ଓଡିଶା

odisha

ETV Bharat / politics

ରାତି ପାହିଲେ 5ମ ପର୍ଯ୍ୟାୟ ଭୋଟିଂ: 8 ରାଜ୍ୟରେ 49 ଆସନରେ ବହୁ ହେଭିୱେଟ - Phase 5 LS voting

Phase 5 LS Polls: କାଲି 5ମ ପର୍ଯ୍ୟାୟ ଭୋଟିଂ । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 49 ସଂସଦୀୟ ଆସନରେ ଭୋଟିଂ । ମୈଦାନରେ ବହୁ ହେଭିଓ୍ବେଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 19, 2024, 2:28 PM IST

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ, ମୈଦାନରେ ବହୁ ହେଭିଓ୍ବେଟ
କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ, ମୈଦାନରେ ବହୁ ହେଭିଓ୍ବେଟ (ETV Bharat Odisha)

ନୂଆଦିଲ୍ଲୀ:ଆସନ୍ତାକାଲି (ସୋମବାର, 20 ତାରିଖ) ଦେଶରେ ସାଧାରଣ ନିର୍ବାଚନର 5ମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏହି ପର୍ଯ୍ୟାୟରେ ଏକାଧିକ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଦଳର ବହୁ ବରିଷ୍ଠ ସାଂସଦଙ୍କ ସମେତ ଏକାଧିକ ଚର୍ଚ୍ଚିିତ ତଥା ହେଭିଓ୍ବେଟ ପ୍ରାର୍ଥୀ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ଲୋକସଭା ଭୋଟିଂ ସହ ଓଡିଶାର 35 ବିଧାନସଭା ଆସନରେ ମଧ୍ୟ କାଲି ଭୋଟଗ୍ରହଣ ହେବ । ଗତକାଲି ସଂଧ୍ୟାଠାରୁ ଏହି ସବୁ ଆସନରେ ପ୍ରଚାର ଶେଷ ହୋଇସାରିଛି । କାଲି ସକାଳୁ ଭୋଟିଂ ଆରମ୍ଭ ହେବ ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ଆସନ୍ତାକାଲି (ସୋମବାର) ମତଦାନ ହେବାକୁ ଯାଉଥିବା ଲୋକସଭା ଆସନଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶର ହାଇପ୍ରୋଫାଇଲ ଆସନ ରାୟବରେଲୀ ଓ ଆମେଠୀ ରହିଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପୂର୍ବଥରର ପ୍ରତିଦ୍ବନ୍ଦ୍ବୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୂର୍ବପରି ଆମେଠୀରୁ ନିର୍ବାଚନ ଲଢୁଛନ୍ତି । ସେହିପରି ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ମଇଦାନରେ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ମୁମ୍ବାଇରୁ ଏହି ପର୍ଯ୍ୟାୟରେ ଅଛନ୍ତି । ସେହିପରି ଜମ୍ମୁ-କାଶ୍ମୀରର ବାରମୁଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରାର୍ଥୀ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିହାରରେ ଆରଏଲଜେପି ମୁଖ୍ୟ ଚିରାଗ ପାସଓ୍ବାନ, ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ପଶ୍ଚିମବଙ୍ଗ ହୁଗୁଳିରେ ଟିଏମସି ଟିକଟରେ ଅଭିନେତ୍ରୀ ରଚନା ବାନାର୍ଜୀ, ବିବାଦୀୟ ସାଂସଦ କଲ୍ୟାଣ ବାନାର୍ଜୀ ପ୍ରମୁଖ ରହିଛନ୍ତି ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ସମ୍ପୂର୍ଣ୍ଣ ଆସନ ତାଲିକା :

ବିହାର:ସୀତାମଢୀ, ମଧୁବନୀ, ମୁଜାଫରପୁର, ସରଣ, ହାଜିପୁର

ଝାଡଖଣ୍ଡ: ଚାତ୍ରା, କୋଡାରମା, ହଜାରିବାଗ

ମହାରାଷ୍ଟ୍ର:ଧୁଲେ, ଦିଣ୍ଡୋରି, ନାଶିକ, ପାଲଘର, ବୱାଣ୍ଡି, କଲ୍ୟାଣ, ଥାନେ, ମୁମ୍ବାଇ-ଉତ୍ତର, ମୁମ୍ବାଇ ଉତ୍ତର-ପଶ୍ଚିମ, ମୁମ୍ବାଇ ଉତ୍ତର-ପୂର୍ବ, ମୁମ୍ବାଇ ଉତ୍ତର-କେନ୍ଦ୍ରୀୟ, ମୁମ୍ବାଇ ଦକ୍ଷିଣ-କେନ୍ଦ୍ରୀୟ, ମୁମ୍ବାଇ ଦକ୍ଷିଣ

ଓଡ଼ିଶା:ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କାନ୍ଦାଲ, ଆସିକା

ଉତ୍ତର ପ୍ରଦେଶ: ମୋହନଲାଲଗଞ୍ଜ, ଲକ୍ଷ୍ନୌ, ରାୟବରେଲି, ଆମେଠୀ, ଜଲାଉଁ, ଝାନସୀ, ହମିରପୁର, ବୃନ୍ଦା, ଫତେହପୁର, କୌଶମ୍ବୀ, ବାରବାଙ୍କୀ, ଫୈଜାବାଦ, କେସିଆରଗଞ୍ଜ, ଗୋଣ୍ଡା

ପଶ୍ଚିମବଙ୍ଗ: ବନଗାଓଁ, ବାରାକପୁର, ହାୱଡା, ଉଲୁବେରିଆ, ଶ୍ରୀରାମପୁର, ହୁଗୁଳି, ଆରାମବାଗ

ଜମ୍ମୁ କାଶ୍ମୀର:ବାରମୁଲ୍ଲା

ଲଦାଖ: ଲଦାଖ

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ:-

ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମୁମ୍ବାଇ-ଉତ୍ତର, ସ୍ବାଧୀ ନିରଞ୍ଜନ ଜ୍ୟୋତି ଫତେହପୁର, ଶାନ୍ତନୁ ଠାକୁର ପଶ୍ଚିମବଙ୍ଗର ବନଗାଓଁ, ଏଲଜେପି (ରାମବିଳାଶ) ନେତା ଚିରାଗ ପାସୱାନ ବିହାରର ହାଜିପୁର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମହାରାଷ୍ଟ୍ର କଲ୍ୟାଣ ଆସନରୁ, ବିଜେପି ପ୍ରାର୍ଥୀ ରାଜୀବ ପ୍ରତାପ ରୁଡି ଏବଂ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ସାରଣ ଆସନରୁ ମଇଦାନରେ ରହିଛନ୍ତି ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ଓଡିଶାରେ 2 ପର୍ଯ୍ୟାୟରେ 5 ଲୋକସଭା ଆସନରେ ଭୋଟିଂ :-

ଦେଶରେ 5ମ ପର୍ଯ୍ୟାୟ ମତଦାନ ସହ ଓଡିଶାରେ ଆସନ୍ତାକାଲି 2 ପର୍ଯ୍ୟାୟରେ 5ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 35 ବିଧାନସଭା ଆସନରେ ଭୋଟିଂ ହେବାକୁ ଯାଉଛି । କନ୍ଧମାଳ, ଆସିକା, ବରଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଲୋକସଭା ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ । ଏହି ପର୍ଯ୍ୟାୟ ପାଇଁ ଗତକାଲି (ଶନିବାର) ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ମତଦାନ ହେବାକୁ ଥିବା ଏହି 5 ଆସନ ମଧ୍ୟରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ମାତ୍ର 2ଟି ଆସନରେ ଓ ଅବଶିଷ୍ଟ 3 ଆସନ ଭରତୀୟ ଜନତା ପାର୍ଟି ବିଜେପି ଦଖଲରେ ରହିଛି । ଚଳିତଥର ମଧ୍ୟ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଏହି ଆସନଗୁଡିକରେ ଏକାଧିକ ଟାଣୁଆ ପ୍ରାର୍ଥୀଙ୍କୁ ଉଭୟ ଦଳ ମଇଦାନକୁ ଓହ୍ଲାଇଛନ୍ତି ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ଗତ 4 ପର୍ଯ୍ୟାୟରେ 379ଟି ଆସନରେ ସରିଲାଣି ଭୋଟିଂ:-

ତେବେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ସମାପ୍ତ ହେବା ସହ ପ୍ରାୟ ଅଧାରୁ ଅଧିକ ଆସନରେ ଭୋଟିଂ ଶେଷ ହୋଇଛି । ଏପର୍ଯ୍ୟନ୍ତ 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 379ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ଶେଷ ହୋଇସାରିଛି । ଚଳିତ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ସରିବ । ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବ । ଜୁନ 4 ତାରିଖରେ ଲୋକସଭା ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନର ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଲୋକସଭା ଲଢ଼େଇ: ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଦିଗ୍ଗଜ ପ୍ରାର୍ଥୀ , 5 ଆସନରୁ କେଉଁ ଦଳକୁ କେତେ ? - SECOND PHASE LOK SABHA VOTING

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)
କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

‘ଏନଡିଏ’ ସହ ‘ଇଣ୍ଡିଆ’ ଲଢେଇ:-

ଶାସକ ଭାରତୀୟ ଜନତା ପାର୍ଟି ଏହାର ନେତୃତ୍ବାଧୀନ ଏନଡିଏ ମେଣ୍ଟ ଏଥର 400 ପାର ଆସନ ସହ କେନ୍ଦ୍ରରେ ଐତିହାସିକ ପ୍ରଚଣ୍ଡ ବହୁମତ ହାସଲ କରିବା ଲକ୍ଷ୍ୟ ସହ ନିର୍ବାଚନୀ ମଇଦାନରେ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ଓ ସଫଳ ବ୍ୟକ୍ତିତ୍ବକୁ ଆଧାର କରି ବିଜେପି ସମଗ୍ର ଦେଶରେ ମୋଦି ଗ୍ୟାରେଣ୍ଟି ନାମରେ ନିର୍ବାଚନ ଲଢୁଛି । ଅନ୍ୟପଟେ ମୁକାବିଲାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ରହିଛି । ମୋଦି ଶାସନରେ, ଗଣତାନ୍ତ୍ରିକ ଏକଛାତ୍ରବାଦ, ସାମ୍ବିଧାନିକ ଅନୁଷ୍ଠାନର ଅପବ୍ୟବହାର, ଦରଦାମ ବୃଦ୍ଧି, ବେକାରୀ ଆଦି ପ୍ରସଙ୍ଗକୁ ମୁଦ୍ଦା କରି ଇଣ୍ଡିଆ ମେଣ୍ଟ ନିର୍ବାଚନୀ ଗ୍ରାଉଣ୍ଡରେ ରହିଛି । ହେଲେ ବିଜେପିର ସ୍ଥିତି ଦେଶର ବିଭିନ୍ନ ରାଜ୍ୟରେ ଅପେକ୍ଷାକୃତ ଦୃଢ ଥିବା ବେଳେ ଇଣ୍ଡିଆ ମେଣ୍ଟ ଆସନ ବୁଝାମଣା କନ୍ଦଳରେ ସେତେଟା ସୁଦୃଢ ନଜର ଆସୁନି । ଏହାରି ମଧ୍ୟରେ ଅଷ୍ଟାଦଶ ଲୋକସଭାର ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

କାଲି 5 ପର୍ଯ୍ୟାୟରେ 8 ରାଜ୍ୟରେ 49 ଲୋକସଭା ଆସନରେ ଭୋଟିଂ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details