଗୋଟେ ଅପାରଗ ସରକାର ଚାଲିଛି । ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି । ଆସନ୍ତା ଜୁନ 1 ତାରିଖରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ପାଇଁ ଲୋକେ ବିଜେପିକୁ ଭୋଟ୍ ଦେବେ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details