ଭୁବନେଶ୍ବର: ଶରତଙ୍କ ବିରୋଧରେ ଦଳରେ କୁହୁଳୁଛି ଅସନ୍ତୋଷ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ମୁହଁ ଖୋଲିଛନ୍ତି ଶରତ । ଏପରିକି ତାଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବା ସଫା ସଫା ଶୁଣାଇଛନ୍ତି । ଏଥିସହ ରାଜ୍ୟରେ ସରକାର ଗଠନ କରିପାରିନଥିବାରୁ ନିଜକୁ ଦାୟୀ କରିଛନ୍ତି ।
ଶରତ କହିଛନ୍ତି, ‘ଗତ ଥର ଅପେକ୍ଷା ଚଳିତ ଥର କଂଗ୍ରେସ ଭଲ ପ୍ରଦର୍ଶନ କରିଛି । 25 ବର୍ଷ ହେବ କଂଗ୍ରେସ ବିଧାନସଭାରେ ଭଲ ପ୍ରଦର୍ଶନ କରିନାହିଁ । 24 ନିର୍ବାଚନରେ 14ଟି ସିଟ ପାଇଛି କଂଗ୍ରେସ । ବିଜେପିର ଯେଉଁ ସୁନାମି ଚାଲିଲା ରାଜ୍ୟରେ ସେଥିରେ 24 ବର୍ଷର ସରକାର ବିଜେଡି ମଧ୍ୟ ଗୋଟିଏ ସିଟ ଜିତି ପାରିଲା ନାହିଁ । ଏଥର ଆମେ କୋରାପୁଟରୁ ଦେଢଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ଜିତିଛୁ । କିନ୍ତୁ ଆମେ ରାଜ୍ୟରେ ସରକାର ଗଠନ କରିପାରିଲୁ ନାହିଁ । ଦଳର ଏପରି ପରାଜୟ ଏଥିପାଇଁ ମୁଁ ଦାୟୀ । ପୂର୍ବରୁ ମଧ୍ୟ ମୁଁ ସାମ୍ବାଦିକ ସମ୍ମିଳନୀ କରି କହିଛି । ଏଥିସହ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛି । AICCର ଆକାଉଣ୍ଟ ଦିଲ୍ଲୀରେ ସିଜ କରିଦେଲେ, ତଥାପି ପ୍ରାର୍ଥୀମାନେ ନିଜ ହାତରୁ ଖର୍ଚ୍ଚ କରି ନିର୍ବାଚନ ଲଢ଼ିଲେ । ସେଥିପାଇଁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ।’
ଏହା ମଧ୍ୟ ପଢନ୍ତୁ:କଂଗ୍ରେସ ଭବନରେ ତାଲା; ବାହାରେ ଧାରଣାରେ ବସିଲେ, ପିସିସି ସଭାପତିଙ୍କ ଉପରେ ବର୍ଷିଲେ ଶ୍ରୀୟାସ୍ମିତା