ଓଡିଶା

odisha

ETV Bharat / politics

ସମାଜବାଦୀ ପାର୍ଟିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଆଜମ ଖାନ - Samajwadi Party - SAMAJWADI PARTY

Lok Sabha polls: ସମାଜବାଦୀ ପାର୍ଟିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଆଜମ ଖାନ । ଅଧିକ ପଢନ୍ତୁ

ସମାଜବାଦୀ ପାର୍ଟିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଆଜମ ଖାନ
ସମାଜବାଦୀ ପାର୍ଟିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଆଜମ ଖାନ

By ETV Bharat Odisha Team

Published : Mar 28, 2024, 10:57 PM IST

ଲକ୍ଷ୍ନୌ:‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ଭାବେ କଂଗ୍ରେସ ସହ ଆସନ ବୁଝାମଣା କରି ନିର୍ବାଚନ ଲଢୁଥିବା ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି ଆଜି 40 ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏଥିରେ ନିଜେ ଦଳ ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ରାମଗୋପାଲ ଯାଦବ, ଜୟା ବଚ୍ଚନ, ଡିମ୍ପଲ ଯାଦବ ଏବଂ ଶିବପାଲ ସିଂ ଯାଦବ ପ୍ରମୁଖ ଅଛନ୍ତି । ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଯେ ଜେଲରେ ଥିବା ଦଳର ନେତା ମହମ୍ମଦ ଆଜାମ ଖାନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେ ଏବେ ଜେଲରେ ଅଛନ୍ତି । ତାଙ୍କ ସଭ୍ୟପଦ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହୋଇସାରିଛି । କେବଳ ସେ ନୁହନ୍ତି ବରଂ ତାଙ୍କୁ ପୁଅଙ୍କ ବିଧାୟକ ପଦ ମଧ୍ୟ ରଦ୍ଦ ହୋଇସାରିଛି ।

ନିକଟରେ ସପା ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଅଙ୍କ ଛିଡିଛି । କଂଗ୍ରେସ ରାଜ୍ୟରେ ମାତ୍ର 17 ଟି ଆସନରେ ପ୍ରାର୍ଥୀ ଦେବ । ଅବଶିଷ୍ଟ ଆସନରେ ସାମଜବାଦୀ ପାର୍ଟି ହିଁ ପ୍ରାର୍ଥୀ ଦେବ । ତେବେ କଂଗ୍ରେସ ଏହି ସର୍ତ୍ତ ବାଧ୍ୟତାମୂଳକ ଭାବେ ଗ୍ରହଣ କରିବା ପରେ ସପା ପ୍ରାର୍ଥୀ ଦେବା ପ୍ରକ୍ରିୟା ଜାରି ରଖିଛି । ତେବେ ଆଜି ଦଳ ଘୋଷଣା କରିଥିବା ତାରକା ପ୍ରଚାରକ ତାଲିକାରେ ଆଜମଙ୍କ ପରି ଜଣେ ବିବାଦୀୟ ନେତାଙ୍କୁ ସ୍ଥାନ ଦେବାକୁ ନେଇ ବିଜେପି ଓ ଅନ୍ୟ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆସନ ବିବାଦର ଅନ୍ତ, ଉତ୍ତର ପ୍ରଦେଶରେ ଏକାଠି ଲଢିବେ କଂଗ୍ରେସ-ସପା

2022 ଅକ୍ଟୋବର 27 ତାରିଖରେ ଅନ୍ୟ ଏକ ହେଟସ୍ପିଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆଜମ । ତାଙ୍କୁ 3 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଏହି ଦଣ୍ଡାଦେଶ ପରେ ତୁରନ୍ତ ଆଜମଙ୍କ ବିଧାୟକ ସଭ୍ୟପଦ ରଦ୍ଦ ହୋଇଥିଲା । ହେଲେ ଗତବର୍ଷ ମେ’ 24 ତାରିଖରେ ତଳକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଆଜମ ଖାନ କରିଥିବା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି MP/MLA କୋର୍ଟ ତଳକୋର୍ଟଙ୍କ ଦଣ୍ଡାଦେଶକୁ ରଦ୍ଦ କରିଦେଇଥିଲେ । ହେଲେ ତଳ କୋର୍ଟଙ୍କ ଦଣ୍ଡାଦେଶରେ ସଭ୍ୟପଦ ହରାଇଥିବା ଆଜମଙ୍କ ସଭ୍ୟପଦ ଫେରିପାଇବା ସମ୍ଭବ ନଥିଲା । ତାଙ୍କ ବଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଅନ୍ୟ କିଛି ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details