ଓଡିଶା

odisha

ETV Bharat / politics

'ଶୀର୍ଷ ନେତୃତ୍ଵ ଯେଉଁ ରଣନୀତି ଷ୍ଟ୍ରାଟେଜି ତିଆରି କରିବେ ସେହି ଅନୁସାରେ ନିର୍ବାଚନ ଲଢ଼ାଯିବ' - Manmohan Samal Returns From Delhi - MANMOHAN SAMAL RETURNS FROM DELHI

BJP President Manmohan Samal: ୨୧ଟି ଲୋକସଭା ଓ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକାକୀ ଲଢ଼ିବ ବିଜେପି । ଶୀର୍ଷ ନେତୃତ୍ଵ ଯେଉଁ ରଣନୀତି ଷ୍ଟ୍ରାଟେଜି ତିଆରି କରିବେ ସେହି ଅନୁସାରେ ନିର୍ବାଚନ ଲଢ଼ାଯିବ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ମନମୋହନ ସାମଲ
ମନମୋହନ ସାମଲ

By ETV Bharat Odisha Team

Published : Mar 24, 2024, 10:05 PM IST

ମନମୋହନ ସାମଲ

ଭୁବନେଶ୍ବର: ନିର୍ବାଚନ ବିଗୁଲ ବାଜିବା ପରେ ସରଗରମ ରାଜନୀତି ପାଣିପାଗ । ଏହାରି ଭିତରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଗାମୀ ନିର୍ବାଚନରେ ବିଜେପି ଜୋରଦାର ଲଢ଼େଇ କରିବ । ୨୧ଟି ଲୋକସଭା ଓ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଏକାକୀ ଲଢ଼ିବ ବୋଲି କହିଛନ୍ତି ମନମୋହନ । ମନମୋହନ ଦିଲ୍ଲୀ ଫେରିବାର କିଛି ସମୟ ପରେ ବିଜେପି ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଦିଲ୍ଲୀରେ CEC ବୈଠକ ସାରି ଓଡିଶା ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି, "ଚର୍ଚ୍ଚା ଆଲୋଚନା ଲମ୍ବା ହୋଇଛି । ରଣନୀତି କଣ ହେବ, ଆମ ସ୍ଥିତି ବିଷୟରେ ଅବଗତ କରାଇଛୁ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ସେଣ୍ଟ୍ରାଲ ଇଲେକ୍ସନ କମିଟିର ମେମ୍ବର, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ସଭାପତି, ରାଜନାଥ ଜି ଏବଂ ସମସ୍ତ ପ୍ରମୁଖ ଶୀର୍ଷ ନେତୃତ୍ୱ ଉପସ୍ଥିତ ଥିଲେ । ଓଡିଶା ବିଷୟରେ ସେମାନେ ତନ୍ନ ତନ୍ନ କରି ଜାଣିବାକୁ ଚାହିଁଥିଲେ । ଆମେ ଜଣାଇଥିଲୁ । ସେମାନେ ଯେଉଁ ରଣନୀତି, ଷ୍ଟ୍ରାଟେଜି ତିଆରି କରିବେ ସେହି ଅନୁସାରେ ନିର୍ବାଚନ ଲଢ଼ାଯିବ ଏବଂ ସେ ବିଷୟରେ ଗତକାଲି ରାତିରେ ଆଲୋଚନା ହୋଇସାରିଛି ।"

ମନମୋହନ ସାମଲ ଏହା ମଧ୍ୟ କହିଛନ୍ତି, "21 ପାର୍ଲିଆମେଣ୍ଟ ଏବଂ 147 ବିଧାନସଭା ବିଜେପି ଏକାକୀ ଲଢ଼ିବ । ଏହା ସ୍ପଷ୍ଟ । ବିଜେପି ନିଶ୍ଚୟ ଯଶ୍ୱାସୀ ହେବ, ସରକାର ଗଢିବ ଏବଂ ନିଶ୍ଚିତ ଭାବରେ ଲୋକଙ୍କ ବିଶ୍ୱାସନୀୟତା ଅଛି । ସାଧାରଣ ଲୋକ ଏଥର ଦାୟିତ୍ୱ ନେଇଛନ୍ତି । ସେମାନେ ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ । ଆମର ଯେଉଁ ନିର୍ବାଚନ ରଣନୀତି ଅଛି ନିର୍ବାଚନରେ ଆମେ ସବୁ ସିଟ ଲଢ଼ିବୁ, ଭଲକି ଲଢ଼ିବୁ ଏବଂ ଲୋକ ଚାହୁଁଛନ୍ତି ବିଜେପି ସରକାର ହେଉ, କେନ୍ଦ୍ରରେ ତୃତୀୟ ଥର ମୋଦୀଙ୍କ ସରକାର ହେଉ ।"

ଏହା ମଧ୍ୟ ପଢ଼ନ୍ତୁ...5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP Releases 5th List

ତେବେ ଏହାରି ଭିତରେ ପଞ୍ଚମ ପର୍ଯ୍ୟାୟରେ ଆଜି ବିଜେପି ଓଡ଼ିଶାର ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ପୁଣି ଲଢିବେ ଅପରାଜିତା । ସେହିପରି ବୈଜୟନ୍ତ ପଣ୍ଡାଙ୍କୁ ଦଳ ନିଜ ପାରମ୍ପରିକ ଆସନ କେନ୍ଦ୍ରାପଡାରୁ ଟିକେଟ ଦେଇଛି । ବାଲେଶ୍ବରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details