ଓଡିଶା

odisha

ETV Bharat / politics

ଆସନ୍ତାକାଲି ଝାରସୁଗୁଡ଼ା ପହଞ୍ଚିବେ ରାହୁଲ, ସ୍ବାଗତ ପାଇଁ ପ୍ରସ୍ତୁତ ଜିଲ୍ଲା କଂଗ୍ରେସ

Rahul Gandhi to reach Jharsuguda Tomorrow: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ପହଞ୍ଚି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି (7 ତାରିଖ) ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ରାହୁଲ । ସ୍ବାଗତ ପାଇଁ ପ୍ରସ୍ତୁତ ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଝାରସୁଗୁଡ଼ା ପହଞ୍ଚିବେ ରାହୁଲ
ଆସନ୍ତାକାଲି ଝାରସୁଗୁଡ଼ା ପହଞ୍ଚିବେ ରାହୁଲ

By ETV Bharat Odisha Team

Published : Feb 6, 2024, 10:18 PM IST

ଆସନ୍ତାକାଲି ଝାରସୁଗୁଡ଼ା ପହଞ୍ଚିବେ ରାହୁଲ

ଝାରସୁଗୁଡ଼ା: କଂଗ୍ରେସ ସାଂସଦ ତଥା ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଛି । ଝାଡ଼ଖଣ୍ଡରୁ ଆସି ସୁନ୍ଦରଗଡ଼ର ବୀରମିତ୍ରପୁରରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ପରେ ଆଜିଠାରୁ ହିଁ ହଜାର ହଜାର ସଂଖ୍ୟାରେ ନ୍ୟାୟ ଯାତ୍ରୀଙ୍କ ସହ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ । ଏହି ଯାତ୍ରାରେ ଆସନ୍ତାକାଲି ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ରାହୁଲ ଗାନ୍ଧୀ । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଚଳଚଞ୍ଚଳ ହୋଇଉଠିଛି । ନିଜ ପ୍ରିୟ ନେତାଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାର ତମାମ ବରିଷ୍ଠ ନେତୃବୃନ୍ଦ ।

ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ତତ୍ପର ହୋଇ ଉଠିଛି ଝାରସୁଗୁଡ଼ା କଂଗ୍ରେସ । ଦଳର ପୂର୍ବତନ ଅଧ୍ୟକ୍ଷଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାହୁଲ ଓଡ଼ିଶାରେ ପହଞ୍ଚିଛନ୍ତି । ଆସନ୍ତାକାଲି (7 ତାରିଖ) ସନ୍ଧ୍ୟାରେ ଝାରସୁଗୁଡ଼ା ଆମଲିପାଲିଠାରେ ରାତ୍ରୀଯାପନ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ସାଧାରଣ ନିର୍ବାଚନରେ ରାହୁଲଙ୍କ ଏହି ଗସ୍ତ ଓଡ଼ିଶା ରାଜନୀତିରେ କଂଗ୍ରେସ ପାଇଁ ମାଷ୍ଟର ଷ୍ଟ୍ରୋକ୍‌ ସାଜିବ ବୋଲି କଂଗ୍ରେସ ନେତା ମାନେ ନିଜ ମତ ରଖିଛନ୍ତି । ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ନିଜସ୍ବ ଇଚ୍ଛାରେ ହଜାର ହଜାର କଂଗ୍ରେସ ପ୍ରେମୀ ରାହୁଲଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଗେଇ ଆସିବେ ବୋଲି କଂଗ୍ରେସ ନେତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ରାହୁଲ; ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା

ତେବେ 8 ତାରିଖ ସକାଳ 8ଟାରୁ ଝାରସୁଗୁଡ଼ା ସହର ଦେଇ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପହଞ୍ଚିବ ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ । ରେଇମାଳଠାରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ଏହାପରେ ଅପରାହ୍ନ ୨ଟାରୁ ପୁଣି ଆରମ୍ଭ ହେବ ପଦଯାତ୍ରା । ଝାରସୁଗୁଡ଼ାର କନକତୋରା ଦେଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଠାରେ ପହଞ୍ଚି ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ରାହୁଲ । ଏ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ସିଆରାମ ଦାସଙ୍କ ସମେତ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ଓ ବରିଷ୍ଠ କଂଗ୍ରେସ ନେତା ତରୁଣ ପାଣ୍ଡେ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ, ସୁର କହିଲେ 'ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାହୁଲ'

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details