ବୌଦ୍ଧ: ଆସନ୍ତା 20 ତାରିଖ ଦିନ ବୌଦ୍ଧରେ ହେବାକୁ ଯାଉଛି ମତଦାନ। ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଦ୍ବିତୀୟ ପର୍ଯ୍ୟୟରେ ବରଗଡ଼, ବଲାଙ୍ଗୀର, ଆସିକା, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ମତଦାନ ହେବାକୁ ଯାଉଛି। ଯାହା ପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ତେବେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଘମାସାନ ହେବାରେ ଲାଗିଛି ପ୍ରଚାର ଅଭିଯାନ । ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ତା ମଧ୍ୟରେ ଆଜି ଅନେକ ବୁଣାକାର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ।
ଆଜି ନାରାୟଣ ନଗର ଗ୍ରାମର ଅନେକ ଯୁବ ବୁଣାକାର ରାଜ୍ୟ ବୟନିକା ସଭାପତିଙ୍କ ନେତୃତ୍ବରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି । ରାଜ୍ୟ ବୟନିକା ସଭାପତି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରତି ଆକର୍ଷିତ ହୋଇ ଅନ୍ୟ ଦଳର କର୍ମୀ ବିଜେଡି ଦଳରେ ସାମିଲ ହେଉଥିବା ସୂଚନା ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର ଅଭିଯାନ । ଜିଲ୍ଲାର ଦୁଇ ବିଧାନସଭା ଆସନରେ ସମସ୍ତ ବିଧାୟକ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆସନ୍ତା କୋଡ଼ିଏ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟିରେ ଲାଗି ପଡ଼ିଛନ୍ତି। ଯାହା ପାଇଁ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ।