ଓଡିଶା

odisha

ଦିଲ୍ଲୀରେ ପୁଣି ବୋମା ଆତଙ୍କ ! ପୋଲିସ କଣ୍ଟ୍ରୋଲରୁମରକୁ ଆସିଲା ଧମକପୂର୍ଣ୍ଣ ମେଲ୍ - Bomb Threat

By ETV Bharat Odisha Team

Published : May 22, 2024, 7:57 PM IST

Bomb Threat In Delhi: ପୁଣି ବୋମା ବିସ୍ଫୋରଣ ଧମକ । ଦିଲ୍ଲୀରେ ପୋଲିସ କଣ୍ଟ୍ରୋଲ ରୁମକୁ ଧମକ ପୂର୍ଣ୍ଣ ମେଲ୍ ଆସିଛି । ପୁରା ଖବର ପଢନ୍ତୁ

Bomb Threat
Bomb Threat (ETV Bharat)

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପୁଣି ବୋମା ବିସ୍ଫୋରଣ ଧମକ । ଏଭଳି ଧମକ ପୂର୍ଣ୍ଣ ମେଲ୍ ଆସିବା ପରେ ଆଲର୍ଟରେ ଦିଲ୍ଲୀ ପୋଲିସ । ବୋମା ବିସ୍ଫୋରଣ ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ ଇମେଲ ଆସିଥିବା ଜଣାପଡ଼ିଛି । ଫଳରେ ଏବେ ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ଥିବାବେଳେ ଦମକଳ ବିଭାଗ ମଧ୍ୟ ସଜାଗ ରହିଛି । ଏହା ସହିତ ଅନ୍ୟ ସୁରକ୍ଷା ଏଜେନ୍ସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ନର୍ଥ ବ୍ଲକକୁ ବମ୍ ପକାଇ ଉଡ଼ାଇ ଦିଆଯିବାର ଧମକ ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନର୍ଥ ବ୍ଲକରେ ହିଁ ରହିଛି ଗୃହ ମନ୍ତ୍ରଣାଳୟ ।

ଦମକଳ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଫାୟାର ବ୍ରିଗେଡ୍ ସହିତ ନର୍ଥ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇ ରହିଛି ଦମକଳବାହିନୀ । ହେଲେ ବର୍ତ୍ତମାନସୁଦ୍ଧା ସେପରି କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନାହିଁ । ସୂଚନା ମୁତାବକ, ଦିଲ୍ଲୀ ଏନସିଆରରେ ସ୍କୁଲ, କଲେଜ, ହସ୍ପିଟାଲ ତଥା ଅନ୍ୟ ସାର୍ବଜନିକ ସ୍ଥାନଗୁଡିକରେ ବୋମା ବିସ୍ଫୋରଣ ନେଇ ଲଗାତାର ଧମକପୂର୍ଣ୍ଣ ମେଲ୍ ଆସୁଛି । ଫଳରେ ରାଜଧାନୀରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହେଲେ ଏପର୍ଯ୍ୟନ୍ତ ଯେଉଁ ସବୁ ସ୍ଥାନ ଗୁଡିକରେ ବମ୍ ବ୍ଲାଷ୍ଟ ନେଇ ଧମକ ଆସିଛି କେଉଁଠୁ ବି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ତେବେ ବାରମ୍ବାର ଆସୁଥିବା ଏଭଳି ଧମକକୁ ନଜରରେ ରଖି ସଜାଗ ରହିଛି ଦିଲ୍ଲୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ...ବିମାନରେ ବୋମା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ, ଟିସ୍ୟୁ ପେପରରେ ଲେଖାଥିଲା - Air India Flight

ଏହା ମଧ୍ୟ ପଢନ୍ତୁ...ଥମୁନି ବୋମା ଆତଙ୍କ ! କାନପୁରରେ ସ୍କୁଲକୁ ମିଳିଲା ଧମକ - Kanpur Schools Get Bomb Threat

ପୂର୍ବରୁ ରାଷ୍ଟ୍ରପତି ଭବନରେ ବୋମା ବିସ୍ଫୋରଣ ନେଇ ଧମକ ଆସିଥିଲା । ଏହି ମାମଲାକୁ ଗୁରୁତର ସହ ନେଇଥିଲା ପୋଲିସ । ଜୋରଦାର ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ସେହିପରି ଉତ୍ତର ରେଳତଟର ସିପିଆରଓ ଅଫିସକୁ ମଧ୍ୟ ବମ୍ ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଲକ୍ଷ ଲକ୍ଷ ଯାତ୍ରୀ ଏଠାରେ ଯାତାୟତ କରିଥାନ୍ତି । ଯାହାକୁ ନଜରରେ ରଖି ରେଲୱେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା ।

ABOUT THE AUTHOR

...view details