ଓଡିଶା

odisha

ହତ୍ୟା ଧମକ ପରେ କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିକ୍ରିୟା, 'ମୋତେ ହତ୍ୟା କଲେ ଶହ ଶହ ସାଲୁଜା ଜନ୍ମନେବେ'

Reaction Of Santosh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପୋଷ୍ଟର ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏହାକୁ ନେଇ ସେ କ'ଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ।

By ETV Bharat Odisha Team

Published : Feb 19, 2024, 1:44 PM IST

Published : Feb 19, 2024, 1:44 PM IST

Updated : Feb 19, 2024, 1:58 PM IST

Reaction Of Santosh Saluja
Reaction Of Santosh Saluja

Reaction Of Santosh Saluja

ଭୁବନେଶ୍ବର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ସେ କହିଛନ୍ତି, ମତେ ହତ୍ୟା କଲେ ଶହ ଶହ ସାଲୁଜା ବାହାରିବେ । ତେବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକଙ୍କୁ 15 ଦିନ ଭିତରେ ହତ୍ୟା କରାଯିବା ନେଇ ପୋଷ୍ଟର ଲାଗିଛି । ଯାହା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଘଟଣାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି ।

ଏନେଇ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ସରକାରରେ କ୍ୟାବିନେଟ ମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି । ମତେ ହତ୍ୟା କରିବା ଲାଗି କଣ୍ଟାବାଞ୍ଜିରେ ଦୁଇଟି ପୋଷ୍ଟର ମରା ହୋଇଥିବା କଥା ମୁଁ ଗଣମାଧ୍ୟମରୁ ଶୁଣିବାକୁ ପାଇଲି । ନିର୍ବାଚନ ପୂର୍ବରୁ ମୋତେ ହଇରାଣ କରିବା ଲାଗି ଏମିତି କରାଯାଇଛି । ମୁଁ କଣ୍ଟାବାଞ୍ଜିର ବିକାଶ ଓ ଓଡ଼ିଶାର ବିକାଶ ଲାଗି କାମ କରୁଛି । ମତେ ହତ୍ୟା କଲେ ଶହ ଶହ ସାଲୁଜା ବାହାରିବେ । ମୋ ଜିତିବାର ସମ୍ଭାବନା ଥିବାରୁ ମୋ ବିରୋଧରେ ଏମିତି ଷଡଯନ୍ତ୍ର କରୁଛନ୍ତି ବିରୋଧୀ । ମତେ କାହାକୁ ଡ଼ରିବାର ନାହିଁ । ମୁଁ ପୋଲିସ ଏସପିଙ୍କ ସହ କଥା ହୋଇଛି, ସେ ଘଟଣା ସମ୍ପର୍କରେ ଛାନଭିନ କରିବା ନେଇ କହିଛନ୍ତି ।"

ସୂଚନା ଅନୁସାରେ, ଆଜି ସକାଳୁ କଣ୍ଟାବାଞ୍ଜି ସହର ବାଳିକା ହାଇସ୍କୁଲ ବାହାରେ ଥିବା ଦୋକାନ ସମ୍ମୁଖରେ ଏବଂ ପେଟ୍ରୋଲ ପମ୍ପ ନିକଟରେ ଏଭଳି ପୋଷ୍ଟର ଲାଗିଛି । ଧଳା ରଙ୍ଗର ପୋଷ୍ଟରରେ "କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି" ବୋଲି ଲାଲ ଅକ୍ଷରରେ ଲେଖା ରହିଛି । ଖାଲି ସେତିକି ନୁହେଁ, ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି । ସେପଟେ ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବାବେଳେ କଣ୍ଟାବାଞ୍ଜି ପୋଲିସ 2 ଟି ବ୍ୟାନର ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ...କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ! 15 ଦିନରେ ମାରିଦେବା ନେଇ ଲାଗିଲା ପୋଷ୍ଟର

ସନ୍ତୋଷ ସିଂ ସାଲୁଜାଙ୍କୁ 2014 ମସିହାରେ ଜମିଜମା ମାମଲାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କର ଦୁଇ ଗୋଡ଼ ଦୁର୍ବୃତ୍ତ ହାଣି ଦେଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ମଧ୍ୟ ରାଜନୈତିକ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତାକୁ ନେଇ ଅନେକ ମାମଲା ସାମନାକୁ ଆସିଥିଲା । ଏପରିକି ତାଙ୍କ ଭାଇଙ୍କ ନାଁରେ ମଧ୍ୟ ଅପହରଣ ଭଳି ଅଭିଯୋଗ, ତାଙ୍କ ପୁଅଙ୍କ ନାଁରେ ମଧ୍ୟ ଜଣେ ସିନେମା ହଲ୍ ମାଲିକଙ୍କୁ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ତେବେ ବର୍ତ୍ତମାନ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି ପୋଷ୍ଟର ଲଗାଇଛି ସେନେଇ ଖୋଳତାଡ଼ କରୁଛୁି ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 19, 2024, 1:58 PM IST

ABOUT THE AUTHOR

...view details