ETV Bharat / politics

ଖୋଲିବ କି ସ୍ମିତାରାଣୀ ଫାଇଲ ? ବିଜେଡିକୁ ମୋହନ ମାଝୀଙ୍କ ଟାର୍ଗେଟ, ଦଳ କହିଲା ତଥ୍ୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ - CM Targets BJD - CM TARGETS BJD

CM Mohan Majhi Targets Former Government: ବଡ଼ଚଣାରୁ ବିଜେଡିକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ । ପୁରୁଣା ପ୍ରସଙ୍ଗ ଉଠାଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ମିତାରାଣୀ ହତ୍ୟାରୁ ଆରମ୍ଭ କରି ନଗଡ଼ା କଥା ଉଠାଇଲେ । ବିଜେଡି ରଖିଲା ଜବାବ ।

CM Targets BJD
CM Targets BJD (ETV Bharat Odisha)
author img

By ETV Bharat Odisha Team

Published : Sep 29, 2024, 8:34 PM IST

Updated : Sep 29, 2024, 8:55 PM IST

ଯାଜପୁର/ଭୁବନେଶ୍ବର: ଆଜି ଦିନିକିଆ ଯାଜପୁର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବାପରେ ଯାଜପୁର ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା । ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ବୁଢାକେନ୍ଦୁଆ ଖେଳ ପଡିଆ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଆଦିବାସୀ ସମ୍ପ୍ରଦାୟର ଜଗୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାର ଜବାବ ରଖିଛି ବିଜେଡି ।

ପୂର୍ବ ସରକାରଙ୍କୁ ମୋହନଙ୍କ ଟାର୍ଗେଟ୍:

CM Targets BJD (ETV Bharat Odisha)

24 ବର୍ଷର ବିଜେଡି ସରକାରକୁ ଏହି କାର୍ଯ୍ୟକ୍ରମରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । 3ଟି ପରିବାରକୁ ଟାର୍ଗେଟ କରି ମୋହନ । ଏହି ପରିବାର ବିରୁଦ୍ଧରେ ଭୋଟ ଦେଇ ଉଚିତ ଜବାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯାଜପୁର ଜିଲ୍ଲାରେ ଶିଳ୍ପ ଓ ଖଣିଖାଦାନ ଭରପୁର ଥିବାବେଳେ ଏହି ତିନୋଟି ପରିବାର ପାଇଁ ଆଖିଦୃଶିଆ ବିକାଶ ହେଇପାରିନାହିଁ । ଏହି ଜିଲ୍ଲା ଏକ ବିକଶିତ ଜିଲ୍ଲା ହେଇଥିବାବେଳେ ଆଜି ବି ଅନେକ ଲୋକ ଗରିବ । ତେବେ ବିଗତ ସରକାର ଯେଭଳି ସାଧାରଣ ଲୋକଙ୍କୁ ଅବହେଳା କରିଛନ୍ତି ତା ଏହି ସରକାରରେ କରାଯିବନି । ସାଧାରଣ ଲୋକଙ୍କ ବିକାଶ ପାଇଁ ସରକାର ସବୁବେଳେ ଆଗକୁ ଆସିବେ ସରକାର ।"

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ:

ଏହାସହ ବିଜେଡି ସରକାରରେ ନାରୀଙ୍କୁ ସମ୍ମାନ କଥା କହି ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁ କଥା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, "ବିଜେଡି ମହିଳାଙ୍କୁ କିଭଳି ସମ୍ମାନ ଦେଉଥିଲେ 2/3 ବର୍ଷ ତଳୁ ଦେଖିଛନ୍ତି । ଯେଉଁମାନେ ମା'ଙ୍କୁ ସମ୍ମାନ ଦେଉଥିବା କଥା କହୁଥିଲେ ସେମାନେ ସ୍ମିତାରାଣୀଙ୍କୁ ହତ୍ୟା କଲେ । ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ 24 ବର୍ଷର ବିଜେଡି ସରକାର ନେତାଙ୍କୁ ଘଣ୍ଟ ଘୋଡାଇଲେ । ଏହି ଘଟଣାର ପୁଣି ତଦନ୍ତ ହେବ ।"

BJD Counters CM (ETV Bharat Odisha)

ନଗଡ଼ା ଅପପୃଷ୍ଟି ପ୍ରସଙ୍ଗ:

"ଦୀର୍ଘ 24 ବର୍ଷ ଶାସନ କରି ବିଜେଡି ସରକାର ବିକାଶ ନୁହେଁ ବିନାଶ କରିଛି । ଜିଲ୍ଲାରେ ଏତେ ଖଣିଖାଦାନ ଥିବାବେଳେ ନଗଡ଼ାରେ ଯେଭଳି ଅପପୃଷ୍ଟି ଯୋଗୁ 15 ନିରୀହ ଶିଶୁ ମୃତ୍ୟୁ ବରଣ କଲେ ସେଥିପାଇଁ ବିଗତ ସରକାର ଦାୟୀ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ନଗଡାକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ଜାତୀୟ ହାରରେ ଓଡି଼ଶା ବଳକା ଖାଦ୍ୟ ରାଜ୍ୟରେ ପରିଣତ ହୋଇଛି। ୨୦୧୬ମସିହାରେ ନଗଡାରେ ୩୩୫ଟି ପରିବାର ରହୁଥିବା ବେଳେ ଏବେ ସେଠାରେ ୬୮୭ଟି ପରିବାର ରହୁଛନ୍ତି । ନଗଡାରେ ୨୦୧୬ ମସିହାରେ ୪୪ ଜଣ ପିଲାଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଥିବାବେଳେ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ମାଇନର ସ୍କୁଲ ପ୍ରତିଷ୍ଠା ହୋଇଛି। ବିକାଶ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ ଏହି ଅନୁମତି ଆଣନ୍ତୁ । ମେଡିକାଲ ଟିମ ଯାଇପାରୁନଥିଲା। ଏବେ ସପ୍ତାହକୁ ୨ ଥର ଟିମ ଯାଉଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ହିସାବରେ ସେ ବିକାଶ କରନ୍ତୁ । ଯଦି ଯାଜପୁରକୁ 3 ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ ।"

CM Having Lunch (ETV Bharat Odisha)

ଏହା ବି ପଢନ୍ତୁ...ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି' - naveen targets mohan majhi govt

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ବରିଷ୍ଠ ନେତାଙ୍କୁ ଗୁରୁତ୍ବ: ଗଠନ ହେଲା ଉପଦେଷ୍ଟା-ସଭ୍ୟ ସଂଗ୍ରହ-କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି - BJD New Committee

ଏହା ମଧ୍ୟ ପଢନ୍ତୁ-ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

ଏହା ମଧ୍ୟ ପଢନ୍ତୁ-ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD

ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତୃତ୍ବଙ୍କ ଯୋଗଦାନ:

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦେଇଥିଲେ ।

ଇଟିଭି ଭାରତ, ଯାଜପୁର ଓ ଭୁବନେଶ୍ବର

Last Updated : Sep 29, 2024, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.