ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ହୋଇଛି ସଙ୍ଗଠନ କର୍ମଶାଳା । ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ଆଲୋଚନା ହୋଇଛି । ସଙ୍ଗଠନ କର୍ମଶାଳାରେ ଦଳର ସଦସ୍ୟତା ଅଭିଯାନର ସ୍ଥିତି ଏବଂ ସାଙ୍ଗଠନିକ ନର୍ବାଚନ ନେଇ ଆଲୋଚନା ହେବା ସହ ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏଁ ସାଙ୍ଗଠନିକ ନିର୍ବାଚନ କରି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ରୋଡ଼ ମ୍ୟାପ ତିଆରି କରାଯାଇଛି ।
ବିଜେପିର ସାଙ୍ଗଠନିକ କର୍ମଶାଳାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଯତୀନ ମହାନ୍ତି କହିଛନ୍ତି, "ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି । ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ଗଠନ କରିବେ ସେ ନେଇ ଆଲୋଚନା କରାଯାଇ ପ୍ରଶିକ୍ଷଣ ଦିଆଯାଇଛି । ୩ ବର୍ଷରେ ଥରେ ସଂଗଠକ ନିର୍ବାଚନରେ ହୁଏ । ବୁଥ ସ୍ତରରୁ ନେଇ ଦେଶ ପର୍ଯ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ ।"
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ |