ଓଡିଶା

odisha

ETV Bharat / politics

ଲୋକଙ୍କ ପାଖକୁ ଯିବା ପାଇଁ ରାଜନୈତିକ ଦଳ ପାଖରେ ପ୍ରକୃତ ପ୍ରସଙ୍ଗ ନାହିଁ: ରବି ଦାସ - Manifesto Of Parties - MANIFESTO OF PARTIES

Manifesto Of Parties: କେଉଁ ଦଳର ନିର୍ବାଚନୀ ଇସ୍ତାହାର ଓ ଗ୍ୟାରେଣ୍ଟି କେତେ ଫଳପ୍ରଦ ହେବ, ସେନେଇ ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

Manifesto Of Parties
Manifesto Of Parties

By ETV Bharat Odisha Team

Published : Apr 15, 2024, 5:15 PM IST

Updated : Apr 15, 2024, 5:41 PM IST

Manifesto Of Parties

ଭୁବନେଶ୍ବର: ଆଉ କିଛି ଦିନ ପରେ ନିର୍ବାଚନ । ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ପ୍ରମୁଖ ଦଳ । ଏବେବି କେତେକ ଆସନରେ ପ୍ରାର୍ଥୀ ଦ୍ବନ୍ଦ୍ବ ରହିଛି । ବିଜେଡି ନବୀନଙ୍କ ବିକାଶ କଥା କହୁଥିବାବେଳେ ବିଜେପି ମୋଦି ଗ୍ୟାରେଣ୍ଟିକୁ ପାଥେୟ କରି ଭୋଟ ମାଗୁଛି । କଂଗ୍ରେସ 90 ସଂକଳ୍ପ ଓ 9 ଗ୍ୟାରେଣ୍ଟି ସହିତ ମଇଦାନକୁ ଓହ୍ଲାଇଛି । କିନ୍ତୁ ମୁଖ୍ୟ ସମସ୍ୟା ଯାହା ରାଜ୍ୟର ତାକୁ ଏ ପର୍ଯ୍ୟନ୍ତ କେହି ପ୍ରସଙ୍ଗ କରିନାହାନ୍ତି ବା ସେନେଇ ନିରବ ରହିଛନ୍ତି ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ । ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ରାଜ୍ୟରେ ଏକ ବଡ଼ ସମସ୍ୟା ହେଉଛି ବେକାରୀ ସମସ୍ୟା । ବେକାରୀ ପ୍ରସଙ୍ଗରେ କୌଣସି ରାଜନୈତିକ ଦଳ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିନାହିଁ ।"

"ଯଦି ପ୍ରସଙ୍ଗ ଦେଖାଯାଏ ଏ ଯାଏଁ କୌଣସି ଦଳ ଲୋକଙ୍କ ପାଖରେ ପ୍ରସଙ୍ଗ ନେଇ ପହଞ୍ଚି ପାରିନାହାନ୍ତି । ଯଦିଓ କଂଗ୍ରେସ ନିର୍ବାଚନୀ ଇସ୍ତାହାର ବାହାର କରିଛି । 5 ନ୍ୟାୟ 25 ଗ୍ୟାରେଣ୍ଟି କଥା କହିଛି କଂଗ୍ରେସ । ରାଜ୍ୟରେ ମଧ୍ୟ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ । ଯେଉଁଥିରେ 90 ସଂକଳ୍ପ ଏବଂ 9 ଗ୍ୟାରେଣ୍ଟି କଥା କହିଛି କଂଗ୍ରେସ । କିନ୍ତୁ ଲୋକଙ୍କ ପାଖରେ ଏହାକୁ ପହଞ୍ଚା ଯାଇପାରିନାହିଁ । ବିଜେଡିର ମୁଖ୍ୟତଃ ପ୍ରଚାର ଚାଲିଛି ନବୀନଙ୍କ ନେତୃତ୍ବରେ ବିକାଶ ଚାଲିଛି । ଜନକଲ୍ୟାଣକାରୀ କାର୍ଯ୍ୟ ହେଉଛି । ସବୁ ବର୍ଗଙ୍କୁ ଗୁରୁତ୍ବ ଦିଆଯାଇଛି । ଶିକ୍ଷା ସ୍ବାସ୍ଥ୍ୟ ସବୁଥିରେ ମାଇଲଖୁଣ୍ଟ ଅତିକ୍ରମ କରିଛି । ବେକାରୀ ଓ ଦରଦାମ ପ୍ରସଙ୍ଗରେ ବିଜେଡି ନିରବ ରହୁଛି । ବିଜେପିର କହିବା ହେଲା ମୋଦିଙ୍କୁ ଦେଖି ଆମକୁ ଭୋଟ ଦିଅ । ମୋଦି ଗ୍ୟାରେଣ୍ଟି କଥା କହୁଛି । କିନ୍ତୁ ମୋଦି ଗ୍ୟାରେଣ୍ଟିରେ ଆୟୁଷ୍ମାନ ଭାରତ ଯୋଜନା ଥିଲେ ମଧ୍ୟ ଓଡି଼ଶାରେ ଏହା କାର୍ଯ୍ୟ କରୁନି । ଦର ବୃଦ୍ଧି ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ବିଜେପି ନାରା ଦେଉଛି । ଇଞ୍ଜିନର ଡ୍ରାଇଭର କିଏ ଓଡିଶାରେ ଜଣାନାହିଁ । ଯେପରି ପ୍ରସଙ୍ଗକୁ ଲୋକଙ୍କ ପାଖକୁ ଆଣିବା କଥା ସେପରି ଆଣିପାରୁନାହାନ୍ତି ବିଜେପି ଓ ବିଜେଡି" ବୋଲି କହିଛନ୍ତି ରବି ଦାସ ।

ଏହା ବି ପଢନ୍ତୁ...ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ମୋଦି ଗ୍ୟାରେଣ୍ଟି କଥା ଦୋହରାଇଲା ଦଳ - Sameer On BJP MANIFESTO

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଆମ ଗ୍ୟାରେଣ୍ଟି ଲୋକଙ୍କର । ଆଉ ସବୁ ହେଉଛି ମୋଦିଙ୍କ ପ୍ରସଙ୍ଗ । ଯଦି ଲୋକମାନେ ନିଜ ପ୍ରସଙ୍ଗ ସମ୍ପର୍କରେ ସଚେତନ ହେବେ କଂଗ୍ରେସ ଭଲ ଭାବେ ସଫଳ ହେବ । ସାଧାରଣ ଲୋକ ଅନ୍ୟ ଦଳର ପ୍ରସଙ୍ଗ ସହିତ ତୁଳନା କରନ୍ତୁ । ଏହା କେତେ ଦୂର କାର୍ଯ୍ୟରେ ଲାଗିବ ଲୋକେ ଚର୍ଚ୍ଚା କରିବେ । ଆମ ଗ୍ୟାରେଣ୍ଟିକୁ ଲୋକଙ୍କ ପାଖକୁ ପଠାଇଛୁ । ଲୋକେ ବିଚାର କରିବେ । 2019ରେ ମୋଦି ଦେଇଥିବା ଗ୍ୟାରେଣ୍ଟି କାର୍ଯ୍ୟକାରୀ ହୋଇନାହିଁ । ପୁଣି ନୂଆ ଗ୍ୟାରେଣ୍ଟି ଆଣିଛନ୍ତି । ମୋଦି ସରକାର ଗ୍ୟାରେଣ୍ଟି ମାଧ୍ୟମରେ ଦେଶର ଲୋକଙ୍କୁ ଦରିଦ୍ର କରିବାକୁ ବସିଛନ୍ତି । କଂଗ୍ରେସ ମହିଳାମାନଙ୍କୁ ଗୃହଲକ୍ଷ୍ମୀ ଭତ୍ତା, କୃଷକମାନଙ୍କୁ ଏମଏସପି ବାବଦରେ 3ହଜାର ଟଙ୍କା, ବେକାରୀ ଦୂର କରିବ। ଆମର ପ୍ରସଙ୍ଗ ସ୍ପଷ୍ଟ ସ୍ବଚ୍ଛ ଏବଂ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।" ବ୍ରାଣ୍ଡ ନବୀନ ଓ ନବୀନଙ୍କ ସମୟରେ ହୋଇଥିବା ବିକାଶମୂଳକ କାମକୁ ପ୍ରସଙ୍ଗ କରି ଭୋଟ ମାଗୁଛି ବିଜେଡି । ଅନ୍ୟପଟେ ମୋଦି ଗ୍ୟାରେଣ୍ଟି ସହିତ ଲୋକଙ୍କୁ ଯୋଡୁଛି ବିଜେପି । ଏହାରି ଭିତରେ କଂଗ୍ରେସ ବେକାରୀ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଲୋକଙ୍କ ପାଖରେ ଠିକଣା ଢଙ୍ଗରେ ପହଞ୍ଚାଇପାରୁନାହିଁ । ତେବେ ଜନମତ କାହା ସପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 15, 2024, 5:41 PM IST

ABOUT THE AUTHOR

...view details