ଓଡିଶା

odisha

ETV Bharat / politics

ବିଜେଡିର ମିଶ୍ରଣ ପର୍ବ: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାଙ୍କ ଯୋଗଦାନ - BJD Joining Programme - BJD JOINING PROGRAMME

BJD Joining Programme: ଆଜି ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେଡିର ମିଶ୍ରଣ ପର୍ବ: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାଙ୍କ ଯୋଗଦାନବିଜେଡିର ମିଶ୍ରଣ ପର୍ବ: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାଙ୍କ ଯୋଗଦାନ
ବିଜେଡିର ମିଶ୍ରଣ ପର୍ବ: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାଙ୍କ ଯୋଗଦାନ

By ETV Bharat Odisha Team

Published : Apr 2, 2024, 10:39 PM IST

ବିଜେଡିର ମିଶ୍ରଣ ପର୍ବ: ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତାଙ୍କ ଯୋଗଦାନ

ଭୁବନେଶ୍ବର: ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ବିଜୁ ଜନତା ଦଳର ଶକ୍ତି । ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM SP

ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ମୋହନା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି । ଏହି ଅବସରରେ ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ପ୍ରଭାବିତ ହୋଇଛୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ପ୍ରୟାସ କରୁଛନ୍ତି । ଏ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ବ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରୁତୁରାଜ ସାହୁ, ନୂଆଗଡ଼ ବ୍ଲକ କଂଗ୍ରେସ ଜିଲ୍ଲାପରିଷଦ ସଦସ୍ୟ ରାଜୀବ ଦୋରା, ନୂଆଗଡ଼ ବ୍ଲକ ଉପାଧ୍ୟକ୍ଷ ନିହିମିଆ ରାଇତା, ପୂର୍ବତନ ସରପଞ୍ଚ ଜୟସେନ ଦୋରା, ନାଏବ ସରପଞ୍ଚ ଯୋଶେଫ ଗମାଙ୍ଗ, ୱାର୍ଡ଼ ମେମ୍ବର ଅସୀମା ଗମାଙ୍ଗ, ପ୍ରଶାତ ମଣ୍ଡଳ, ସୁରତା ରାଇତା, ପିତାମ୍ବର ନାୟକ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ମଧୁ ମଣ୍ଡଳ, ସରପଞ୍ଚ ଉଦୀପା ମଣ୍ଡଳ, ର୍ପୂବତନ ବିଜେପି ଜିଲ୍ଲାପରିଷଦ ସଦସ୍ୟା ନନ୍ଦିନୀ ସାମଲ, ବିଜେପି ନେତା ହରି ଚନ୍ଦ୍ର ବୁମଲା, ପ୍ରଫୁଲ୍ଲ କୁମାର ରାଇତା, ଲବାଗୋ ଦଳାଇ, ଆୟୁଷ୍ମାନ ପରିଛା, ପୂର୍ବତନ ସରପଞ୍ଚ ତାରଣୀ ନାୟକ, ବିଜେପି କର୍ମୀ ମୋହନା ଗୌଡ଼ଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details