ଭୁବନେଶ୍ବର:ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବା ଲାଗି ସେହିଦିନ ବିରୋଧୀ ଦଳ ବିଜେଡିର ବସିବ ବିଧାୟକ ଦଳ ବୈଠକ ।
କାଲି ସର୍ବଦଳୀୟ ବୈଠକ:
ଏନେଇ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, "ଆସନ୍ତା ୨୬ ତାରିଖରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ପୂର୍ବାହ୍ନ ସାଢେ଼ ୧୦ରେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ଏହି ବୈଠକ ବସିବ । ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ସମସ୍ତ ରାଜନୈତିକ ଦଳ ବୈଠକରେ ସାମିଲ ହେବେ ।"
BJD ବିଧାୟକ ଦଳ ବୈଠକ:
ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡିର ବିଧାୟକ ଦଳ ବୈଠକ । ଏନେଇ ଆଜି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଘରେ ବସିଥିଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକ । ବୈଠକରେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ଅଧିବେଶନରେ ଦଳ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବ ସେନେଇ ଆଲୋଚନା ହୋଇଛି । ଏ ବାବଦରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ।
'ଜନସାଧାରଣଙ୍କ ସ୍ବର ଉଠାଇବୁ':