ETV Bharat / state

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଜୋରଦାର, ଭକ୍ତଙ୍କୁ ଏସପିଙ୍କ ଅପିଲ - SRIMANDIR VIRAL VIDEO

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣା ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ମନ୍ଦିର ପରିସରକୁ ମୋବାଇଲ ନନେବାକୁ ଏସପିଙ୍କ ଅପିଲ ।

Srimandir Viral Video Issue
Srimandir Viral Video Issue (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 7:49 PM IST

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣାରେ ଆକ୍ସନମୋଡକୁ ଆସିଛି ପୁରୀ ପୋଲିସ । ସିଂହଦ୍ଵାର ଥାନାରେ ମାମଲା ହୋଇଥିବା ବେଳେ ତଦନ୍ତ କରୁଛି ପୋଲିସ୍‌ । ସେପଟେ ଶ୍ରୀମନ୍ଦିରକୁ ସମସ୍ତଙ୍କ ପାଇଁ ମୋବାଇଲ ନିଷେଧ ଓ ଚେକିଂ କଡାକଡି କରିବାକୁ ଦାବି କରିଛନ୍ତି ଭକ୍ତ ଓ ସେବାୟତ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନନେବା ପାଇଁ ପୁରୀ ଏସପି ଭକ୍ତଙ୍କୁ ଅପିଲ କରିଛନ୍ତି ।

  • ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା:

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଘଟଣାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ବାରମ୍ବାର ଏଭଳି ଭିଡିଓ ଭାଇରାଲ ଘଟଣାକୁ ନେଇ ତତ୍ପର ହୋଇଉଠିଛି ପୁରୀ ପୋଲିସ । ଏନେଇ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନନେବା ପାଇଁ ଭକ୍ତମାନଙ୍କୁ ଅପିଲ କରିଛି ପୋଲିସ । ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, "ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନିଷିଦ୍ଧ ଥିବାବେଳେ ଏହି ନିୟମ ନମାନିଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଶ୍ରୀମନ୍ଦିର ଭିତରକୁ ମୋବାଇଲ ନନେବା ପାଇଁ ଭକ୍ତମାନଙ୍କ ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପୋଷ୍ଟର ମରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ସମ୍ପୂର୍ଣ୍ଣ ବେଆଇନ । ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।"

Srimandir Viral Video Issue (ETV Bharat Odisha)

ଏହା ବି ପଢନ୍ତୁ...

ପୁଣି ବିଭ୍ରାଟ, ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ

ପୁଣି ବଦଳିଲା ତାରିଖ, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା

  • ମୋବାଇଲ ନନେବାକୁ ଏସପିଙ୍କ ଅପିଲ:

ପୁରୀ ଏସପି ବିନୀତ ଅଗ୍ରୱାଲ ଆହୁରି କହିଛନ୍ତି, "ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ପରେ ଆମେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରୁଛି । ନିଶ୍ଚିତ ସେ ବ୍ୟକ୍ତିକୁ ଆମେ ଗିରଫ କରିବୁ । ଡ୍ରୋନକୁ ଜବତ କରିଛୁ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନିଷିଦ୍ଧ ରହିଛି। ସେହିପରି ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ନିଷିଦ୍ଧ ରହିଛି । ସମସ୍ତେ ଏହି ନିୟମ ପାଳନ କରନ୍ତୁ । ଯଦି କେହି ନିୟମ ଖିଲାପ କରିବେ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଏପରିକି ଶ୍ରୀମନ୍ଦିର ଭିତରେ ଡ୍ୟୁଟିରେ ଥିବା ପୋଲିସଙ୍କୁ ମୋବାଇଲ ବ୍ୟବହାର ନକରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ ।"

  • ଭକ୍ତ ଓ ସେବାୟତଙ୍କ ଅସନ୍ତୋଷ:

ଶ୍ରୀମନ୍ଦିରକୁ ମୋବାଇଲ ନେଉଥିବା ବ୍ୟକ୍ତିଙ୍କୁ 1 ହଜାର ଟଙ୍କା ଜରିମାନା ସହ ମୋବାଇଲ ଜବତ କରିବା ଭଳି ନିୟମ ରହିଛି । ଏଣୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ନିୟମକୁ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଶ୍ରୀ ମନ୍ଦିରକୁ ଆସିଥିବା ଜଣେ ଭକ୍ତ ନରସିଂହ ମହାନ୍ତି କହିଛନ୍ତି, "ଶ୍ରୀମନ୍ଦିର ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ମନ୍ଦିର ଭିତରକୁ ମୋବାଇଲ ଗଲେ ମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି । ମୋବାଇଲରେ ଆଜି କାଲି ସମୟରେ ଅନେକ କିଛି ଅଘଟଣ ହୋଇପାରୁଛି । ସେଥିପାଇଁ ମନ୍ଦିର ଭିତରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଉ । ଶ୍ରୀମନ୍ଦିର ଭିତରେ ସେବାୟତ, ପୋଲିସ ଓ ଭକ୍ତ ସମସ୍ତଙ୍କ ପାଇଁ ସମାନ ନିୟମ ରହୁ । କେହି ଯେମିତି ମୋବାଇଲ ଶ୍ରୀମନ୍ଦିର ଭିତରକୁ ନେବେ ନାହିଁ ସେନେଇ କଡା ଯାଞ୍ଚ କରାଯାଉ।" ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, "ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ହେଉ । ସେବାୟତ, ପୋଲିସମାନଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିର ଭିତରେ ମୋବାଇଲ ନେବା ନିଷିଦ୍ଧ ହେଇ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.