ଓଡିଶା

odisha

By ETV Bharat Odisha Team

Published : Mar 5, 2024, 3:17 PM IST

ETV Bharat / politics

ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କୁ ଟାର୍ଗେଟ, ବିଜେପିର 10ବର୍ଷର ଶାସନ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

Pawan Khera Targets BJP: ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ବର୍ଷିଲା କଂଗ୍ରେସ । ମୋଦିଙ୍କ 10 ବର୍ଷର ଶାସନ ଉପରେ ଉଠାଇଲା ପ୍ରଶ୍ନ । ଅଧିକ ପଢ଼ନ୍ତି

କଂଗ୍ରେସ
କଂଗ୍ରେସ

କଂଗ୍ରେସ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ବର୍ଷିଲା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପବନ ଖେରା ।

ଆଜି ମୋଦିଙ୍କ ଓଡିଶା ଗସ୍ତ ଉପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତ କଂଗ୍ରେସର ଏଆଇସିସି ମିଡ଼ିଆ କମିଟି ଚେୟାରମ୍ୟାନ ପବନ ଖେଡ଼ା । ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ଓଡି଼ଶା ଗସ୍ତକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ପବନ ଖେରା କହିଛନ୍ତି, "10 ବର୍ଷ ହୋଇଗଲା ପ୍ରଧାନମନ୍ତ୍ରୀ ଦେଶରେ ଶାସନ କରୁଛନ୍ତି । ସେହିଭଳି 24 ବର୍ଷ ହେବ ତାଙ୍କର ସାଥି ଓଡିଶାରେ ଶାସନ କରୁଛନ୍ତି । ମୋଦିଙ୍କ 10 ବର୍ଷ ଶାସନରେ ରାଜ୍ୟରେ ଚିଟଫଣ୍ଡ, ମାଇନିଂ ସ୍କାମ ଉପରେ କ'ଣ ପଦକ୍ଷପ ନେଇଛନ୍ତି ? ବିଜେପି ଓ ବିଜେଡ଼ି ଲୁଚି ଲୁଚି ଯେଉଁ ପ୍ରେମ କରୁଥିଲେ କଂଗ୍ରେସ ଏହାର ବିବାହ କରିଦେଲା । ପୂର୍ବରୁ ଅଦୃଶ୍ୟ ମେଣ୍ଟ ଥିଲା ଏବେ ମେଣ୍ଟ ଦୃଶ୍ୟମାନ ହେଉଛି । ରାଜ୍ୟସଭା ପାଇଁ ବିଜେଡି ସମର୍ଥନ କରୁଛି, ଏହା ପ୍ରତିବଦଳରେ ବିଭିନ୍ନ ସ୍କାମରୁ ବିଜେପି ଏମାନଙ୍କୁ ବଞ୍ଚାଉଛି ।"

ପବନ ଖେଡ଼ା ଏହା ମଧ୍ୟ କହିଛନ୍ତି, "ବିଜେପି ଏବଂ ବିଜେଡି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଓଡିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି ଆଉ କଂଗ୍ରେସ ପରିବର୍ତ୍ତନ ପାଇଁ ପ୍ରସ୍ତୁତ । କଂଗ୍ରେସ ସରକାର ଆସିଲେ ମାଇନିଂ ହେଉ ବା ଚିଟ ଫଣ୍ଡ କାହାକୁ ଛଡ଼ାଯିବନାହିଁ । ସମସ୍ତଙ୍କ ଉପରେ ଆଇନଗତ କାଯ୍ୟନୁଷ୍ଠାନ ନିଆଯିବ । ସେହିପରି ଓଡ଼ିଶାର ଟେଣ୍ଡର ବାହାର ଲୋକଙ୍କୁ କାହିଁକି ମିଳୁଛି । ଓଡିଶା ଖଣିଜ ପଦାର୍ଥ ବାହାର ଲୋକଙ୍କୁ କାହିଁକି ବିକ୍ରି କରାଯାଉଛି । ବାହାର ରାଜ୍ୟର ଜଣେ ଆଇଏଏସ VRS ମାଗୁଛି । ବିଜେପି 24 ଘଣ୍ଟାରେ କ୍ଲିୟରାନ୍ସ ଦେଇଦେଉଛି । ସର୍ଭେ କହୁଛି ଓଡ଼ିଶାରେ କଂଗ୍ରେସ ଭଲ ପଦର୍ଶନ କରିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଭୟବିତ ହୋଇ ଓଡିଶା ଆସୁଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ହେବ, କଂଗ୍ରେସ ପକ୍ଷରୁ ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ କଂଗ୍ରେସ 30 ରୁ 35 ପ୍ରତିଶତ ଭୋଟ ବୃଦ୍ଧି ପାଇଛି । 2024 ନିର୍ବାଚନ ଆମର ହେବ । ଲୋକସଭାରେ 10ରୁ 12 ସିଟ ଏବଂ ବିଧାନସଭାରେ 90 ସିଟ ଅକ୍ତିଆର କରିବ କଂଗ୍ରେସ । କଂଗ୍ରେସ ସରକାର ଆସିଲେ ଖଣି ,ଚିଟଫଣ୍ଡ ଦୁର୍ନୀତିର ପର୍ଦ୍ଦାଫସ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବସ୍ତି ଉଚ୍ଛେଦକୁ ନେଇ ତେଜିଲା ରାଜନୀତି, ବିଜେଡି-କଂଗ୍ରେସ ମୁହାଁମୁହିଁ

ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ପାଖାପାଖି ୧୯,୬୦୦ କୋଟି ଭେଟି ଦେବେ ।

ଇଟିଭି ବାରତ, ଭୁବନେଶ୍ବର

ABOUT THE AUTHOR

...view details