ଓଡିଶା

odisha

ETV Bharat / politics

ବିଜେଡି ଛାଡିଲେ ପ୍ରକାଶ ବେହେରା, ପ୍ରାର୍ଥୀ କରାଇଥିବାରୁ ଦଳକୁ ଦେଲେ ଧନ୍ୟବାଦ

ବିଜେଡି ଛାଡିଲେ ପ୍ରକାଶ ବେହେରା। ଗତ ନିର୍ବାଚନରେ ସେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ସମସ୍ତ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

By ETV Bharat Odisha Team

Published : 5 hours ago

Updated : 4 hours ago

PRAKASH LEFT BJD
PRAKASH LEFT BJD (ETV Bharat Odisha)

କଟକ: ବିଜେଡି ଛାଡିଲେ ପ୍ରକାଶ ବେହେରା। ସାଲେପୁର ପୂର୍ବତନ ବିଧାୟକ ହେଉଛନ୍ତି ପ୍ରକାଶ। ଗତ ନିର୍ବାଚନରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରକାଶ। ଆଜି ସେ ନିଜ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ କଟକ-ବାରବାଟୀର ସମସ୍ତ ଜନତାଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ ବହୁ ଚିନ୍ତା କରିବା ପରେ ଦଳ ଛାଡିବା ନିଷ୍ପତ୍ତି ନେବା କଥା ଉଲ୍ଲେଖ କରିଛନ୍ତି।

PRAKASH LEFT BJD (ETV Bharat Odisha)

ପ୍ରକାଶଙ୍କ ରାଜନୈତିକ କ୍ୟାରିୟର:

2014 ନିର୍ବାଚନରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଚରେ ଲଢ଼ି ବିଜୟୀ ହୋଇଥିଲେ । 2019 ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ସହ, ବିଜେପି ପକ୍ଷରୁ ସାଲେପୁର ବିଧାନସଭା ପାଇଁ ଲଢି ପରାଜିତ ହୋଇଥିଲେ । 2019ରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ହାରିଥିଲେ ପ୍ରକାଶ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶି ଗତ ନିର୍ବାଚନରେ ବାରବାଟୀ-କଟକ ଆସନରୁ ଟିକେଟ୍ ପାଇ ଲଢିଥିଲେ। ହେଲେ ନିର୍ବାଚନ ଜିତିପାରି ନାହାନ୍ତି ପ୍ରକାଶ।

PRAKASH LEFT BJD (ETV Bharat Odisha)

ଇସ୍ତଫା ପତ୍ରରେ ଏମିତି ଲେଖିଛନ୍ତି ପ୍ରକାଶ:

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଦଳର ପ୍ରାଥମିକ ସଦସ୍ୟ ପଦ ଛାଡିଥିବା ସେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଲେଖିଛନ୍ତି, ବହୁ ଚିନ୍ତନ ପରେ ମୁଁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରାଇଥିବାରୁ କୃତଜ୍ଞତା ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରରେ ବିଶ୍ବାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ୟୋଡିହୋଇ ରହୁଥିବା ବ୍ୟକ୍ତିତ୍ବ ତେଣୁ ଏଭଳି ନିଷ୍ପତ୍ତି ନେଲି।"

ଏହା ବି ପଢନ୍ତୁ...ଓଡ଼ିଶା କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଦର୍ଶାଇଲେ ଏସବୁ କାରଣ - Bijay Patnaik quit Congress

ଏହା ମଧ୍ୟ ପଢନ୍ତୁ: ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡି-କଂଗ୍ରେସର ବର୍ଜନ, ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରମିଳା, କାଡାମ କହିଲେ ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ - mla orientation programme

ଏହା ବି ପଢନ୍ତୁ...ବାରବାଟୀରେ ଏଥର କଡା ଟକ୍କର, ଜିତିବାକୁ ଆଶାବାଦୀ ବିଜେଡି ପ୍ରାର୍ଥୀ ପ୍ରକାଶ - Prakash Behera reaction

ଏହା ବି ପଢନ୍ତୁ...ବିଜେପି ଛାଡ଼ିଲେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବିଜେଡିରେ ସାମିଲ ନେଇ ଚର୍ଚ୍ଚା - Prakash Behera quits BJP

ସେ ଆହୁରି ଉଲ୍ଲେଖ କରିଛନ୍ତି, ବାରବାଟୀ-କଟକ ଜନତା ଯେତେବେଳେ ମୋର ଆବଶ୍ୟକତା ଅନୁଭବ କରିବେ ମୁଁ ମୋର କର୍ତ୍ତବ୍ୟରେ ଆଦୌ ଅବହେଳା କରିବି ନାହିଁ। ଟାଙ୍ଗୀ-ସାଲେପୁରର ଗୁରୁଜନ ଓ ଭାଇଭଉଣୀମାନେ ମୋର ସଂଘର୍ଷ ସହ ଦୀର୍ଘ 25 ବର୍ଷ ହେବ ଯୋଡି ହୋଇ ରହିଛନ୍ତି। ମୁଁ ସର୍ବଦା ସେମାନଙ୍କ ଆଶୀର୍ବାଦ ପାଇ ଆସିଛି। ସାରା ଜୀବନ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି।"

ଇଟିଭି ଭାରତ, କଟକ

Last Updated : 4 hours ago

ABOUT THE AUTHOR

...view details