Dresses for Navratri: ଆଜି ନବରାତ୍ରିର ଦ୍ବିତୀୟ ଦିନ । ଯେତେବେଳେ ନବରାତ୍ରି କଥା ଭାବୁ, ପ୍ରଥମେ ଆମ ମନରେ ଆସେ କେଉଁ ପ୍ରକାର ପୋଷାକ ପିନ୍ଧିବୁ, କେମିତି ଦେଖାଯିବୁ । ଯଦି ଆପଣ ବି ଏମିତି ଭାବୁଛନ୍ତି, ତାହେଲେ ଚିନ୍ତା କରିବା ଦରକାର ନାହିଁ । ଆଜି ଆମେ ଆପଣଙ୍କ ପାଇଁ ବଲିଉଡ ସେଲିବ୍ରିଟି ଦ୍ବାରା ପିନ୍ଧି ଯାଉଥିବା କିଛି ପାରମ୍ପରିକ ଡ୍ରେସ ଅପ୍ସନ ନେଇ ଆସିଛୁ । ନବରାତ୍ରିରେ ଗର୍ଜିୟସ ଲୁକ୍ ଚାହୁଁଥିଲେ ଆପଣ ଏହି ସେଲିବ୍ରିଟିଙ୍କ ଲୁକ୍ ଫଲୋ କରିପାରିବେ ।
ଦିୟା ମିର୍ଜାଙ୍କ ଗ୍ରୀନ ଲେହେଙ୍ଗା ଲୁକ୍
ଯଦି ଆପଣ ନବରାତ୍ରି ସମୟରେ ଆକର୍ଷକ ଲୁକ୍ ତଲାସରେ ଅଛନ୍ତି, ତାହେଲେ ଦିୟା ମିର୍ଜାଙ୍କ ଭଳି ସବୁଜ ରଙ୍ଗର ଲେହେଙ୍ଗା ସହ ଷ୍ଟେଟମେଣ୍ଟ ଜୁଏଲାରୀ ପିନ୍ଧି ପାରିବେ ।
ମୌନୀ ରୟଙ୍କ ଗାଢ ସବୁଜ ଲେହେଙ୍ଗା
ଚଳିତ ନବରାତ୍ରିରେ ମୌନୀ ରୟ ପିନ୍ଧିଥିବା ଗାଢ ସବୁଜ ରଙ୍ଗର ଲେହେଙ୍ଗା ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରେ । ଏହି କଷ୍ଟ୍ୟୁମରେ ମୌନୀ ଖୁବ୍ ଗର୍ଜିୟସ ଲାଗୁଥିଲେ ।
ଦୀପିକା ପାଦୁକୋନଙ୍କ ସାରାରା ଲୁକ୍
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗ୍ରୀନ ସାରାରା ସହ ନ୍ୟୁଡ ଲୁକ୍ରେ ଖୁବ୍ ସୁନ୍ଦର ଦିଶୁଥିଲେ । ଆପଣ ବି ନବରାତ୍ରିରେ ଦୀପିକାଙ୍କ ଏହି ଗ୍ରୀନ ପାରମ୍ପରିକ ସାରାରା ଓ ନ୍ୟୁଡ୍ ଲୁକ୍ ଫଲୋ କରିପାରିବେ ।
ସୋନାକ୍ଷୀଙ୍କ ଇଣ୍ଡୋ-ୱେଷ୍ଟର୍ନ ଆଲେମ୍ବଲେଜ ଲୁକ୍
ଯଦି ଆପଣ ଏହି ନବରାତ୍ରିରେ କିଛି ଭିନ୍ନ ଓ ନିଆରା ଲୁକ୍ ଚାହୁଁଛନ୍ତି ତାହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଏହି ସାଟିନ ଗ୍ରୀନ ଇଣ୍ଡୋ-ୱେଷ୍ଟର୍ନ ଆସେମ୍ବଲ ଲୁକ୍ ଫଲୋ କରିପାରିବେ ।
ଅଦିତି ରାଓଙ୍କ ଗ୍ରୀନ ଜର୍ଜେଟ ଅନାରକଲି
ଅଦିତି ରାଓ ପିନ୍ଧିଥିବା ସବୁଜ ରଙ୍ଗର ଜର୍ଜେଟ ବୁଣା ଅନାରକଲି ସୁଟ୍ ନବରାତ୍ରି ଲୁକ୍ ପାଇଁ ଏକ ପରଫେକ୍ଟ ଅପ୍ସନ । ଏହାକୁ ପିନ୍ଧିଲେ ଆପଣ ମଧ୍ୟ ଖୁବ୍ ସୁନ୍ଦର ଦିଶିପାରିବେ ।
ଆଲିୟା ଭଟ୍ଟ ବନାରସୀ ଶାଢୀ ଲୁକ୍
ନବରାତ୍ରିର ଦ୍ବିତୀୟ ଦିନରେ ଆଲିୟା ଭଟ୍ଟ ଗୋଲ୍ଡ ଲେସ୍ କାମ ଥିବା ବଟଲ ଗ୍ରୀନ ବନାରସୀ ଶାଢି ଲୁକ୍ ଭଳି ଆପଣ ବି ଏହି ଲୁକ୍ ନେଇପାରିବେ । ଆଲିୟା ଏହି ଗ୍ରୀନ ଶାଢିରେ ଖୁବ୍ ସୁନ୍ଦର ଦିଶୁଥିଲେ ।
ମାଧୁରୀ ଦୀକ୍ଷିତଙ୍କ ଏଥନିକ ବ୍ଲିଚ୍ ନିୟନ ଗ୍ରୀନ ଶାଢୀ ଲୁକ୍
ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଏହି ଏଥନିକ ବ୍ଲିଚ୍ ନିୟନ ଗ୍ରୀନ ଶାଢୀ ଲୁକ୍ ଆପଣାଇ ଏହି ନବରାତ୍ରିରେ ଆପଣ ବି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବେ ।