ଭୁବନେଶ୍ବର:ରାଜ୍ୟରେ ମେଣ୍ଟ କଥାକୁ ଖଣ୍ଡନ କଲେ ମନମୋହନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମନମୋହନଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ମନ ଗଢା କାହାଣୀ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନ କହିଛନ୍ତି, "ରାଜ୍ୟରେ ବିଜେପି ଏକାକୀ ବିଜେପି ଲଢ଼ିବ ଓ ସରକାର ଗଢିବ ଏଥିରେ କୌଣସି ଦ୍ୱିମତ ନାହିଁ । ଚର୍ଚ୍ଚା ଆଲୋଚନା ଚାଲିଛି ହେଲେ ଏଥିରେ କୌଣସି ସ୍ପଷ୍ଟତା ନାହିଁ।"
ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନ ପ୍ରସ୍ତୁତିକୁ ନେଇ ଦିଲ୍ଲୀରେ ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଯାଇଥିଲୁ । ନିର୍ବାଚନ ପ୍ରସ୍ତୁତି ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ଶୀର୍ଷ ନେତୃବୃନ୍ଦମାନେ ଦିଲ୍ଲୀରେ ଓଡ଼ିଶାରେ ମେଣ୍ଟ ସରକାର ନେଇ କୌଣସି ଆଲୋଚନା କି ଚର୍ଚ୍ଚା କରିନାହାନ୍ତି । ମୁଁ ଆଗରୁ ମଧ୍ୟ ଏ ବିଷୟରେ ସ୍ପଷ୍ଟ କରିଛି । ଦିଲ୍ଲୀରେ ଓଡ଼ିଶାରେ ଓ କେନ୍ଦ୍ରରେ କିଭଳି ବିଜେପି ସରକାର ଗଢିବ କେବଳ ସେହି ସମ୍ବନ୍ଧରେ ଆଲୋଚନା ହୋଇଛି । ଏଣୁ ମେଣ୍ଟକୁ ନେଇ କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଢିବ । ମେଣ୍ଟକୁ ନେଇ ମନଗଢା କାହାଣୀ କୁହାଯାଉଛି ।"
ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନ: ଫର୍ମୁଲା ରିପିଟ୍ କରିବ ବିଜେଡି, 'ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ'