ଓଡିଶା

odisha

ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! - ODISHA EXIT POLLS RESULTS 2024

By ETV Bharat Odisha Team

Published : Jun 1, 2024, 8:17 PM IST

Updated : Jun 1, 2024, 9:07 PM IST

Odisha lok sabha election 2024 exit polls: ଆସିଲା ବୁଥ ବାହୁଡା ମତ । ଏକାଧିକ ଜାତୀୟ ସଂସ୍ଥାର ଆକଳନ ବିଜେଡିକୁ ପଛରେ ପକାଇବ ବିଜେପି । ଅଧିକ ପଢନ୍ତୁ

ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି !
ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! (ETV Bharat Odisha)

ଭୁବନେଶ୍ବର:ସରିଲା ନିର୍ବାଚନଆସିଲା ବୁଥ ବାହୁଡା ମତ ବା ‘ଏକଜିଟ ପୋଲ’ 2024 । ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ‘ବୁଥ ବାହୁଡା ଜନମତ’ ସର୍ଭେରେ ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଶାସକ ବିଜେଡିକୁ ଢେର ପଛରେ ପକାଇବ । ‘ଇଣ୍ଡିଆ ଟିଭି’ର ଆକଳନ ଅନୁସାରେ ରାଜ୍ୟରେ ବିଜେପି 15 ରୁ 17 ଆସନ ଜିତିପାରେ । ସେହିପରି ଶାସକ ବିଜେଡି ମାତ୍ର 4 ରୁ 6 ଆସନରେ ସୀମିତ ରହିବ । କଂଗ୍ରେସ ଗୋଟିଏ ମାତ୍ର ଆସନରେ ଖାତା ଖୋଲିପାରେ ।

ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! (ETV Bharat Odisha)
ଓଡିଶା ଲୋକସଭା ଏକଜିଟ୍ ପୋଲ 2024 (ETV Bharat Odisha)

ସେହିପରି ଅନ୍ୟ ଏକ ଜାତୀୟ ସଂସ୍ଥା ‘ଜନ କୀ ବାତ’ ଅନୁସାରେ, ବିଜେପି ମଧ୍ୟ ବିଜେଡିକୁ ପଛରେ ପକାଇ 15 ରୁ 18 ଆସନ ହାତେଇବ । ସେହିପରି ବିଜେଡି ମାତ୍ର 3 ରୁ 7 ଆସନରେ ରହିବ । ଗତଥର ଗୋଟିଏ ଆସନ ହାତେଇଥିବା କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିନପାରେ । ଜାତୀୟ ପୋଲ ଓ୍ବାଚ ବଡି ‘ଚାଣକ୍ୟ’ର ପୂର୍ବାକଳନ ଅନୁସାରେ ରାଜ୍ୟରେ 21 ଆସନ ମଧ୍ୟରୁ ବିଜେପି ସର୍ବାଧିକ 16 ଆସନ, ବିଜେଡି ମାତ୍ର 4 ଆସନ, କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରେ । ‘ଏନଡିଟିଭି’ର ପୂର୍ବାକଳନ ବିଜେପି 15, ବିଜେଡି ମାତ୍ର 3ରୁ 8 ଆସନ ଓ କଂଗ୍ରେସ ରାଜ୍ୟରେ ଖାତା ଖୋଲିନପାରେ । ଇଣ୍ଡିଆ ନ୍ୟୁଜ ଅନୁସାରେ, ବିଜେପି 13, ବିଜେଡି 8 ଓ କଂଗ୍ରେସ ଖାତା ଖୋଲିନପାରେ ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ - Lok Sabha Exit Poll Results

ଓଡିଶା ଲୋକସଭା ଏକଜିଟ୍ ପୋଲ 2024 (ETV Bharat Odisha)

ତେବେ ଗତ ନିର୍ବାଚନରେ ବିଜେଡି ସର୍ବାଧିକ 12 ଆସନ ଜିତିଥିଲା । ବିଜେପି ବିଧାନସଭା ନିର୍ବାଚନରେ ଏତେ ଭଲ କରିପାରିନଥିଲେ ସୁଦ୍ଧା ଲୋକସଭା ଆସନରେ ଲୋକସଭା ନିର୍ବାଚନରେ କିନ୍ତୁ 12 ଆସନ ଜିତି ବିଜେଡିକୁ କଡା ଟକ୍କର ଦେଇଥିଲା । 2014ରେ ରାଜ୍ୟରେ ଖାତା ଖୋଲିପାରିନଥିବା କଂଗ୍ରେସ ମାତ୍ର 2019ରେ ଗୋଟିଏ ଆସନରେ ଜିତିଥିଲା । ହେଲେ ଏଥର ପ୍ରାୟ ସମସ୍ତ ଗଣମାଧ୍ୟମର ପୂର୍ବାକଳନ ଅନୁସାରେ, ବିଜେପି ଶାସକ ବିଜେଡିକୁ ପଛରେ ଛାଡି ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଯାଉଛି । ପ୍ରାୟ ସମସ୍ତ ସଂସ୍ଥା 21 ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟିକୁ 15ରୁ ଅଧିକ ଆସନ ଦେଉଛନ୍ତି । ବିଜେଡି ମାତ୍ର 5ରୁ 8 ଆସନ ମଧ୍ୟରେ ରହିବ । କଂଗ୍ରେସ ଏଥର ଗୋଟିଏ କିମ୍ବା ଆଦୌ ଖାତା ଖୋଲିନପାରେ ବୋଲି ଆକଳନ କହୁଛି ।

ଓଡିଶା ଲୋକସଭା ଏକଜିଟ୍ ପୋଲ 2024 (ETV Bharat Odisha)
ଓଡିଶା ଲୋକସଭା ଏକଜିଟ୍ ପୋଲ 2024 (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 9:07 PM IST

ABOUT THE AUTHOR

...view details