ଓଡିଶା

odisha

ETV Bharat / politics

୨୬ରୁ ଶୀତ ଅଧିବେଶନ: ମାସେ ଯାଏଁ ଚାଲିବ ଗୃହ, ଆସିବ ୨୦୨୪/୨୫ ସପ୍ଲିମେଣ୍ଟାରୀ ବଜେଟ୍ - ODISHA ASSEMBLY WINTER SESSION

ନଭେମ୍ବର୨୬ରୁ ବିଧାନସଭା ଶୀତ ଅଧିବେଶନ । ଅଧିବେଶନରରେ ରହିବ ୩୦ଟି କାର୍ଯ୍ୟ ଦିବସ । ରବିବାର ବନ୍ଦ ରହିବ ଗୃହ ।

WINTER SESSION ODISHA ASSEMBLY
WINTER SESSION ODISHA ASSEMBLY (ETV Bharat Odisha)

By ETV Bharat Odisha Team

Published : Oct 30, 2024, 8:45 PM IST

ଭୁବନେଶ୍ବର: ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ । ଏହି ଶୀତକାଳୀନ ଅଧିବେଶନ ଆସନ୍ତା ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ଶେଷ ହେବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

WINTER SESSION ODISHA ASSEMBLY (ODISHA ASSEMBLY)

ବିଧାନସଭାର ଶୀତକାଳୀନ ଅଧିବେଶନ:

ବିଧାନସଭା ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ । ଏହା ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୬ରେ ୨୦୨୪/୨୫ ପାଇଁ ସପ୍ଲିମେଣ୍ଟାରୀ ବଜେଟ ଉପସ୍ଥାପିତ ହେବ । ସେହିପରି ଡିସେମ୍ବର ୫ରେ ବିନିଯୋଗ ବିଲ ଉପସ୍ଥାପନ କରାଯିବ । ଅନୁଦାନ ଦାବି ଉପରେ ଡିସେମ୍ବର ୨, ୩ରୁ ୪ ପର୍ଯ୍ୟନ୍ତ ଚାଲିବ । ୩ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ହେବ ।

WINTER SESSION ODISHA ASSEMBLY (ODISHA ASSEMBLY)
ରବିବାର ବନ୍ଦ ରହିବ ଗୃହ:

ଗତବର୍ଷ ସେପ୍ଟେମ୍ବରରେ ବିଜେଡି ସରକାର ୨୦୨୩/୨୪ ଆର୍ଥିକବର୍ଷ ପାଇଁ ୨୮,୨୦୦ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ ବିଧାନସଭାରେ ଉପସ୍ଥାପନ କରିଥିଲେ । ଏଥର ଏହା ୩୦ ହଜାର କୋଟି ଟପିବ ବୋଲି କୁହାଯାଉଛି । ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୨୦ ଦିନ ଏବଂ ବେସରକାରୀ ସଦସ୍ୟ ବ୍ୟବସାୟ ବା ବିଲ ଏବଂ ସଂକଳ୍ପ ପାଇଁ ୫ ଦିନ ସମୟ ଦିଆଯିବ । ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ଅବସରରେ ବିଧାନସଭା ବନ୍ଦ ରହିବ । ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ରବିବାର ଗୃହ ବନ୍ଦ ରହିବ ।

WINTER SESSION ODISHA ASSEMBLY (ODISHA ASSEMBLY)

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ରେଭେନ୍ସା ଝଡ଼; ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ, ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ - Ravenshaw University row

ଏହା ମଧ୍ୟ ପଢ଼ନ୍ତୁ...Ration card: ବିଧାନସଭାରେ ମୋହନ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ - New Ration card By September

ଏହା ମଧ୍ୟ ପଢ଼ନ୍ତୁ...2ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ - Budget session concludes

ବିଜେପି ସରକାରର ପ୍ରଥମ ଶୀତକାଳୀନ ଅଧିବେଶନ:

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୩୧ ଯାଏ ଚାଲିଥିଲା । ଦ୍ବିତୀୟ ପର୍ଯ୍ୟାୟ ଅଗଷ୍ଟ ୨୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ରେ ଶେଷ ହୋଇଥିଲା । ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କଲା ପରେ ଏହା ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିଥିଲା ବିଜେଡି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତାଙ୍କ ଆସନରେ ବସିଥିଲେ । ଗତ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମୋହନ ଚରଣ ମାଝୀ ଏଥର ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ୨୦୨୪/୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details