ETV Bharat / politics

ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ‘ତାକତ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’ - Badri Patra Targets Manmohan

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ନାରାୟଣଙ୍କ କଡା ଜବାବ । ବିଜେଡି ଶିବିର ଖାଲି ହୋଇଯିବା ପ୍ରସଙ୍ଗରେ ଦେଲେ ଚ୍ୟାଲେଞ୍ଜ ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

BADRI PATRA TARGETS MANMOHAN
BADRI PATRA TARGETS MANMOHAN (ETV BHARAT ODISHA)

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଖାଲି ହୋଇଯିବ ବିଜେଡି ଶିବିର ବୟାନକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ମନମୋହନଙ୍କ ଏପରି ବୟାନଙ୍କୁ କଡା ସମାଲୋଚନା କରୁଛନ୍ତି ବିଜେଡି ନେତାଏ । ଯଦି ତାକତ ଅଛି ବିଜେଡିକୁ ଖାଲି କରିକି ଦେଖାଅ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେହିପରି ବିଧାୟକ ଗଣେଶ୍ଵର ବେହେରା ଓ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ମନମୋହନଙ୍କୁ ସମାଲୋଚନା କରିଛନ୍ତି ।

'ଯଦି ତାକତ ଅଛି ବିଜେଡିକୁ ଖାଲି କରିକି ଦେଖାଅ' :

ବିଧାୟକ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, "ଆମ ଦଳକୁ ଖାଲି କରିବାର ତାକତ ଅଛି ଯଦି ତାଙ୍କୁ ପଚାର । କହିବାକୁ ବହୁତ କଥା ଲୋକେ କହିବେ । କିଏ କହିବା ବେଳେ କାହା ମୁହଁରେ ହାତ ଦେଇ ବନ୍ଦ କରି ହେବନାହିଁ । ନିରର୍ଥକ କଥାର ଅର୍ଥ ନାହିଁ । ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଦଳ ଛାଡିବା ପରେ କହିଲେ ଶୋଭା ପାଇବ । ଆଗକୁ ସବୁ ପଳେଇବେ କହି ପ୍ରଚାର ପ୍ରସାର କରିବାରେ ଲାଭ କିଛି ନାହିଁ । ତାକତ ଅଛି ବିଜେଡିକୁ ଖାଲି କରିକି ଦେଖାଅ । ଯଦି ଭାଡ଼ି ଖାଲି କରିବାର ତାକତ ଅଛି କରି ଦେଖାନ୍ତୁ । ''

'ମୁଙ୍ଗେରି ଲାଲ୍ କେ ହସିନ ସପ୍ନେ ଦେଖୁଛନ୍ତି ମନମୋହନ':

ମନମୋହନଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି, " ମୁଙ୍ଗେରି ଲାଲ୍ କେ ହସିନ ସପ୍ନେ । ସମୟ କହିବ, ଦୁଇ ଜଣ ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ସ୍ଵଳ୍ପଆୟୁ । ତାହା ହିଁ ପ୍ରମାଣିତ ହେବ ।"

ଏହା ମଧ୍ୟ ପଢନ୍ତୁ-ଭର୍ତ୍ତୃହରିଙ୍କ 'ଅଳିଆ' ମନ୍ତବ୍ୟକୁ କାଉଣ୍ଟର; ଦେବାଶିଷ କହିଲେ କିଏ ଅଳିଆ ସ୍ପଷ୍ଟ କରନ୍ତୁ - Bhartruhari Mahatab Dump Statement

ଏହା ମଧ୍ୟ ପଢନ୍ତୁ-ଯାଜପୁରରେ ହେବ କି ଉପନିର୍ବାଚନ ? ପ୍ରଣବଙ୍କ ପ୍ରତିକ୍ରିୟା ପରେ ଗୁଜବ କହିଲେ ବିଧାୟିକା - Pranab Das statement politics

ଏହା ମଧ୍ୟ ପଢନ୍ତୁ-‘ଖାଲି ହୋଇଯିବ ବିଜେଡି ଶିବିର, ତାଙ୍କ ଦଳରେ କେହି ରହିବେ ନାହିଁ’ - Manmohan samal reaction on bjd

'ମନମୋହନ ଶସ୍ତା ରାଜନୀତି କରୁଛନ୍ତି':

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, " ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସଫଳ ପଦଯାତ୍ରା ଭୁବନେଶ୍ୱରରୁ ଆରମ୍ଭ ହୋଇଛି । ଏହି ସଫଳ କାର୍ଯ୍ୟକ୍ରମ ପରେ ବିଜେପି ବିବ୍ରତ ହୋଇପଡିଛି । ଜଣଙ୍କ ପରେ ଜଣେ ମୁଖପାତ୍ର ଅବାଞ୍ଝିତ ପ୍ରଶ୍ନ କଲେ । ଶେଷରେ ରିଂ ମାଷ୍ଟର ମନମୋହନ ସାମଲ ସାମ୍ନାକୁ ଆସିଲେ । ମନମୋହନ ବାରମ୍ବାର ଆମର ଜଣେ ଯୁବ ନେତାଙ୍କ ଠାରୁ ହାରୁଛନ୍ତି । ବିଜେପି ନେତା ଚାନ୍ଦବାଲିରେ ବୁଲି ମନମୋହନଙ୍କୁ ହରେଇବାକୁ ଲାଗୁଥିଲେ । ଦଳର ସଂଗଠନ ଉପରେ ମନମୋହନଙ୍କ ଭରସା ଅଛି ନା ନାହିଁ ସନ୍ଦେହ ସୃଷ୍ଟି ହେଉଛି । ବିଜେଡି ନେତା ମିଶିବେ ବୋଲି କହି ଚାଲିଛନ୍ତି । ଓଡ଼ିଶା ଗଣତନ୍ତ୍ରରେ କିଣାବିକା ଓପନ ହୋଇଯାଇଛି ବୋଲି ମନମୋହନ ସ୍ପଷ୍ଟ କରନ୍ତୁ । ଜଣେ ଦୁଇ ଜଣ ରାଜ୍ୟସଭା ସାଂସଦଙ୍କୁ ପ୍ରଲୋଭନ ଦେଇ ବିଜେପି ଭିଡି ନେଇପାରେ । ବିଜେପିର ଏହା ଅଭ୍ୟାସ । ଅଧା ନେତା ବିଜେପି କିଣାକିଣି କରି ଆଣିଛନ୍ତି । ବିଜେପିର ଏତେ ଅହଙ୍କାର କାହିଁକି ? ମନମୋହନ ଚଞ୍ଚକତା ଓ ଶସ୍ତା ରାଜନୀତି କରିବାରୁ ବିରତ ରୁହନ୍ତୁ । ସଂଗଠନରେ ସବୁ ଠିକ ନଥିବାରୁ ମନମୋହନ ଶସ୍ତା ରାଜନୀତି କରୁଛନ୍ତି । ଅନ୍ୟ ଦଳରୁ ଝାମ୍ପିବା ତାଙ୍କର ଅଭ୍ୟାସ । ମନମୋହନ ଝାମ୍ପିବାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଅନ୍ୟ ଦଳକୁ ଝାମ୍ପିବାକୁ ଅତି ବିକଳ ଅବସ୍ଥାରେ ଅଛନ୍ତି । ଯଦି ସତସାହସ ଅଛି, ଝାମ୍ପୁ ବ୍ୟକ୍ତି ଉତ୍ତର ଦେବା ସହ ଅବାନ୍ତର କଥାରୁ ନିବୃତ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.