ଓଡିଶା

odisha

ETV Bharat / politics

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ବହୁ ନେତା

Mishran Parba: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୀଳଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାମାନେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 7, 2024, 9:15 PM IST

ଶଙ୍ଖ ଭବନରେ ମିଶ୍ରଣ ପର୍ବ
ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଭୁବନେଶ୍ବର:ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ମିଶିଛନ୍ତି ନୀଳଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା । ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର, ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ଓ୍ବାର୍ଡର କାଉନସିଲର ପ୍ରତାପ ସେଠୀ ବିଜେଡିରେ ମିଶିଛନ୍ତି । ସେହିପରି ନୀଳଗିରି ବ୍ଳକ ପୂର୍ବତନ ଅଧ୍ୟକ୍ଷା ଝରଣା ସିଂ, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅର୍ଜୁନ ମାର୍ଣ୍ଡିଙ୍କ ସମେତ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।


ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି । ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦଳରେ ବିଧିବଦ୍ଧ ଭାବେ ମିଶିଛନ୍ତି । ୫T ଅଧ୍ୟକ୍ଷଙ୍କ ନୀଳଗିରି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ମିଶିଥିବା କହିଛନ୍ତି । ଏହି ମିଶ୍ରଣ ଦ୍ବାରା ନୀଳଗିରିରେ ବିଜେଡି ଆହୁରି ମଜବୁତ ହେବ ବୋଲି ସନ୍ତୋଷ ଖଟୁଆ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ମିଶିଥିବା ନେତା ଓ କର୍ମୀ ।

ଏହା ବି ପଢନ୍ତୁ...ନିର୍ବାଚନ ପୂର୍ବରୁ ଦଳ ଡିଆଁ, ବିଜେଡିରେ ସାମିଲ ହେଲେ ବିଜେପି ନେତା କର୍ମୀ

ଏହା ବି ପଢନ୍ତୁ...ରାହୁଲ ଆସିବା ପୂର୍ବରୁ ଟାଣ ହେଉଛି ହାତ ମୁଠା, ପୁରୁଣା ନେତାଙ୍କ ଘର ବାହୁଡା

ଏହା ବି ପଢନ୍ତୁ...ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟ ରାଜନୀତି ସରଗରମ ରହିଛି । ଦଳରେ ଗ୍ରହଣୀୟତା ଦେଖି ନେତାମାନେ ପଟ୍ଟ ପରିବର୍ତ୍ତନ କରୁଛନ୍ତି । ଏହାରି ଭିତରେ ବିଜେଡିରେ ବହୁ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ବିଜେପି ଓ କଂଗ୍ରେସ ଛାଡି ବିଜେଡ଼ିରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । ଫଳରେ ବିଜେଡି ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ଦଳୀୟ ନେତା । ସେହିପରି ଯେଉଁମାନେ ବିଜେଡିରେ ଅଣଦେଖା ବା କୋଣଠେସା ହେଉଛନ୍ତି ସେମାନେ ବିଜେଡ଼ି ଛାଡି ଅନ୍ୟ ଦଳକୁ ଯାଉଥିବା ଦେଖିବାକୁ ମିଳୁଛି । ଆଜି ନୀଳଗିରି, ଔପଦା ଏବଂ ବାହାନାଗା ବ୍ଲକର କଂଗ୍ରେସ ଓ ବିଜେପି ଦଳର ନେତାମାନେ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ବାଲେଶ୍ବର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ପ୍ରତାପ ଦେବ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଜଳକୁ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details