ETV Bharat / state

ଶିଖାଉଛନ୍ତି ଜୈବିକ ଚାଷ: ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ଜାନୁଆରୀ 26 ରେ ଯିବେ ଦିଲ୍ଲୀ - PRESIDENT INVITE FARMER

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଯିବେ ଚୈତନ୍ୟ ମୁଦୁଲି । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଵା ପାଇଁ ଆସିଲା ନିମନ୍ତ୍ରଣ ।

ଶିଖାଉଛନ୍ତି ଜୈବିକ ଚାଷ, କଟକ ଚାଷୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ
ଶିଖାଉଛନ୍ତି ଜୈବିକ ଚାଷ, କଟକ ଚାଷୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ (Etv Bharat)
author img

By ETV Bharat Odisha Team

Published : Jan 18, 2025, 8:51 PM IST

କଟକ: ପ୍ରଥମେ ଜୈଵିକ ଓ ପ୍ରାକୃତିକ ପଦ୍ଧତି ଚାଷ ସମ୍ପର୍କରେ ଶିକ୍ଷା ନେଲେ । ପରେ ନିଜେ ଉନ୍ନତମାନର ଚାଷ କରି ସଫଳତା ପାଇବା ପରେ ଅନ୍ୟକୁ ମଧ୍ୟ ଶିଖାଇବା ଆରମ୍ଭ କଲେ । କଟକ ଵଡମ୍ବା ଵ୍ଲକର ମଙ୍ଗରାଜପୁର ଗାଁର ଚାଷୀ ଚୈତନ୍ୟ ମୁଦୁଲିଙ୍କ ଏପରି କାର୍ଯ୍ୟ ଚର୍ଚ୍ଚାରେ ଥିବା ବେଳେ ଏବେ ସିଧା ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସର୍ବଭାରତୀୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଵା ପାଇଁ ଚୈତନ୍ୟଙ୍କୁ ନିମନ୍ତ୍ରଣ ଆସିଛି ।

  • ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଯିବେ ଚାଷୀ ଚୈତନ୍ୟ ମୁଦୁଲି । ଏଥିପାଇଁ ପୋଷ୍ଟାଲ ମାଧ୍ୟମରେ ତାଙ୍କୁ ନିମନ୍ତ୍ରଣ ପତ୍ର ଆସିଛି । ରାଷ୍ଟ୍ରପତି ଭବନରୁ ତାଙ୍କୁ ନିମନ୍ତ୍ରଣ ହୋଇଛି । ଯେଉଁଥିରେ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ସାମିଲ ହେବାକୁ ଉଲ୍ଲେଖ ରହିଛି । ନିମନ୍ତ୍ରଣ ପତ୍ରଟିକୁ ପାଇବା ପରେ ଚୈତନ୍ୟଙ୍କ ଖୁସି କହିଲେ ନସରେ । କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଷୟିକ ଜ୍ଞାନକୌଶଳକୁ ବିଭିନ୍ନ ଗାଁ, ପଞ୍ଚାୟତ ଓ ବ୍ଲକର ଚାଷୀମାନଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଚାଷୀଙ୍କୁ ଉନ୍ନତମାନର ଚାଷ ପ୍ରଣାଳି ଶିଖାଇ ଚର୍ଚ୍ଚାରେ ଥିଲେ ଚୈତନ୍ୟ ।

ଶିଖାଉଛନ୍ତି ଜୈବିକ ଚାଷ, କଟକ ଚାଷୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବର୍ଜ୍ୟବସ୍ତୁ ସଂଗ୍ରହରୁ ମନ କି ବାତ, କେନ୍ଦ୍ରାପଡାର କମଳା ଯିବେ ଦିଲ୍ଲୀ - KAMALA MOHARANA

ଏହା ମଧ୍ୟ ପଢନ୍ତୁ-ଦାଦନ ଗଡର ସଫଳ ଚାଷୀ ମନ୍ମୟ, ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣା - SUCCESSFUL FARMER MANMAYA

  • ଜୈବିକ ପ୍ରଣାଳିରେ ଚାଷ ଶିଖାଉଛନ୍ତି ଚୈତନ୍ୟ:

୨୦୦୦ ମସିହାରୁ ଅନ୍ୟ ଚାଷୀଙ୍କ ଚାଷ କରି ଆସୁଥିଲେ ଚୈତନ୍ୟ। ୨୦୧୨ ମସିହାରୁ ଵଡମ୍ବା, ନରସିଂହପୁର ଓ ତିଗିରିଆ ଅଞ୍ଚଳର ଚାଷୀ ମାନଙ୍କ ପାଖରେ ଉନ୍ନତ କୃଷି ଜ୍ଞାନକୌଶଳ ପହଞ୍ଚାଇଵା ପାଇଁ ଅବିରତ ଭାବେ ଚେଷ୍ଟା କରି ଆସୁଛନ୍ତି। କଟକରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ଚୈତନ୍ୟ ଆଧୁନିକ ପ୍ରଣାଳୀରେ ଧାନ ଚାଷ ସହ ବିଭିନ୍ନ ପନିପରିବା ଚାଷ କରି ନିଜ ଅଞ୍ଚଳରେ ଏକ ଉଦାହରଣ ପାଲଟିଥିଲେ। ପରେ ନିଜେ ଶିଖିଥିବା ଜ୍ଞାନ କୌଶଳକୁ ଚୈତନ୍ୟ ଆଖପାଖ ଗାଁର ଅନ୍ୟ ଚାଷୀ ମାନଙ୍କୁ ଶିଖାଇଵା ଆରମ୍ଭ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ହଜାର ହଜାର ଚାଷୀଙ୍କ ପାଖରେ ଉନ୍ନତ ଜ୍ଞାନ କୌଶଳ ପହଞ୍ଚାଇ ଉତ୍ପାଦକତା ବଢ଼ାଇବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି ଚୈତନ୍ୟ ମୁଦୁଲି।

ଶିଖାଉଛନ୍ତି ଜୈବିକ ଚାଷ, କଟକ ଚାଷୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ
ଶିଖାଉଛନ୍ତି ଜୈବିକ ଚାଷ, କଟକ ଚାଷୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ (ETV BHARAT ODISHA)

ମହିଳାଙ୍କୁ ଶିଖାଇଛନ୍ତି ଚାଷ :

ନିଃସ୍ୱାର୍ଥପର ଭାବେ ଚୈତନ୍ୟ ଅନ୍ୟ ଚାଷୀମାନଙ୍କୁ କୌଶଳ ଯୋଗାଇଵା ସହ ଜୀବିକା ମିଶନ ଜରିଆରେ ମହିଳାମାନଙ୍କ ଅପପୁଷ୍ଟି ରୋକିଵା ପାଇଁ ଉଲ୍ଲେଖନୀୟ କାମ କରୁଛନ୍ତି । 5ରୁ 7 ହଜାର ମହିଳାଙ୍କୁ ସେ ଚାଷ କାମ ଶିଖାଇଛନ୍ତି । ବର୍ତ୍ତମାନ ଚୈତନ୍ୟ ଧାନ, ବିରି ମୁଗ, ଟମାଟୋ, ଲଙ୍କା, କାକୁଡି, କୋବି, କଖାରୁ, ଶାଗ, ପିଆଜ, ଧନିଆ ଇତ୍ୟାଦି ଚାଷ କରୁଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚୈତନ୍ୟ ଯାହା କିଛି ଚାଷ କରୁଛନ୍ତି ଵା ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଜୈଵିକ ଓ ପ୍ରାକୃତିକ ପଦ୍ଧତି ଆଧାରିତ । ରାଷ୍ଟ୍ରପତି ଭଵନରୁ ନିମନ୍ତ୍ରଣ ପାଇଵା ପରେ ନାମମାତ୍ର ଚାଷୀ ଚୈତନ୍ୟଙ୍କ ଖୁସି ଦୁଗୁଣିତ ହୋଇଛି । ଆଜି କଟକର ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଆସିଥିଲା ବେଳେ ନିଜର ଖୁସି ଜାହିର କରିଛନ୍ତି ଚୈତନ୍ୟ । କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ଏବେ ଚୈତନ୍ୟଙ୍କୁ ନେଇ ରାଷ୍ଟ୍ରପତି ଭଵନ ଯିଵା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ତାଙ୍କର ଏହି କର୍ତ୍ତବ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ ଓ ସେ ଆଗାମୀ ଦିନରେ ଓଡି଼ଶାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଯୋଗ୍ୟ ବୋଲି କଟକ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡକ୍ଟର ରଞ୍ଜନ ମହାନ୍ତ କହିଛନ୍ତି ।

ଚୈତନ୍ୟ ଏନେଇ କହିଛନ୍ତି, '' 2005ରୁ 12 ମଧ୍ୟରେ ଗୋଟିଏ ଅନୁଷ୍ଠାନରେ ଜୈବିକ ପଦ୍ଧତିରେ କେମିତି ଚାଷ ହୁଏ ସେଠାରେ ବିନା ପାଉଣରେ ଚାଷ କରୁଥିଲି । ପରେ 2012ରେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିକି ଦେଖିଲି ଏଠାରେ ଉନ୍ନତ ଜ୍ଞାନ କୌଶଳ ଅଛି । ଯଦି ଏହାକୁ ମୁଁ ଆପଣାଇବି ତେବେ ଅନ୍ୟମାନଙ୍କୁ ଶିଖାଇ ପାରିବି ଭାବିଲି । ଏଠାରେ ବିଭିନ୍ନ ଜ୍ଞାନକୌଶଳ ଶିଖିବା ପରେ ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଆସିଥିଲି । ଏଠାରେ 50 ପ୍ରକାର ବିହନ ପାଇଲି । ତାକୁ ନେଇ ନିଜେ ଚାଷ କରିବା ସହ ଗ୍ରାମର କିଛି ଲୋକଙ୍କୁ ସାମିଲ କଲି । ପରେ ଦେଖିଲି ଏହା ଦ୍ବାର ଆୟ ଅଧିକ ଓ ଖର୍ଚ୍ଚ କମ ହେଉଛି । ତେଣୁ ଧିରେ ଧିରେ ବକ୍ଲରେ ମଧ୍ୟ ଚାଷୀଙ୍କୁ ଏ ବିଷୟରେ କହିଲି । ମୋର ଲକ୍ଷ୍ୟ ନିଜେ ଉପକୃତ ହେବା ସାଙ୍ଗରେ ଅନ୍ୟ ଚାଷୀ ମାନଙ୍କୁ କରାଇବା । ଓଡ଼ିଶା ଜୀବନ ଜୀବିକା ମିଶନରେ 2016 ରେ କାମ କରି ମାଆ ମାନଙ୍କୁ ପୁଷ୍ଟିହୀନତା ପାଇଁ ବିନା ସାର ଓ ଔଷଧରେ ପନିପରିବା କରିବା ଶିଖାଇଲି । 5ରୁ 7 ହଜାର ମହିଳାଙ୍କୁ ଶିଖାଇଲି । ସେମାନେ ମଧ୍ୟ ଉପକୃତ ହେଲେ, ଆଗକୁ ଏହି ପ୍ରୟାସ ଜାରି ରହିବ । ମୋର 20 ପ୍ରକର ଫସଲ ଗୋଟିଏ ଜାଗାରେ ଅଛି । ''

କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ରଞ୍ଜନ ମହାନ୍ତ କହିଛନ୍ତି, ''ଚୈତନ୍ୟଙ୍କ ଏକ ଏକର ଜମି ଅଛି । କୃଷି ବିଜ୍ଞାନ କେନ୍ଦ୍ର ସହ ଜଡିତ ହେବା ପରେ ବିଭିନ୍ନ ପ୍ରକାର ଚାଷ ଜ୍ଞାନ କୌଶଳ ଶିଖିଲେ । ଭଳ ଧାନ କିସମକୁ ନେଇ ଚାଷ କଲେ । ଯେଉଁ ବିହନ ଭଲ ହେଲା ତାକୁ ନେଇ ସ୍ଥାନୀୟ ଲୋକଙ୍କୁ ଦେଲେ, ପୁରା କଟକ ଓ ଅନ୍ୟ ଜିଲ୍ଲାକୁ ମଧ୍ୟ ପଠାଇଲେ । ଗାଇ, ଛେଳି, କୁକୁଡା ପଡା ବିଭିନ୍ ପନିପରିବା, ଚିନା ବାଦାମ, ତୈଳବିଜ ଡାଲି ଜାତୀୟ ଫସଲ ମଧ୍ୟ ଚାଷ କରୁଛନ୍ତି । ''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.