ଓଡିଶା

odisha

ETV Bharat / politics

ବିଜେଡି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦୁର୍ନୀତି କରୁଛି: ରାଉରକେଲା କଂଗ୍ରେସ - GENERAL ELECTION 2024 - GENERAL ELECTION 2024

Congress Alleged On BJD: ଇଲେକ୍ଟୋରାଲ ବଣ୍ଡକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ୨୪ ବର୍ଷର ଶାସନକାଳରେ ନବୀନ ପଟ୍ଟନାୟକ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି ବୋଲି ରାଉରକେଲା କଂଗ୍ରେସର ଅଭିଯୋଗ । ଅଧିକ ପଢନ୍ତୁ

ବିଜେଡି ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ କରୁଛି ଦୁର୍ନୀତି: ରାଉରକେଲା କଂଗ୍ରେସ
ବିଜେଡି ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ କରୁଛି ଦୁର୍ନୀତି: ରାଉରକେଲା କଂଗ୍ରେସ

By ETV Bharat Odisha Team

Published : Mar 31, 2024, 9:26 PM IST

ବିଜେଡି ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ କରୁଛି ଦୁର୍ନୀତି: ରାଉରକେଲା କଂଗ୍ରେସ

ରାଉରକେଲା: ରାଜ୍ୟରେ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନକୁ ନେଇ ତତ୍ପରତା ଦେଖାଦେଇଛି । ଏହି କ୍ରମରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ଶାସକ ବିଜେଡିକୁ ଘେରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରି କହିଛି ଯେ ବିଜୁ ଜନତା ଦଳ ଭାରତର ୫ମ ବୃହତ୍ତମ ଆଞ୍ଚଳିକ ଦଳ ହିସାବରେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ବର୍ଷ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କୁ ଭୂଆଁ ବୁଲାଇଥୁବା ବିଜେଡି ଏବଂ ତାର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ମୁଖା ଆଜି ଖୋଲିଯାଇଛି । ନବୀନ ପଟ୍ଟନାୟକ ହେଉଛନ୍ତି ଭାରତ ବର୍ଷର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ଏହି ତଥ୍ୟ ଦେଖିଲା ପରେ ବୁଝାପଡ଼ୁଛି ବୋଲି କହି କଟାକ୍ଷ କରିଛି ରାଉରକେଲା କଂଗ୍ରେସ ।

ତେବେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରି କଂଗ୍ରେସ କହିଛି, "ଉଭୟ ବିଜେପି ଏବଂ ବିଜେଡି ହେଉଛନ୍ତି ଦୁର୍ନୀତି ଗ୍ରସ୍ତ ଦଳ । ନବୀନ ଓ ମୋଦି ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ରାଜ୍ୟରେ ୨୪ ବର୍ଷର ଶାସନକାଳରେ ନବୀନ ପଟ୍ଟନାୟକ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନବାବୁଙ୍କ କାରସାଦି ଓ ଜାଲିଆତି ବୁଝି ଗଲେଣି ।" ରାଉରକେଲା କଂଗ୍ରେସ ଦଳର ନେତା କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ଏସଏଲ ମାଇନିଂ ୧୭୪.୫ କୋଟି, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ୭୦ କୋଟି, ଗ୍ରାସିମ ଇଣ୍ଡଷ୍ଟ୍ରିଜ ୧୦ କୋଟି ମିଶାଇ ୨୫୪.୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ବଡ଼ ଚେହେରାକୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ: ଜୟଦେବ - Odisha Congress

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ୧୦୦କୋଟି, ଜିନ୍ଦଲ ଷ୍ଟେନଲେସ ୩୦କୋଟି, ରଶ୍ମି ସିମେଟ ୪୫କୋଟି, ରଶ୍ମି ମେଟାଲିକ୍ସ ୨୭କୋଟି, ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ ୧୮କୋଟି, ରୁଙ୍ଗଟା ସନ୍ସ ୫୦କୋଟି, ଏସ.ଏନ ମହାନ୍ତି ୪୫କୋଟି, ବେଦାନ୍ତ ଲିମିଟେଡ ୪୦ କୋଟି, ପେଙ୍ଗୁଇନ ଟ୍ରେଡିଂ ଏଣ୍ଡ ଏଜେନ୍ସି ୩୦.୫କୋଟି, ଶ୍ରୀଜଗନ୍ନାଥ ଏଶ ପାଓ୍ବାର ୧୪କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ବିଜେଡ଼ି ଦଳକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦେଇଛନ୍ତି । ରାଉରକେଲା କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ ଏହି ଅଭିଯୋଗ ଆଣିଛି । ରାଜ୍ୟରେ ଚିଟଫଣ୍ଡ ମହାଦୁର୍ନୀତି ଓ ଖଣି ଦୁର୍ନୀତିରେ ସଂପୃକ୍ତ ରାଜ୍ୟସରକାରଙ୍କୁ କେନ୍ଦ୍ର ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି କଂଗ୍ରେସ କହିଛି ।

ନିର୍ଦ୍ଦିଷ୍ଟ ରାଜନେତା ଓ ବ୍ୟକ୍ତି ବିଶେଷଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ଚଢ଼ାଉ କରିଥିବା ବେଳେ କୋଟି କୋଟି ଟଙ୍କାର ମହାଦୁର୍ନୀତିରେ ସମ୍ପୃକ୍ତ ନବୀନ ସରକାରଙ୍କୁ ମୋଦି ସରକାର କାହିଁକି ଘଣ୍ଟ ଘୋଡାଉଛନ୍ତି ଓ ଏହା ପଛର ଅସଲି ଉଦ୍ଦେଶ୍ୟ କଣ ତାହା ରାଜ୍ୟବାସୀଙ୍କୁ ଆଉ ଅଜଣା ଓ ଅଛପା ନାହିଁ ବୋଲି କହିଛି କଂଗ୍ରେସ । ବିଜେଡି ରାଜରେ ରାଜ୍ୟର କୃଷକ, ମହିଳା, ଯୁବକ ଓ ଛାତ୍ର ଦିଶାହୀନ ହୋଇପଡ଼ିଛନ୍ତି । ଖଣିଜ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟ ଓଡ଼ିଶାକୁ ଅଣ ଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ଅହରହ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details