ଓଡିଶା

odisha

ETV Bharat / politics

ଜେଲରୁ ବାହାରିଲେ ଛାତ୍ର କଂଗ୍ରେସ ସଭାପତି ଉଦିତ - UDIT PRADHAN GETS BAIL

ବେଲ ପାଇଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । କହିଲେ ପ୍ରତିବାଦ ଆହୁରି ଜୋରଦାର ହେବ । RSS ମୁଖ୍ୟଙ୍କୁ କଳା ପତାକା ଦେଖାଇ ହୋଇଥିଲେ ଗିରଫ ।

Udit Pradhan Gets Bail
Udit Pradhan Gets Bail (ETV Bharat Odisha)

By ETV Bharat Odisha Team

Published : Feb 11, 2025, 8:43 AM IST

ଭୁବନେଶ୍ବର:ବେଲ ପାଇ ଜେଲରୁ ବାହାରିଲେ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ନାରାୟଣ ପ୍ରଧାନ । ଗତକାଲି (ସୋମବାର) ସନ୍ଧ୍ୟାରେ ଉଦିତଙ୍କ ସହ ଅନ୍ୟ ୬ ଜଣ ଛାତ୍ର କଂଗ୍ରେସ କର୍ମୀ ଜେଲରୁ ବାହାରିଛନ୍ତି । ଆଗକୁ ପ୍ରତିବାଦ ଆହୁରି ଜାରି ରହିବା ସହ RSS ମୁଖ୍ୟଙ୍କୁ ବିରୋଧ କରାଯିବ ବୋଲି ଜେଲରୁ ବାହାରି ପ୍ରତିକ୍ରିୟା ରଖିଛନ୍ତି ଛାତ୍ର କଂଗ୍ରେସ ସଭାପତି । ତେବେ ଜାନୁଆରୀ ୨୯ ତାରିଖରେ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତଙ୍କ ଓଡ଼ିଶା ଗସ୍ତ ବେଳେ କଳା ପତାକା ପ୍ରଦର୍ଶନ କରି ଉଦିତ ଓ ତାଙ୍କ ସହକର୍ମୀ ଗିରଫ ହୋଇ ଝାରପଡ଼ା ଜେଲରେ ରହିଥିଲେ । ଜେଲରୁ ବେଲରେ ଆସିବା ପରେ ବାଇକ୍‌ ରାଲି କରି କଂଗ୍ରେସ ଭବନ ଅଭିମୁଖେ ଯାଇଥିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ।

  • 'ସ୍ବାଧୀନତା ସଂଗ୍ରାମୀଙ୍କ ଅପମାନ ସହିବୁ ନାହିଁ':

ଜେଲରୁ ବାହାରିବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି," ଆମ ଦେଶ ସ୍ବାଧୀନ ପାଇଁ ଯେଉଁମାନେ ରକ୍ତ ଆଉ ବଳିଦାନ ଦେଇଛନ୍ତି, ତାଙ୍କ ଅପମାନ ସହିବୁ ନାହିଁ । ପୋଲିସ ସାଧାରାଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । କେବଳ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ଅଛନ୍ତି । ଛାତ୍ରା କଂଗ୍ରେସ ଚେତାଇ ଦେବାକୁ ଚାହୁଁଛି ଯେ, ଯେପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସୁରକ୍ଷା ଦିଆଯାଇନାହିଁ, ସେ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ପୋଲିସ୍‌ ଇଣ୍ଟେଲଜେନ୍ସ ଭାଙ୍ଗି ଭିଆଇପିଙ୍କ ରାସ୍ତାରୋକ କରିବ । ଦେଶ ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମାନ ପାଇଁ କଂଗ୍ରେସ ସବୁବେଳେ ଆଗକୁ ଆସିବ । ଯେବେ ଯେବେ ମୋହନ ଭାଗବତ ଆସିବେ, ସେବେ ସେବେ ଛାତ୍ର କଂଗ୍ରେସ ତାଙ୍କ ରାସ୍ତା ରୋକିବ ।"

Udit Pradhan Gets Bail (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ଛାତ୍ର କଂଗ୍ରେସ ସଭାପତିଙ୍କ ଗିରଫଦାରୀକୁ ବିରୋଧ, ରାଜଧାନୀରେ ଗର୍ଜିଲା ଦଳ

ଜେଲରେ ଉଦିତ ପ୍ରଧାନଙ୍କୁ ଭେଟିଲେ କଂଗ୍ରେସ ନେତା, କହିଲେ ଗଣତନ୍ତ୍ର ପାଇଁ ସରକାରଙ୍କ ସମ୍ମାନ ନାହିଁ

  • ବେଲରେ ଆସିଲେ ଉଦିତ:

ସୂଚନା ଥାଉ କି, ଜାନୁଆରୀ ୨୯ ତାରିଖରେ ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତାକା ଦେଖାଇ ବିରୋଧ ପଦର୍ଶନ କରିଥିଲା ଛାତ୍ର କଂଗ୍ରେସ । ଯାହାକୁ ନେଇ ପୋଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସମେତ ୭ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା । ଗତ ୪ ଦିନ ତଳେ ଜଣେ ଛାତ୍ର କଂଗ୍ରେସ କର୍ମୀ ବେଲ ପାଇଥିବା ବେଳେ ଗତକାଲି ଅନ୍ୟ ସମସ୍ତେ ବେଲ ପାଇ ଜେଲରୁ ପାଇଛନ୍ତି । ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଜେଲରୁ ମୁକୁଳିଥିବା କର୍ମୀଙ୍କୁ ସ୍ୱାଗତ କରିବା ସହ ଏକ ବାଇକ ରାଲି କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରିଥିଲେ । ସାଙ୍ଗରେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟସୀର ନବାଜ, ଯୁବ କଂଗ୍ରେସ ପୂର୍ବତନ ସଭାପତି ସଭାପତି ରଞ୍ଜିତ ପାତ୍ର ଉପସ୍ଥିତ ଥିଲେ ।

Udit Pradhan Gets Bail (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details