ଓଡିଶା

odisha

ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ: ପ୍ରଧାନମନ୍ତ୍ରୀ ମୋଦି - PM Modi targets on BJD Govt

By ETV Bharat Odisha Team

Published : Apr 28, 2024, 10:39 PM IST

PM MODI TARGETS BJD GOVT: ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ ଅଛି ବୋଲି ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ପ୍ରାକୃତିକ ସମ୍ପଦ ଥାଇ ମଧ୍ୟ ଓଡିଶା କାହିଁକି ପଛୁଆ ବୋଲି ପ୍ରଶ୍ନ କଲେ ମୋଦି । ଅଧିକ ପଢନ୍ତୁ

ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ : ପ୍ରଧାନମନ୍ତ୍ରୀ ମୋଦି
ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ : ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ: ଓଡିଶାକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,' ଓଡିଆ ଭାଷା ଏବଂ ଓଡିଆ ଅସ୍ମିତା ଏବେ ସଙ୍କଟରେ । ତେଣୁ ମୁଁ ଭାବୁନି ଯେ ଓଡିଶାର ଲୋକମାନେ ଏହାକୁ ବହୁଦିନ ଯାଏଁ ସହିବେ ।' ଏହା ସହ ବିଜେଡି ସହ ମେଣ୍ଟ ଗଠନରେ ବିଫଳତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,' ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇ ଆସିଛି । ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଉଛନ୍ତି । ଓଡିଶାରେ ବିଜେଡି ସହିତ ଆମର ଏକ ଅଲଗା ଧରଣର ସମ୍ପର୍କ ରହିଛି ।'

ସେ ଆହୁରି ମଧ୍ୟ କହିଛନ୍ତି, ' ଓଡିଶା ବିଭିନ୍ନ ପ୍ରାକୃତିକ ସମ୍ପଦରେ ଭରପୂର ରହିଛି, ମାତ୍ର ଓଡିଶା ଅନେକ କ୍ଷେତ୍ରରେ ପଛୁଆ ରହିଯାଇଛି । ଏହା ଦେଶରେ ୧ ନମ୍ବର ସମୃଦ୍ଧଶାଳୀ ରାଜ୍ୟ ଭାବେ ଉଭା ହେବା କଥା । କିନ୍ତୁ ବର୍ତ୍ତମାନ ଓଡିଶାର ସ୍ଥିତି କଣ ତାହା ସମସ୍ତେ ଜାଣନ୍ତି । ତେଣୁ ମୁଁ ଭାବୁଛି ଏଥର ସମୟ ଆସିଛି ଓଡିଶାବାସୀଙ୍କ ସେବା କରିବା ପାଇଁ ବିଜେପିକୁ ଗୋଟିଏ ସୁଯୋଗ ମିଳିବା ଆବଶ୍ୟକ । ଯଦି ଆମକୁ ସେ ସୁଯୋଗ ମିଳେ, ତେବେ ଆମେ ଓଡିଶାକୁ ଉନ୍ନତିର ଶିଖରରେ ପହଞ୍ଚାଇବୁ।'

ଏହା ମଧ୍ୟ ପଢନ୍ତୁ...ଆମ୍ବପୁଆରେ ନଡ୍ଡାଙ୍କ ଆହ୍ବାନ: ଓଡିଶାର ବିକାଶ ପାଇଁ ପଦ୍ମ ଫୁଟାନ୍ତୁ - Nadda Address Public Meeting

ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ଆଜି ଓଡିଶା ଗସ୍ତରେ ଆସି ବିଜେଡି ବିରୋଧରେ ବର୍ଷିଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୯ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ନେତୃତ୍ବାଧୀନ ଏନଡିଏରେ ବିଜେଡି ସାମିଲ ଥିଲା । ତେବେ ଚଳିତ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ମେଣ୍ଟର ପ୍ରବଳ ସମ୍ଭାବନା ଦିଶୁଥିଲେ ହେଁ ଶେଷ ମୁହୂର୍ତ୍ତରେ ଉଭୟ ଦଳ ଏକାକୀ ରାଜ୍ୟରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ ।

ଆଜି ବ୍ରହ୍ମପୁରର ଆମ୍ବପୁଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ରର ମୋଦି ସରକାର କରୁଥିବା ବିକାଶ ସମ୍ପର୍କରେ ବଖାଣିଛନ୍ତି ନଡ୍ଡା । ସେ କହିଛନ୍ତି, "ମୋଦି ସରକାର ଯେଉଁ ବିକାଶ ଦିଲ୍ଲୀରେ କରିଛନ୍ତି ତାହାକୁ ସଠିକ ଭାବେ ରୂପାନ୍ତର କରିବାକୁ ଏଠାରେ ମଧ୍ୟ ପଦ୍ମ ଫୁଟାଇବାକୁ ପଡ଼ିବ । ଆଉ ଭାରତୀୟ ଜନତା ପାର୍ଟିର ସରକାର ଆଣିବାକୁ ପଡ଼ିବ । ମୋଦି ରାଜନୀତିର ସଂଜ୍ଞା ବଦଳାଇଛନ୍ତି । ଆଜି ପୁରା ଦୁନିଆ କହୁଛି ଯେ, ଭାରତ ବଦଳି ଯାଇଛି । ବିକଶିତ ଭାରତର ସଂକଳ୍ପ ନେଇ ଆମେ ଆଗକୁ ବଢିଚାଲିଛୁ । ମହାମାରୀ କୋରୋନାର ପ୍ରଭାବ ଓ ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତି ଭୁଶୁଡି ପଡିଛି । ହେଲେ ମୋଦିଙ୍କ ନେତୃତ୍ବରରେ ଯଦି କାହାକୁ ଚମକ ଦେଖାଯାଉଛି ତାହା ହେଉଛି କେବଳ ଭାରତ ଅର୍ଥନୀତି । ଅର୍ଥ ବ୍ୟବସ୍ଥାରେ ଭାରତ ୫ ନମ୍ବର ସ୍ଥାନରେ ପହଞ୍ଚିପାରିଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details