ଓଡିଶା

odisha

By ETV Bharat Odisha Team

Published : Apr 4, 2024, 5:00 PM IST

ETV Bharat / politics

ସିଦ୍ଧାର୍ଥଙ୍କୁ ଟିକେଟ ଦିଅ, ନଚେତ ସମର୍ଥନ ଭୁଲିଯାଅ ! - Sambalpur BJD Conflicts

Sambalpur BJD Conflicts: ପଦାରେ ପଡ଼ିଲା ସମ୍ବଲପୁର ବିଜେଡିର ଗୋଷ୍ଠୀ କନ୍ଦଳ । ଜିଲ୍ଲା ବିଜେଡି ପୂର୍ବତନ ସଭାପତି ସିଦ୍ଧାର୍ଥ ଦାସଙ୍କୁ ଟିକେଟ ଦେବାପାଇଁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ସେମାନଙ୍କ ସମର୍ଥକ । ଅଧିକ ପଢନ୍ତୁ

Sambalpur BJD Conflicts
Sambalpur BJD Conflicts

ସିଦ୍ଧାର୍ଥଙ୍କୁ ଟିକେଟ ଦିଅ

ସମ୍ବଲପୁର:ପୁଣି ପଦାରେ ପଡ଼ିଲା ସମ୍ବଲପୁର ବିଜେଡିର ଗୋଷ୍ଠୀ କନ୍ଦଳ । ସିଦ୍ଧାର୍ଥଙ୍କୁ ଟିକେଟ ଦିଅ, ନଚେତ ସମର୍ଥନ ଭୁଲିଯାଅ କହି ଆଉ ଗୋଟେ ଗୋଷ୍ଠୀର ସମର୍ଥକମାନେ ନିଜର ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଦାବି କରିଲେଣି। ସମ୍ବଲପୁର ଜିଲ୍ଲା ବିଜେଡି ପୂର୍ବତନ ସଭାପତି ସିଦ୍ଧାର୍ଥ ଦାସଙ୍କୁ ଟିକେଟ ଦେବାପାଇଁ ଖୋଲାଖୋଲି ଦାବି କରିଛନ୍ତି । ଆଉ ଟିକେଟ ନମିଳିଲେ ସେମାନେ ନୀରବ ହୋଇଯିବେ ବୋଲି ଚେତାବନୀ ଦେଇଛନ୍ତି ।

ଆଜି ଦିନ ପ୍ରାୟ 11ଟା ସମୟରେ ଅଇଁଠାପାଲି ବିଜେଡି କାର୍ଯ୍ୟାଳୟଠାରେ ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମର୍ଥକମାନେ ରାସ୍ତା ଉପରକୁ ଆସି ସିଦ୍ଧାର୍ଥଙ୍କୁ ହିଁ ସମ୍ବଲପୁର ବିଧାନସଭା ନିର୍ଵାଚନ ମଣ୍ଡଳୀର ଟିକେଟ ଦେବକୁ ଦାବି କରିବା ସହ ନାରାବାଜି କରିଛନ୍ତି । ସିଦ୍ଧାର୍ଥ ଦାସ ଦୀର୍ଘ 10 ବର୍ଷ ହେଲା ସମ୍ବଲପୁରରେ ବିଜେଡିର ସଂଗଠନକୁ ସୁଦୃଢ କରି ଆସୁଥିବା ବେଳେ ତାଙ୍କୁ ଦଳ ବାରମ୍ବାର ତାଙ୍କ ସହ ଅନ୍ୟାୟ ଓ ଅବହେଳା କରିଆସୁଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । କରୋନା କାଳରେ ମଧ୍ୟ ସିଦ୍ଧାର୍ଥ ବହୁ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଦଳ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି ସିଦ୍ଧାର୍ଥଙ୍କ ସମର୍ଥକ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ସମ୍ବଲପୁର ଗସ୍ତରେ ଆସିବେ 5ଟି ସଚିବ, ବିଜେଡିକୁ ଚିନ୍ତା ଦଳୀୟ ଫାଟ !

ଦଳ ଭିତରେ ବର୍ତ୍ତମାନ ଏହିଭଳି ବିଭିନ୍ନ ଗୋଷ୍ଠୀ ନିଜ ନିଜ ନେତାଙ୍କୁ ଟିକେଟ ଦେବାପାଇଁ ଖୋଲାଖୋଲି ଭାବେ କହୁଥିବାରୁ ଆଗାମୀ ନିର୍ବାଚନରେ ଏହା ବିଜେଡି ପାଇଁ ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଏହା ନିର୍ବାଚନରେ ବିଜେପି ଦଳକୁ ସୁହାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ମୁଖ୍ୟତଃ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଚଳିତ ନିର୍ଵାଚନରେ କିଏ ପ୍ରାର୍ଥୀ ହେବ ସେହି ଅଙ୍କ ଛିଣ୍ଡୁନାହିଁ ।

ଏହା ବି ପଢନ୍ତୁ- ରାସେଶ୍ୱରୀଙ୍କ ସମର୍ଥକଙ୍କ ଆହ୍ୱାନ, ଟିକେଟ ନମିଳିଲେ ବିଜେଡିକୁ ମିଳିବନି ସହଯୋଗ

ଗତ କିଛିଦିନ ତଳେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ବିଜେଡିର ଲୋକସଭା ପ୍ରାର୍ଥୀ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକ ମନେ ଖୋଲାଖୋଲି ଭାବେ ରାସେଶ୍ବରୀଙ୍କୁ ଟିକେଟ ଦେବାପାଇଁ ଦାବି କରିଥିଲେ । ନଚେତ ସମର୍ଥନ ମିଳିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହା ସେତେବେଳେ ସମ୍ବଲପୁର ବିଜେଡିରେ ଥିବା ଫାଟକୁ ପଦାରେ ପକାଇ ଦେଇଥିଲା । ଆଉ ବର୍ତ୍ତମାନ ଆଉ ଗୋଟେ ଗୋଷ୍ଠୀର ସମର୍ଥକମାନେ ନିଜର ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଦାବି କରିଲେଣି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details