ETV Bharat / state

ହଂସପାଳ ଫ୍ଲାଏଓଭର ଲୋକାର୍ପିତ, ସାଢେ 4 ବର୍ଷ ପରେ ସରିଲା କାମ - HANSPAL FLYOVER INAUGURATED

600 ମିଟର ବିଶିଷ୍ଟ ହଂସପାଳ ଫ୍ଲାଏଓଭର ବ୍ରିଜକୁ ଲୋକାର୍ପିତ କଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

HANSPAL FLYOVER INAUGURATED
HANSPAL FLYOVER INAUGURATED (ETV BHARAT ODISHA)
author img

By ETV Bharat Odisha Team

Published : Jan 21, 2025, 7:53 PM IST

ଭୁବନେଶ୍ବର: ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ହଂସପାଳ ଫ୍ଲାଏଓଭର ବ୍ରିଜ । 24 କୋଟିର ବ୍ୟୟରେ ନିର୍ମିତ ହୋଇଥିବା ଏହି 6ଶହ ମିଟର ଲମ୍ବ ବିଶିଷ୍ଟ ଫ୍ଲାଏଓଭର ବ୍ରିଜକୁ ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକାର୍ପିତ କରିଛନ୍ତି । 2020ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସାଢେ 4 ବର୍ଷ ପରେ ଏହା ଲୋକାର୍ପିତ ହୋଇଛି । ଏଥିପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାନ ଜଣାଇଛନ୍ତି ଅପରାଜିତା ।

  • ସାଢେ 4 ବର୍ଷ ପରେ ଫ୍ଲାଏଓଭର ଲୋକାର୍ପିତ:

24 କୋଟିର ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭର ବ୍ରିଜ । ଜାତୀୟ ରାଜପଥରେ ମରଣାଯନ୍ତା ପାଲଟି ଥିଲା ହଂସପାଳ କ୍ରସିଂ । ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ବିଳମ୍ବ ହେଉଥିଲା ପ୍ରକଳ୍ପ । ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ 2020ରୁ ଆରମ୍ଭ ହୋଇଥିଲେ ବି ସରିବା ପାଇଁ ବିଳମ୍ବ ହେଉଥିଲା । ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାରମ୍ବାର ପ୍ରଚେଷ୍ଟା ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଭେଟି ଆଲୋଚନା କରିଥିଲେ । ଶେଷର ହଂସପାଳ ଓଭରବ୍ରିଜ ଉଦଘାଟିତ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ଥିଲେ ।

HANSPAL FLYOVER INAUGURATED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜଧାନୀ ହେବ ଅପରାଧମୁକ୍ତ; ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌: ଗୃହ ଓ ନଗର ଉନ୍ନୟନ

ଏହା ମଧ୍ୟ ପଢନ୍ତୁ-ରାସ୍ତା ପାର୍‌ ହେଉଥିଲେ, ମହିଳାଙ୍କ ଉପରେ ମାଡିଗଲା ଟ୍ରକ

  • ଗଡକରୀଙ୍କୁ ଧନ୍ୟବାନ ଜଣାଇଲେ ଅପରାଜିତା:

ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,''ହଂସପାଳ ଫ୍ଲାଏଓଭର ଆଜି ଲୋକାର୍ପିତ ହୋଇଛି । ବିଭିନ୍ନ କାରଣ ଯୋଗୁଁ ଏହି ପ୍ରୋଜେକ୍ଟରେ ବିଳମ୍ବ ହୋଇଛି । ଜୁନ 2020ରେ ବ୍ରିଜ କାମ ଆରମ୍ଭ ହୋଇଥିଲା । ସାଢେ 4 ବର୍ଷ ପରେ ଫ୍ଲାଏ ଓଭର ଲୋକାର୍ପିତ ହୋଇଛି । 600 ମିଟର ଫ୍ଲାଏ ଓଭର । ଅଗଷ୍ଟ 2024ରେ ଅଗଷ୍ଟ 2024ରେ ଏହି ଓଭରବ୍ରିଜର ଗୋଟେ ପଟ, କଟକରୁ ଭୁବନେଶ୍ୱର ସାଇଡକୁ ଉଦଘାଟନ ହୋଇଥିଲା । ଆଜି ଭୁବନେଶ୍ୱରରୁ କଟକ ଆଡକୁ ଓଭରବ୍ରିଜ ଉଦଘାଟନ ହୋଇଛି । ଏହା ଏଠାକାର ଲୋକଙ୍କ ଦାବି ଥିଲା । ସାଢେ ଚାରି ବର୍ଷ ହେଲା ମୁଁ ଏହାର୍ ତଦାରଖ କରୁଥିଲି ସବୁ ସପ୍ତାହରେ। ଏଠାରେ ବହୁତ ଅତିକ୍ରମଣ ଥିଲା , ଏହାକୁ ହଠାଇବା ପାଇଁ ବହୁ ବିଳମ୍ବ ହେଲା, ବସ୍ତି ଥିଲା ତାକୁ ସ୍ଥାନାନ୍ତରରେ ବିଳମ୍ବ ହେଲା, କୋଭିଡ ଯୋଗୁ ଦେଢ ବର୍ଷ କାମ ବନ୍ଦ ରହିଲା, ଏଠାରେ ବହୁତ ଆବଶ୍ୟକତା ଥିଲା ଫ୍ଲାଏଓ୍ବାସ ଓ ମୋରମର, ଯାହା ଉପଲବ୍ଧ ହେଉନଥିଲା । ଲଗାତାର ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲି । ଏହି କାମ ସପ୍ତାହ ହୋଇଛି 24 କୋଟି ଟଙ୍କାର ଫ୍ଲାଏଭ ଲୋକାର୍ପିତ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି,''ଏଥି ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ । 2019ରେ ଯେତେବେଳେ ମୁଁ ନୂଆ ନୂଆ ସାଂସଦ ହୋଇଥିଲି ସେତେବେଳେ ପ୍ରଥମ ପ୍ରୋଜେକ୍ଟ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ଯାଇଥିଲି । ସେ ଏହାକୁ ଅନୁମୋଦନ କରିଥିଲେ । ଆଗକୁ ପଳାଶୁଣି ଠାରେ ଗୋଟେ ଛୋଟ ଓଭର ବ୍ରିଜ କରିବାକୁ ଦାବି ହେଉଥିଲା । ମାର୍ଚ୍ଚ 2025 ପ୍ରଥମ ସପ୍ତାହରେ ତାକୁ ଉଦଘାଟନ କରାଯିବ । ରାମେଶ୍ବର ଖୋର୍ଦ୍ଧାଠାରୁ କଟକ ଚୌଦ୍ବାର ପର୍ଯ୍ୟନ୍ତ 111 କି.ମି ବିଶିଷ୍ଟ ବଡ ଚଉଡା ରୋଡ କାର୍ଯ୍ୟ ଚଳିତବର୍ଷ ଏପ୍ରିଲରେ ଆରମ୍ଭ ହେବ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.