ଓଡିଶା

odisha

ମହାରାଷ୍ଟ୍ର କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ବାବା ସିଦ୍ଦିକ

By ETV Bharat Odisha Team

Published : Feb 8, 2024, 2:12 PM IST

Baba Siddique Resigned From Congress: କଂଗ୍ରେସ ଛାଡିଲେ ବାବା ସିଦ୍ଦିକ। ଏନସିପିରେ ହୋଇ ପାରନ୍ତି ସାମିଲ । ଅଧି ପଢନ୍ତୁ

ବାବା ସିଦ୍ଦିକ
Baba Siddique

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସକୁ ଝଟକା । ହାତ ଛାଡିଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ। ଆଜି ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆସନ୍ତା 10 ତାରିଖରେ ବାବା ସିଦ୍ଦିକ ଏନସିପି ପାର୍ଟିରେ ସାମିଲ ହେବା ନେଇ ବିଶେଷସୁତ୍ରରୁ ସୂଚନା ମିଳିଛି । କିଛି ଦିନ ପୂର୍ବରୁ ପୂର୍ବତନ କଂଗ୍ରେସ ନେତା ମିଲିନ୍ଦ ଦେଓରା ଦଳ ଛାଡ଼ି, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ ।

ବାବା ସିଦ୍ଦିକ ଏକ୍ସରେ ଟ୍ବିଟ କରି କହିଛନ୍ତି, "ମୁଁ କମ ବୟସରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି। କଂଗ୍ରେସ ସହ 48 ବର୍ଷର ଯାତ୍ରା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଜଲଦି ଜଲଦିରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ମୁଁ ନିଷ୍ପତ୍ତି ନେଇଛି। କଂଗ୍ରେସ ସହ ମୋର ରାଜନୈତିକ ଯାତ୍ରା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ଏହାମଧ୍ୟ ପଢ଼ନ୍ତୁ-ହାତ ଛାଡିଲେ, ଧନୁତୀର ଧରିଲେ ମିଲିନ୍ଦ ଦେଓରା

ବାବା ସିଦ୍ଦିକି ଓ ତାଙ୍କ ପୁଅ ଜିଶାନ ସିଦ୍ଦିକ ଅଜିତ ପାଓ୍ବାରଙ୍କ ଏନସିପି ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ବୁଧବାର ବିଳମ୍ବିତ ରାତିରେ ଉଭୟ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବିଳମ୍ବିତ ଭେଟିଥିଲେ। କିନ୍ତୁ ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କଂଗ୍ରେସରେ ଅଛନ୍ତି ବୋଲି କହିଥିଲେ। ସେ ଏନସିପିରେ ସାମିଲ ହେବା ନେଇ ଚର୍ଚ୍ଚା ଗୁଜବ ବୋଲି ମଧ୍ୟ କହିଥିଲେ । ମୁମ୍ବାଇରେ ଏନସିପି ଦଳ ଏତେଟା ସୁଦୃଢ ନଥିବା ବେଳେ ଅଜିତ ପାୱାରଙ୍କ ଗୋଷ୍ଠୀରେ ସଂଖ୍ୟାଲଘୁ ଚେହେରା ମଧ୍ୟ ନାହାନ୍ତି । ଅଜିତ ପାୱାରଙ୍କ ଏନସିପିର ଏହି ଶୂନ୍ୟସ୍ଥାନକୁ ବାବା ସିଦ୍ଦିକ ପୂରଣ କରିପାରିବେ ବୋଲି କୁହାଯାଉଛି । ବାବା ସିଦ୍ଦିକ ପାର୍ଟିରେ ଯୋଗଦେଲେ ଏନସିପିକୁ ବଳ ବିଳିବ । ବାବା ସିଦ୍ଦିକ ଏବଂ ତାଙ୍କ ପୁଅ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାରି ମଧ୍ୟ ସେ କଂଗ୍ରେସ ଛାଡିଛନ୍ତି ।

ବାବା ସିଦ୍ଦିକଙ୍କ ଇସ୍ତଫାକୁ ନେଇ ବିରୋଧୀ ଦଳର ନେତା ବିଜୟ ୱାଡେଟିୱାର କହିଛନ୍ତି ଯେ, ବାବା ସିଦ୍ଦିକ ଦଳ ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆଜି ପିତା ଇସ୍ତଫା ଦେଇଛନ୍ତି, ତାଙ୍କ ପୁଅ ପିତାଙ୍କୁ ଅନୁସରଣ କରୁଛନ୍ତି। ଏନସିପି ନେତା ସୁନୀଲ ଟାଟକାରେ କହିଛନ୍ତି,'' "କଂଗ୍ରେସ ନେତାମାନେ କାହିଁକି କଂଗ୍ରେସ ଦଳରୁ ଦୂରେଇ ଯାଉଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ । ଆଗାମୀ ଦିନରେ କଂଗ୍ରେସକୁ ଆହୁରି ଝଟକା ଲାଗିବ । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details