ଓଡିଶା

odisha

ETV Bharat / politics

‘ଶକ୍ତି’ ମନ୍ତବ୍ୟ ପ୍ରସଙ୍ଗ: ‘ମୁଁ ଗଭୀର ସତ କହିଛି, ପ୍ରଧାନମନ୍ତ୍ରୀ ମୋର ଶବ୍ଦର ଭିନ୍ନ ବ୍ୟାଖ୍ୟା କରୁଛନ୍ତି’ - Rahul Gandhi Targets PM Modi

Rahul Gandhi Says PM Modi 'Twisted' His Words: 'ଶକ୍ତି' ମନ୍ତବ୍ୟ ନେଇ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିବା ପରେ ଉତ୍ତର ରଖିଲେ ରାହୁଲ ଗାନ୍ଧୀ । ଗଭୀର ସତ କହିଲେ ପ୍ରଧାନମନ୍ତ୍ରୀ ଏହାର ପରିବର୍ତ୍ତିତ ବାଖ୍ୟା କରନ୍ତି । ମୁଁ ଯେଉଁ ଅସତ୍ୟ ଶକ୍ତି କଥା କହିଥିଲି, ତାହା ଏବେ ଦେଶକୁ କବଳିତ କରିସାରିଲାଣି କହିଲେ ରାହୁଲ । ଅଧିକ ପଢନ୍ତୁ

‘ଶକ୍ତି’ ମନ୍ତବ୍ୟ ପ୍ରସଙ୍ଗ: ରହୁଲ କହିଲେ ମୁଁ ଗଭୀର ସତ କହିଛି, ପ୍ରଧାନମନ୍ତ୍ରୀ ମୋର ବୟାନକୁ ପରବର୍ତ୍ତିତ କରିଛନ୍ତି
‘ଶକ୍ତି’ ମନ୍ତବ୍ୟ ପ୍ରସଙ୍ଗ: ରହୁଲ କହିଲେ ମୁଁ ଗଭୀର ସତ କହିଛି, ପ୍ରଧାନମନ୍ତ୍ରୀ ମୋର ବୟାନକୁ ପରବର୍ତ୍ତିତ କରିଛନ୍ତି

By ETV Bharat Odisha Team

Published : Mar 18, 2024, 8:35 PM IST

ନୂଆଦିଲ୍ଲୀ: ଗତକାଲି ମୁମ୍ବାଇରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଉଦଯାପନୀ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଦେଇଥିବା ‘ଶକ୍ତି’ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହାକୁ ନେଇ କଡା ଟିପ୍ପଣୀ କରିଥିଲେ । ରାହୁଲଙ୍କ ନାମ ନନେଇ ‘ଶକ୍ତି’ ମନ୍ତବ୍ୟକୁ ଶାଣିତ ସାମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହାର କିଛି ଘଣ୍ଟା ମଧ୍ୟରେ ରାହୁଲଙ୍କ ପାଲଟା ଜବାବ ମଧ୍ୟ ସାମ୍ନାକୁ ଆସିଛି । ରାହୁଲ କହିଛନ୍ତି, ସେ ଯାହା କହିଥିଲେ, ତାହା ଗଭୀର ସତ୍ୟ । ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ବ୍ୟାଖ୍ୟା କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅସତ୍ୟ ଶକ୍ତିର ଏକ ଗୁଲାମ ହୋଇସାରିଲେଣି ।

ଏକ ଦୀର୍ଘ ଟ୍ବିଟ୍‌ କରି ରାହୁଲ କହିଛନ୍ତି, ‘‘ମୋଦିଜୀଙ୍କୁ ମୋ ଶବ୍ଦ କେବେ ପସନ୍ଦ ଆସେନାହିଁ, ସେ ସବୁବେଳେ ମୋ ମନ୍ତବ୍ୟକୁ କୌଣସି ପ୍ରକାରେ ପରିବର୍ତ୍ତନ କରି ତାର ଭିନ୍ନ ଅର୍ଥ ସୃଷ୍ଟି କରନ୍ତି । କାରଣ ସେ ଜାଣନ୍ତି, ମୁଁ ଗଭୀର ସତ୍ୟ ଉନ୍ମୋଚନ କରିଛି । ମୁଁ ଯେଉଁ ‘ଶକ୍ତି’ ବିଷୟରେ ଉଲ୍ଲେଖ କରିଛି, ଆମେ ଯେଉଁ ଶକ୍ତି ବିରୋଧରେ ସଂଗ୍ରାମ କରୁଛୁ, ମୋଦିଜୀ ସେହି ଶକ୍ତିର ଏକ ମୁଖା ମାତ୍ର । ଏହି ଶକ୍ତି ଆଜି ଭାରତର ସ୍ୱରକୁ କବଳିତ କରିଛି । ସିବିଆଇ, ଆଇଟି, ଇଡି, ନିର୍ବାଚନ ଆୟୋଗ, ଗଣମାଧ୍ୟମ, ଭାରତୀୟ ଶିଳ୍ପ ଜଗତ ପରି ଦେଶର ବିଭିନ୍ନ ଅନୁଷ୍ଠାନ ଏବଂ ସମଗ୍ର ସାମ୍ବିଧାନିକ ଢାଞ୍ଚାକୁ ମଧ୍ୟ କବଳିତ କରିନେଇଛି ।’’

ଆହୁରି ମଧ୍ୟ ରାହୁଲ ଲେଖିଛନ୍ତି, ‘‘ସେହି ଶକ୍ତି ପାଇଁ ନରେନ୍ଦ୍ର ମୋଦିଜୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ହଜାର ହଜାର କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ମାତ୍ର ଦେଶର କୃଷକ ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ହେଲେ ସରକାର କୃଷି ଋଣ ଛାଡ କଲା ନାହିଁ । ଏହି ଶକ୍ତିକୁ ହିଁ ଦେଶର ବନ୍ଦର, ବିମାନ ବନ୍ଦର ପ୍ରଦାନ କରାଯାଇଛି । ମାତ୍ର ଦେଶର ଯୁବକଙ୍କୁ ଅଗ୍ନିବୀର ଉପହାର ଦେଇଛି ସରକାର । ଆଜି ଗଣମାଧ୍ୟମ ମଧ୍ୟ ଏହି ଶକ୍ତି ଦ୍ବାରା କବଳିତ ହୋଇଛି । ଏହା କୌଣସି ପ୍ରକାର ଧାର୍ମିକ ଶକ୍ତି ନୁହେଁ ବରଂ ଏହା ଅନ୍ୟାୟ, ଦୁର୍ନୀତି ଏବଂ ଅସତ୍ୟର ଶକ୍ତି । ସେଥିପାଇଁ ମୁଁ ଯେତେବେଳେ ବି ଏହି ଶକ୍ତି ବିରୋଧରେ ସ୍ୱର ଉତ୍ତୋଳନ କରେ, ମୋଦିଜୀ କ୍ରୋଧିତ ହୁଅନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କ 'ଶକ୍ତି'ର ଜବାବ 'ନାରୀଶକ୍ତି'ରେ ଦେଲେ ମୋଦି; କହିଲେ 'ଜୁନ 4ରେ ହେବ ମୁକାବିଲା'

ତେବେ ଗତକାଲି ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଏହି ଶକ୍ତିକୁ ଶେଷ କରିବାକୁ ହେବ ବୋଲି କହିଥିଲେ । ବିଭିନ୍ନ ପ୍ରସଙ୍ଗରେ ସେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କ ନୀତିକୁ କଡା ସମାଲୋଚନା କରିଥିଲେ । ଆଜି ଏହି ପ୍ରସଙ୍ଗକୁ ତେଲେଙ୍ଗାନା ନିର୍ବାଚନୀ ସଭାମଞ୍ଚରେ କଡା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଶକ୍ତିକୁ ଶେଷ କରିବାକୁ କୁହାଯାଉଛି । ହେଲେ ଦେଶର ପ୍ରତ୍ୟେକ ମହିଳା ହେଉଛନ୍ତି ତାଙ୍କ ପାଇଁ ଶକ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details