ଓଡିଶା

odisha

ETV Bharat / politics

ବିଧାନସଭା ନିର୍ବାଚନ ପାଇଁ ଆଉ 34 ପ୍ରାର୍ଥୀ ଦେଲା TDP, ପିଠାପୁରମରୁ ଲଢିବେ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ

TDP Announces 34 Candidates Janasena chief pawan from Pithapuram: 2ୟ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ଆଉ 34 ପ୍ରାର୍ଥୀ ଦେଲା ଚନ୍ଦ୍ରବାବୁଙ୍କ TDP । ମେଣ୍ଟରେ ଲଢୁଛନ୍ତି ଟିଡିପି-ବିଜେପି-ଜନସେନା ପାର୍ଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 14, 2024, 10:55 PM IST

ବିଧାନସଭା ନିର୍ବାଚନ ପାଇଁ ଆଉ 34 ପ୍ରାର୍ଥୀ ଦେଲା TDP, ପିଠାପୁରମରୁ ଲଢିବେ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ
ବିଧାନସଭା ନିର୍ବାଚନ ପାଇଁ ଆଉ 34 ପ୍ରାର୍ଥୀ ଦେଲା TDP, ପିଠାପୁରମରୁ ଲଢିବେ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ଯାୟରେ 34 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ପର୍ଯ୍ୟାୟରେ ଦଳର ସହଯୋଗୀ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ମଧ୍ୟ ନିଜ ଆସନ ସମ୍ପର୍କରେ ଘୋଷଣା କରିଛନ୍ତି । ପବନ ପିଠାପୁରମ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଫେବୃଆରୀ 24 ତାରିଖରେ ପ୍ରଥମ ପର୍ଯ୍ୟାୟରେ ଟିଡିପି ମୋଟ 94 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏଥିରେ ଅଭିନେତା ପବନ କଲ୍ୟାଣଙ୍କ ଜନସେନା ପାର୍ଟିର 5 ପ୍ରାର୍ଥୀ ଥିଲେ । ଆଜି ଆଉ 34 ଆସନରେ ଦଳ ପ୍ରାର୍ଥୀ ଦେଇଛି ।

ଆଜି ଦ୍ବିତୀୟ ତାଲିକା ଘୋଷଣା କରିବା ଅବସରରେ ଟ୍ବିଟ କରି ଟିଡିପି ମୁଖ୍ୟ ନାରା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ପ୍ରଥମ ତାଲିକା ପରି ଦ୍ୱିତୀୟ ତାଲିକା ମଧ୍ୟ ଜନମତ ସଂଗ୍ରହ ଆଧାରରେ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ପ୍ରାର୍ଥୀ ଚୟନକର୍ତ୍ତାଙ୍କ ପସନ୍ଦ ଏବଂ ଆବଶ୍ୟକତାକୁ ଧ୍ୟାନରେ ରଖି ମନୋନୀତ ହୋଇଛନ୍ତି । ଚନ୍ଦ୍ରବାବୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଆସନ୍ତା ନିର୍ବାଚନରେ ସମସ୍ତ ଟିଡିପି ପ୍ରାର୍ଥୀଙ୍କୁ ଭୋଟ ମାଧ୍ୟମରେ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି । ଚଳିତ ପ୍ରାର୍ଥୀ ତାଲିକାରେ ବିଭିନ୍ନ ଶିକ୍ଷାଗତ ପୃଷ୍ଠଭୂମିରୁ ନେତାମାନେ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ପ୍ରାର୍ଥୀ ପିଏଚଡି, 11 ଜଣ ପୋଷ୍ଟ ଗ୍ରାଜୁଏଟ୍ ଏବଂ 9 ସ୍ନାତକଧାରୀ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସକୁ ଝଟକା, ବିଜେପିରେ ମିଶିଲେ ସାଂସଦ ପରିଣୀତି କୌର

ଆନ୍ଧ୍ରରେ ଚଳିତଥର ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ରାଜ୍ଯରେ ଜଗନ ମୋହନ ରେଡ୍ଡୀଙ୍କ ଓ୍ବାଇଏସଆର କଂଗ୍ରେସ ଶାସନରେ ଥିବା ବେଳେ ବିରୋଧୀ ଭାବେ ଚନ୍ଦ୍ରବାବୁଙ୍କ ତେଲେଗୁ ଦେଶମ ପାର୍ଟି ରହିଛି । ଚଳିତ ଥର ରାଜ୍ୟରେ ଚନ୍ଦ୍ରବାବୁଙ୍କ ଟିଡିପି, ପବନ କଲ୍ୟାଣଙ୍କ ଜେଏସପି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି । ଏହି ମିଳିତ ମଞ୍ଚରେ ଟିଡିପି 175ଟି ମଧ୍ୟରୁ ସର୍ବାଧିକ 144 ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଦୁଇଟି ତାଲିକାରେ ଟିଡିପି 128 ପ୍ରାର୍ଥୀ ନାମ ଘୋଷଣା କରିସାରିଥିବା ବେଳେ 16ଟି ନାମ ଏପର୍ଯ୍ୟନ୍ତ ପ୍ରକାଶ ପାଇବ ନାହିଁ । ଖୁବଶିଘ୍ର ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ଶେଷ କରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details