ETV Bharat / state

ଭଡାରେ ଲାଗୁଛି ଆବାସ, ବିଡିଏକୁ ଦୋଷ ଲଦିଲା ବିଏମସି - Awas Houses On Rent

ଆବାସ ଘର ଭଡ଼ା ଲାଗିବା ପ୍ରସଙ୍ଗ । ବିଡିଏକୁ ଦୋଷ ଲଦିଲା ବିଏମସି । ସେପଟେ ପୂଜା ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମେୟର ।

author img

By ETV Bharat Odisha Team

Published : 2 hours ago

Awas Houses On Rent
Awas Houses On Rent (ETV Bharat Odisha)

ଭୁବନେଶ୍ବର: ଆବାସ ଘର ଭଡ଼ା ଲାଗିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ବିଡିଏର ରିପୋର୍ଟ ଅନୁସାରେ ଘର ବଣ୍ଟାଯାଇଥିବା କହିଛନ୍ତି ମେୟର । ଆବାସ ଘରକୁ ଭଡ଼ା ଦେଉଥିବା ପ୍ରମାଣ ମିଳିଲେ SOP ଅନୁସାରେ ତାଙ୍କୁ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯିବ । ଏହାସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ସ୍ପଷ୍ଟ କରିଛନ୍ତି ।

ଆବାସ ଘରକୁ ଭଡ଼ା ପ୍ରସଙ୍ଗ:

ମେୟର ସୁଲୋଚନା ଦାସ କହିଛନ୍ତି, "ବିଏମସି ଅଧୀନରେ ବର୍ତ୍ତମାନ 11ଟି ପ୍ରୋଜେକ୍ଟ ରହିଛି । ଯାହା ଭିତରୁ ୪ଟି ପ୍ରୋଜେକ୍ଟରେ କାମ ସରିଛି ଓ ୭ଟି କାମ ଚାଲିଛି । ପୂର୍ବ ୪ଟିରେ ପ୍ରୋଜେକ୍ଟ ଥିଲା ଯେଉଁଥିରେ କୌଣସି ସମସ୍ୟା ନାହିଁ । କିନ୍ତୁ ପରବର୍ତ୍ତୀ ପ୍ରୋଜେକ୍ଟ ଅନୁସାରେ ଯେଉଁ ଘର ଦିଆଯାଇଛି ତାର ତାଲିକା ବିଡିଏ ଦେଲା ଓ ବିଏମସି କେବଳ ଆଲଟ କରିଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୋଗ ଆସୁଛି ଯେଉଁମାନଙ୍କର ଗାଡ଼ି, ଘର ଅଛି ସେମାନେ ମଧ୍ୟ ଘର ନେଇଛନ୍ତି । ସେମିତି ୨ ଘର କ୍ୟାନସେଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ଘର ଗୁଡ଼ିକୁ ସେମାନେ ଭଡ଼ାରେ ଲଗାଉଛନ୍ତି । ମୈତ୍ରିବିହାର ଥାନା ନୀଳମାଧବ ଆବାସ ବିଷୟରେ ଖବର ପାଇଛୁ ସେ ଘର ଭଡ଼ାରେ ଦିଆଯାଇଥିଲା । ସେ ଘଟଣା ନେଇ ତଦନ୍ତ ହେଉଛି ଯଦି ଏହା ସତ ହୋଇଥିବ ତେବେ ସେ ବିଷୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଦକ୍ଷେପ ଅନୁସାରେ ଘର କ୍ୟାନସେଲ କରାଯିବ । ବିଡିଏ ରିପୋର୍ଟ ଅନୁଯାୟୀ ଆମେ ଘର ବାଣ୍ଟିଛୁ। କେଉଁଠି ସମସ୍ୟା ରହିଥିଲା ସେ ଉତ୍ତର ବିଡିଏ ଦେଇପାରିବ।"

Mayor Reaction (ETV Bharat Odisha)

ଏହା ବି ପଢନ୍ତୁ...ବାପାଙ୍କଠୁ ଅଲଗା ହେଲେ ବି ମିଳିବ ଆବାସ, ଘର ଦେବେ ମୋହନ ମାଝୀ ସରକାର - PM Awas Yojana

ଏହା ବି ପଢନ୍ତୁ...ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି, ଝୁମିବେ ଦର୍ଶକ - melody team preparation

ଏହା ବି ପଢନ୍ତୁ...ନବରାତ୍ରରେ ମା' ବିରଜାଙ୍କ ନୂଆ ନୂଆ ବେଶ, ପାଦସ୍ପର୍ଶର ସୁଯୋଗ ପାଉଛନ୍ତି ଭକ୍ତ - Navaratri At Biraja Temple
ଏହା ବି ପଢନ୍ତୁ...ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି

ଦୁର୍ଗାପୂଜା ପାଇଁ BMCର ପ୍ରସ୍ତୁତି:

Mayor Reaction (ETV Bharat Odisha)

ଦୁର୍ଗାପୂଜା ପ୍ରସଙ୍ଗରେ ମେୟର କହିଛନ୍ତି, "ପୂର୍ବ ଥର ଭଳି ନିର୍ଦ୍ଦେଶାବଳୀ ରହିବ। ପୂଜା ସମୟରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି । ପେଣ୍ଡାଲ ନିକଟରେ ଡଷ୍ଟବିନ ରହିବ। ପୂଜା ପଣ୍ଡାଲ ନିକଟରୁ ୨ ଥର ଅଳିଆ ଗାଡ଼ି ଯାଇ ଅଳିଆ ନେଇ ଆସିବ। ସୂଚନା ପାଇଁ ପୂଜାମଣ୍ଡପରେ ସୂଚନା କେନ୍ଦ୍ର ରହିବ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିର ପୂଜା ପେଣ୍ଡାଲ ପ୍ରସ୍ତୁତ ହେବ। ଏହାସହ ବିସର୍ଜନ ପାଇଁ ୫ଟି ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯାଇଛି । ପୂଜା ପୂର୍ବରୁ ରାସ୍ତା ମରାମତି ନେଇ ଯେଉଁ ଡେଡ ଲାଇନ୍ ଦିଆଯାଇଥିଲା ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ହୋଇପାରିନଥିଲା। ବର୍ତ୍ତମାନ ଯୁଦ୍ଧ କାଳୀନ ଭିତିରେ କାମ ଚାଲିଛି । ପୂଜା ପୂର୍ବରୁ ସାରିବାକୁ ଚେଷ୍ଟା କରାଯାଉଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା କାମ ସାରିବାକୁ ସେମାନଙ୍କୁ କୁହାଯାଇଛି । ତେଣୁ ସେମାନେ ମଧ୍ୟ କାମ ଜାରି ରଖିଛନ୍ତି ।"

Awas Houses
Awas Houses (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.