ETV Bharat / state

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ - arpana rice auction

୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୧୦ ହଜାର ୩୨୨ କ୍ୱିଣ୍ଟାଲ ଚାଉଳ । ନିଲାମ ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ରଖାଯିବ ।

author img

By ETV Bharat Odisha Team

Published : 2 hours ago

arpana rice auction
arpana rice auction (ETV Bharat Odisha)

ପୁରୀ: ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ବହୁ ବାଦ ବିବାଦ ପରେ ନିଲାମ ହେଲା ଅର୍ପଣ ଚାଉଳ । ନିଲାମ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଅର୍ପଣ ଚାଉଳ । କ୍ବିଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି ଅର୍ପଣ ଚାଉଳ । ନିମାପଡାର ମା’ ରାଇସ ମିଲକୁ ବିକ୍ରି ହୋଇଛି ଅର୍ପଣ ଚାଉଳ ।

ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ମୋଟ ୧୦ ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଏହି ଅର୍ଥକୁ ଶ୍ରୀ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ଓ ଏହା ଶ୍ରୀ ମନ୍ଦିର ପାଣ୍ଠିରେ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

arpana rice auction (ETV Bharat Odisha)

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା । ତେବେ ଏହି ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀ ମନ୍ଦିର ଚାରି ଦ୍ୱାରରେ ଭକ୍ତଙ୍କ ପାଇଁ ବଣ୍ଟନ କରାଯାଇଥିଲା । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏହା ବନ୍ଦ ହୋଇଯାଇଥିଲା । ନୂଆ ସରକାର ଆସିବା ପରେ ଏହି ଅର୍ପଣ ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତି ଓ ଭକ୍ତ ଙ୍କୁ ବଣ୍ଟନ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ତେବେ ଚାଉଳ ଧୀରେ ଧୀରେ ଖରାପ ହେବାରେ ଲାଗିବାରୁ ଏହାକୁ ନିଲାମ କରି ସଂଗୃହୀତ ଅର୍ଥକୁ ଶ୍ରୀ ମନ୍ଦିର ପାଣ୍ଠି ରେ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢନ୍ତୁ- ବିକ୍ରି ହେଉଛି ମହାପ୍ରଭୁଙ୍କ ଅର୍ପଣ ଚାଉଳ ! ଅଭିଯୋଗ ଆଣିଲେ ପୁରୀ ବାସିନ୍ଦା - Arapna Rice Issue

ଏହା ବି ପଢନ୍ତୁ- ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ଅର୍ପଣ ଚାଉଳ କେନାଲାରେ ଫିଙ୍ଗିଦେଲେ ! - Arpan rice issues

ଏହା ବି ପଢନ୍ତୁ-ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

ଏହା ବି ପଢନ୍ତୁ-ଭକ୍ତଙ୍କ ଭାବାବେଗ ସହ ଖେଳ, ଖତ ଖାଉଛି ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ! ପୂର୍ବ ସରକାରଙ୍କୁ ଏଭଳି କହିଲେ ଆଇନ୍ ମନ୍ତ୍ରୀ - Arpana Rice damage

ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହୋଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ। ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ସୂଚନା ଦେଲେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ନିଲାମ ହେଲା ଅର୍ପଣ ଚାଉଳ-

  • କ୍ବିଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ
  • ମୋଟ୍ ୧୦ ହଜାର 322 କ୍ବିଣ୍ଟାଲ ଚାଉଳ ନିଲାମ
  • ୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ
  • ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବ
  • ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟାରେ କହିଛନ୍ତି, "ଅର୍ପଣ ଚାଉଳର ଆଗାମୀ କାର୍ଯ୍ୟପନ୍ଥା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ତେବେ ଏହି ଚାଉଳକୁ ନିଲାମ କରାଯାଇ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲା । ଏହି କ୍ରମରେ ଗତକାଲି ଏହାର ନିଲାମ ହୋଇଛି । ନିଲାମ ନେଇଥିବା ସଂସ୍ଥା ଅର୍ଥ ପ୍ରଦାନ କରିବା ପରେ ଚାଉଳ ଉଠାଇବା ପାଇଁ ଅନୁମତି ଦିଆଯିବ । ନିଲାମରୁ ସଂଗୃହୀତ ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଦିଆଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.