ETV Bharat / politics

କର୍ପୋରେଟର କଳି, ମେୟର କହିଲେ ‘ତାଳ ପଡ଼ିବାକୁ କାଉ ରଡ଼ିବା’ - BMC Corporator Meeting - BMC CORPORATOR MEETING

Bhubaneswar Mayor Sulochana Das: BMC ବିଜେଡି କର୍ପୋରେଟର କଳି ପ୍ରସଙ୍ଗ । ମୁହଁ ଖେଲିଲେ ମେୟର ସୁଲୋଚନା ଦାସ । ଅଧିକ ପଢ଼ନ୍ତୁ

Bhubaneswar Mayor Sulochana Das
Bhubaneswar Mayor Sulochana Das (ETV Bharat Odisha)
author img

By ETV Bharat Odisha Team

Published : Sep 29, 2024, 10:38 PM IST

ଭୁବନେଶ୍ବର: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଭୁବନେଶ୍ୱର ବିଜେଡିର ଅନ୍ତର୍ଦ୍ୱନ୍ଦ । ଦଳର ଅନ୍ତଃ ବିଦ୍ରୋହ ଏତେ ତୀବ୍ର ହେଲଣି ଯେ, ବିଜେଡିର ଦଳୀୟ କନ୍ଦଳ ହାଟରେ ପଡ଼ି ବାଟରେ ଗଡିଲାଣି । ଏହାକୁ ନେଇ ଭୁବନେଶ୍ୱର ବିଜେଡି ଏବେ ଦୁଇ ଫଳ । ଗତ କିଛିଦିନ ତଳେ ଶଙ୍ଖ ଭବନରେ ହୋଇଥିବା କନ୍ଦଳର ଛାପ ଏବେ ବିଏମ୍‌ସିର ମାସିକିଆ ବୈଠକରେ ଦେଖିବାକୁ ମିଳିଥିଲା । ବୈଠକକୁ ଆସିନଥିଲେ ଅଧିକାଂଶ ବିଜେଡି କର୍ପୋରେଟର । ଦଳର ଦୁଇଜଣ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହସୁପକାରଙ୍କ ବିରୋଧରେ ଏବେ ଅନ୍ୟ ବିଜେଡି କର୍ପୋରେଟରମାନେ ମେଳି ବାନ୍ଧିଛନ୍ତି । ଆଉ ଏହି ମେଳିର ଚର୍ଚ୍ଚା ଏବେ ବାହାରକୁ ଆସିଥିବା ବେଳେ ବିଜେଡି ଭିତରେ ଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ମେୟର ।

ତାଳ ପଡ଼ିବାକୁ କାଉ ରଡ଼ିବା ଭଳି କଥା:

Bhubaneswar Mayor Sulochana Das (ETV Bharat Odisha)

କର୍ପୋରେସନ ମିଟିଂରେ କର୍ପୋରେଟର ଅନୁପସ୍ଥିତ ରହି ଅନ୍ୟତ୍ର ମେଳି କରିବା ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଅଲଗା ମେଳି କଥା ହେଉଛି ଭୁଲ୍ । ଏହା ତାଳ ପଡ଼ିବାକୁ କାଉ ରଡ଼ିବା ଭଳି କଥା । କର୍ପୋରେସନ ମିଟିଂ ଯୋଗ ଦେବା ଆମ ଦାୟିତ୍ଵ । ଲୋକଙ୍କ ସମସ୍ୟା ଉପସ୍ଥାପନା ଏହା ଏକ ଫୋରମ । କାହାର କ'ଣ କାମ ରହିଯାଇଥିବ, ସେହି କାରଣରୁ ସେମାନେ ଆସିପାରିନାହାନ୍ତି । କର୍ପୋରେଟର ଭାଇ-ଭଉଣୀ ଗେଟ ଟୁ ଗେଦର୍ କରିବା ବା ଏକାଠି ବସିବାର ଯଦି ଅନ୍ୟ ଅର୍ଥ ବାହାର କରିବେ ତେବେ କ'ଣ କରାଯିବ । ତାଳ ପଡ଼ିବାକୁ କୁଆ ରଡ଼ିବା ଏହି ନୀତିରେ ଏହି କଥା ସବୁ ଆଲୋଚନା ହେଉଛି । ମଧ୍ୟ ଏବଂ ଏକାମ୍ରର କିଛି କର୍ପୋରେଟର ବୈଠକରେ ମଧ୍ୟ ଆସିଥିଲେ । ବିଜୁ ଜନତା ଦଳ ଲୋକଙ୍କ ସେବା ପାଇଁ, ତେଣୁ ଅନ୍ୟ କୌଣସି ବିଷୟ ଚିନ୍ତା କରି ଲୋକଙ୍କ ସେବା ଠାରୁ ଦୂରେଇବା କଥା କେବେବି ହେବନି ।"

ବିଏମ୍‌ସିର ବୈଠକ କର୍ପୋରେଟର ଅନୁପସ୍ଥିତ:

BJD Corporators Skip BMC Meeting
BJD Corporators Skip BMC Meeting (ETV Bharat Odisha)

ସୂଚନା ଥାଉକି, ଗତ ଶୁକ୍ରବାର ଆୟୋଜିତ ବିଏମ୍‌ସିର ମାସିକିଆ ବୈଠକରେ ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୩୨ ଜଣ କର୍ପୋରେଟର ଯୋଗଦେଇ ନ ଥିଲେ । ଗୋଟେପଟେ ବିଏମ୍‌ସିର ବୈଠକ ଚାଲିଥିବା ବେଳେ, ଅନ୍ୟପଟେ ସେହିଦିନ ଲକ୍ଷ୍ମୀସାଗର ସ୍ଥିତ ଏକ ମନ୍ଦିରରେ ଏହି କର୍ପୋରେଟରମାନଙ୍କ ଅନ୍ୟ ଏକ ବୈଠକ ହୋଇଥିଲା । ଦଳର କିଛି ବିଦ୍ରୋହୀ କର୍ପୋରେଟର ଦଳକୁ ଭାଙ୍ଗିବାକୁ ଚାହୁଁଥିବାବେଳେ, ଦଳର ସଭାପତି ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ସମ୍ପୃକ୍ତ କର୍ପୋରେଟରଙ୍କୁ ତାଗିଦ୍‌ ମଧ୍ୟ କରାଯାଉନାହିଁ । ତେଣୁ ଯଥାଶୀଘ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଅସହଯୋଗ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ବେଶ ଚର୍ଚ୍ଚର ଶିରୋନାମା ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ...ଖୋଲିବ କି ସ୍ମିତାରାଣୀ ଫାଇଲ ? ବିଜେଡିକୁ ମୋହନ ମାଝୀଙ୍କ ଟାର୍ଗେଟ, ଦଳ କହିଲା ତଥ୍ୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ - CM Targets BJD

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଉପରେ ବର୍ଷିଲେ ବିଜୟ, କହିଲେ... - Odisha BJP Incharge Targets BJD

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ନିର୍ବାଚନ ହାରିଲା ବିଜେଡି ? ନବୀନଙ୍କୁ କାରଣ କହିଲେ ପରାଜିତ ପ୍ରାର୍ଥୀ - Reasons For BJD Defeat

ପଦକ୍ଷେପ ନିଅନ୍ତୁ ଦଳ ସଭାପତି:

ଏହାସହ ଅକ୍ଟୋବର ୨ ପୂର୍ବରୁ ଯଦି ସଭାପତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୨ରେ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରୁ ଦଳର କୌଣସି କାର୍ଯ୍ୟକ୍ରମରେ ଏମାନେ ଭାଗନେବେ ନାହିଁ । କର୍ପୋରେଟରଙ୍କ ଏହି ନିଷ୍ପତ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଜରିଆରେ ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.