ଓଡିଶା

odisha

ନଡ୍ଡାଙ୍କ ମନ୍ତବ୍ୟ ପରେ ବିଜେପିକୁ କଂଗ୍ରେସର ଜବାବ, ହତ୍ୟାକାରୀ ମୁହଁରେ ସମ୍ବିଧାନ ଶବ୍ଦ ଶୋଭା ପାଉନି - Congress Criticizes BJP

By ETV Bharat Odisha Team

Published : Jul 20, 2024, 6:38 PM IST

Congress Criticizes BJP: ପୁରୀରେ ଉଠିଥିଲା ସମ୍ବିଧାନ ହତ୍ୟା ପ୍ରସଙ୍ଗ । ନଡ୍ଡାଙ୍କ ମନ୍ତବ୍ୟ ପରେ ବିଜେପିକୁ ହତ୍ୟାକାରୀ ବୋଲି କହି ବର୍ଷିଛି କଂଗ୍ରେସ । 'ମା'ଠୁ କେହି ଅଧିକ ଭଲ ପାଇଲେ ତାକୁ ଡାହାଣୀ କୁହାଯାଏ' ବୋଲି କହି କଟାକ୍ଷ କରିଛି ଦଳ । ପଢନ୍ତୁ ପୂରା ଖବର ।

Congress Criticizes BJP
Congress Criticizes BJP (ETV Bharat Odisha)

ଭୁବନେଶ୍ବର:ରାଜ୍ୟ ବିଜେପିର କାର୍ଯ୍ୟକାରିଣୀରେ ନଡ୍ଡାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବିଜେପି କଂଗ୍ରେସକୁ କଟାକ୍ଷ କରିବା ପ୍ରସଙ୍ଗକୁ ସଂକୀର୍ଣ୍ଣ ମାନସିକତା ବୋଲି କହି ବର୍ଷିଲା ଦଳ ।ଗତକାଲି (ଶୁକ୍ରବାର) ବିଜେପିର କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନ ଥିଲା। କଂଗ୍ରେସକୁ ଟାର୍ଗେଟ୍ କରି ସମ୍ବିଧାନ ହତ୍ୟା ପ୍ରସଙ୍ଗ ଉଠାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । "ଓଡିଶା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦୁଟିଏ ବି କହିଲେ ନାହିଁ । କେବଳ କଂଗ୍ରେସ ବିରୋଧରେ କହିଲେ । ଯେଉଁମାନେ ସମ୍ବିଧାନର ହତ୍ୟାକାରୀ ଏବଂ ସମ୍ବିଧାନକୁ ବୁଝନ୍ତି ନାହିଁ, ସେମାନେ ସମ୍ବିଧାନ ସମ୍ପର୍କରେ କହିବା ଲଙ୍କାରେ ହରି ନାମ ଭଳି ଲାଗୁଛି । ଯଦି ବିଜେପି ସମ୍ବିଧାନର ରକ୍ଷାକର୍ତ୍ତା ତେବେ ମଣିପୁରକୁ କାହିଁକି ଯାଇପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? RSS କାର୍ଯ୍ୟାଳୟରେ କାହିଁକି ଜାତୀୟ ପତାକା ଜାତୀୟ ସଂଗୀତ ଗାନ ହେଉନଥିଲା ?" ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ।

Congress Criticizes BJP (ETV Bharat Odisha)



କହିରଖୁଛୁ, ଗତକାଲି (ଶୁକ୍ରବାର) ଠାରୁ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ପୁରୀରେ ଅନୁଷ୍ଠିତ ହେଉଛି । ପୁରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟର ତମାମ ବିଜେପି ନେତା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସୁନୀଲ ବଂସଲ ଏବଂ ବହୁ ବରିଷ୍ଠ ନେତା ପଦାଧିକାରୀ, ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେପି ଆଗାମୀ 25 ବର୍ଷ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି ଦଳ ।

ଏହା ବି ପଢନ୍ତୁ...ପୁରୀରେ ଉଠିଲା ସମ୍ବିଧାନ ହତ୍ୟା ପ୍ରସଙ୍ଗ: କଂଗ୍ରେସକୁ ନଡ୍ଡାଙ୍କ କଟାକ୍ଷ, 'ଜେଜେମା କ'ଣ କରିଥିଲେ ରାହୁଲ ଜାଣିନାହାନ୍ତି' - Odisha BJP Executive Meeting

ବୈଠକ ଆରମ୍ଭରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ କଟୁ ସମାଲୋଚନା କରିଥିଲେ । କଂଗ୍ରେସକୁ ଟାର୍ଗେଟ କରି ନଡ୍ଡା କହିଥିଲେ, "ଯେଉଁମାନେ ସମ୍ବିଧାନ କ'ଣ ଜାଣିନାହାନ୍ତି ସେମାନେ ସମ୍ବିଧାନ କଥା କହୁଛନ୍ତି । ରାହୁଲଙ୍କ ଜେଜେମା ତତ୍କାଳୀନ ପ୍ରଧାନମନ୍ତ୍ରୀ ଥିବାବେଳେ ଏମରଜେନ୍ସି ଘୋଷଣା କରି ସମ୍ବିଧାନର ହତ୍ୟା କରିଥିଲେ । କଂଗ୍ରେସ ପରଜୀବୀ ଦଳ, ଯିଏ ଅନ୍ୟମାନଙ୍କ ସାହାଯ୍ୟରେ ନିଜର ଶକ୍ତି ଦେଖାଏ" ବୋଲି ନଡ୍ଡା କହିଥିଲେ । ଆଜି ଓଡି଼ଶା ପ୍ରଦେଶ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଜବାବ ଦେଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details