ଓଡିଶା

odisha

ମେଣ୍ଟ ହେଉଛି କି ନାହିଁ ମୁଁ ଜାଣିନି, ଦଳର ଶୀର୍ଷ ନେତା ନିଷ୍ପତ୍ତି ନେବେ: ବିଶ୍ବେଶ୍ବର

BJD BJP Possible Alliance: ମେଣ୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପ୍ରତିକ୍ରିୟା । କହିଲେ ମେଣ୍ଟ ପ୍ରସଙ୍ଗରେ ନିଷ୍ପତ୍ତି ଦଳର ଶୀର୍ଷ ନେତା ନେବେ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 20, 2024, 9:50 PM IST

Published : Mar 20, 2024, 9:50 PM IST

ETV Bharat / politics

ମେଣ୍ଟ ହେଉଛି କି ନାହିଁ ମୁଁ ଜାଣିନି, ଦଳର ଶୀର୍ଷ ନେତା ନିଷ୍ପତ୍ତି ନେବେ: ବିଶ୍ବେଶ୍ବର

BJD BJP Possible Alliance
BJD BJP Possible Alliance

BJD BJP Possible Alliance

ଭୁବନେଶ୍ବର: ରାଜ୍ୟରେ ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଏଭଳି ସ୍ଥିତିରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର କନକ୍ଲେଭ୍‌ରେ ଯୋଗ ଦେଇ ପ୍ରଥମେ ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲେ । ରାଜ୍ୟରେ ବିଜେଡିକୁ ସରକାର ଗଢ଼ିବାକୁ ବା କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ମେଣ୍ଟ ଆବଶ୍ୟକ ନାହିଁ ବୋଲି କହିଥିଲେ ପାଣ୍ଡିଆନ । ହେଲେ ରାଜ୍ୟ ତଥା ଦେଶର ହିତ ପାଇଁ ଉଭୟ ମୋଦି ଓ ନବୀନ ଏକାଠି ହୋଇପାରନ୍ତି ବୋଲି ସେ କହିଥିଲେ । ଏପଟେ ଅମିତ ଶାହ ମଧ୍ୟ ସମାନ ମଞ୍ଚରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ଅସ୍ବୀକାର କରିନାହାନ୍ତି । ଆଲୋଚନା ଚାଲିଛି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଏହାରି ଭିତରେ ଦଳର ଶୀର୍ଷ ନେତୃତ୍ବ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଏମିତି କହିଥିଲେ ପାଣ୍ଡିଆନ: ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ପାଣ୍ଡିଆନ କହିଥିଲେ, "ବର୍ତ୍ତମାନର ରାଜନୈତିକ ସ୍ଥିତିରେ ବିଜେଡିର ସମର୍ଥନ ବିନା କେନ୍ଦ୍ରରେ ବିଜେପି ସରକାର ଗଢିପାରିବ । ସେହିପରି ରାଜ୍ୟରେ ମଧ୍ୟ ବିଜେପିର ବିନା ସମର୍ଥନରେ ବିଜେଡି ସରକାର ଗଠନ କରିପାରିବ । ସଂଖ୍ୟା ପାଇଁ ଉଭୟ ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଜଣ ଭଲ ବନ୍ଧୁ ଏବଂ ଷ୍ଟେଟସ୍‌ମ୍ୟାନ । ରାଜନୀତିଠୁ ଊର୍ଦ୍ଧ୍ବରେ ଏକ ବୃହତ୍ତର ସ୍ବାର୍ଥ ପାଇଁ ଏହି ମେଣ୍ଟ ହେବାକୁ ଯାଉଛି ବା ଦୁଇ ନେତା ଏକାଠି ହେବାକୁ ଯାଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟର ବାସ୍ତବ ଉଦ୍ଦେଶ୍ୟ ଲୁଚାଇଲେ ପାଣ୍ଡିଆନ: ରାଜନୀତି ସମୀକ୍ଷକ

ଏମିତି କହିଲେ ଶାହ: ସମାନ ମଞ୍ଚରେ ଆଜି ବସିଥିଲେ ଅମିତ ଶାହ । ମେଣ୍ଟ ସମ୍ଭାବନାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଶାହ କହିଲେ, "ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭଲପାଇବା ଅଛି । ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ । ନିଶ୍ଚିତ ଭାବରେ ଆମେ ବିଧାନସଭା ଏବଂ ଲୋକସଭାରେ ଲଢ଼ିବୁ । ପ୍ରଥମେ ନିଷ୍ପତ୍ତି ନିଆଯାଉ ଏକା ଲଢ଼ିବୁ କି ସାଙ୍ଗ ହୋଇ ଲଢିବୁ । ଯଦି ସାଥିରେ ଲଢ଼ିବାକୁ ହେବ ଓଡ଼ିଶାର ବିଜୁବାବୁ ନେତା ଥିଲେ । ଅଲଗା ଲଢେଇ ହେଲେ ଓଡିଶାରେ ସରକାର ଗଠନ କରିବା ପାଇଁ ଲଢ଼ିବାକୁ ହେବ । ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି ।" ତେବେ ଏନେଇ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ କହିଛନ୍ତି, "ମେଣ୍ଟ ହେଉଛି କି ନହେଉଛି କିମ୍ବା ଆଉ କିଛି ହେଉଛି, ସେ ବିଷ୍ୟରେ ମୁଁ କିଛି ଜାଣିନାହିଁ । ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାରା ଦେଶରେ ଅଛି । କିନ୍ତୁ ଦଳୀୟ ଦୃଷ୍ଟିରୁ ମେଣ୍ଟ ହେବ କି କଣ ହେବ, ତାହା ପାର୍ଟିର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details