ଓଡିଶା

odisha

ଆଜି ଦିଲ୍ଲୀ ଗଲେ ଓଡିଶାର 20 ବିଜେପି ସାଂସଦ, କାଲି ଦଳର ସଂସଦୀୟ ଦଳ ବୈଠକ - BJP ALL MP TO VISIT DELHI

By ETV Bharat Odisha Team

Published : Jun 6, 2024, 11:16 AM IST

Updated : Jun 6, 2024, 4:32 PM IST

All BJP newly elected mp called to New Delhi: ନବନିର୍ବାଚିତ ସମସ୍ତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା । କାଲି ବସିବ ଦଳର ସଂସଦୀୟ ପାର୍ଟି ବୈଠକ । 8 ତାରିଖରେ ଶପଥ ନେଇପାରନ୍ତି ମୋଦି । ଅଧିକ ପଢନ୍ତୁ

ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ପାର୍ଟିର ସଂସଦୀୟ ବୋର୍ଡ ବୈଠକ
ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ପାର୍ଟିର ସଂସଦୀୟ ବୋର୍ଡ ବୈଠକ (ETV Bharat Odisha)

ଭୁବନେଶ୍ବର:ନବନିର୍ବାଚିତ ଦଳୀୟ ସାଂସଦମାନଙ୍କୁ ଦିଲ୍ଲୀ ଡାକିଲା ବିଜେପି । ଆଜି ଦିଲ୍ଲୀ ଗଲେ ଓଡ଼ିଶାର 20 ବିଜେପି ସାଂସଦ । ଆସନ୍ତାକାଲି (ଶୁକ୍ରବାର) ଦଳର ସଂସଦୀୟ ପାର୍ଟି ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା ପାର୍ଟି’ର ପ୍ରଥମ ସଂସଦୀୟ ପାର୍ଟି ବୈଠକ । ଏଥିରେ ଦେଶର ସମସ୍ତ ନବନିର୍ବାଚିତ ବିଜେପି ବିଧାୟକମାନେ ଅଂଶଗ୍ରହଣ କରିବେ । ନିର୍ବାଚିତ ସାଂସଦଙ୍କ ସହ ଦଳର ଅନେକ ଶୀର୍ଷ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି । ଆଜି ସଂଧ୍ୟାରେ ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରୀୟ ନେତାମାନଙ୍କ ସହ ଭେଟଘାଟ ଓ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ଦଳର ସଂସଦୀୟ ବୋର୍ଡ ବୈଠକ (ETV Bharat Odisha)

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିସାରିଛନ୍ତି । ସେ ଏବେ ସାମ୍ବିଧାନିକ ପରମ୍ପରା ଅନୁସାରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି । ଆସନ୍ତାକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବୈଠକ ମଧ୍ୟ ବସିବ । ଏହା ପରେ ‘ଏଡିନଏ’ ମେଣ୍ଟ ମୋଦିଙ୍କୁ ନେତା ନିର୍ବାଚିତ କରିବା ସହ ସରକାର ଗଠନ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଔପଚାରିକ ଭାବେ ଦାବି ଜଣାଇବ । ତେବେ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଚଳିତ 8 ତାରିଖରେ ଶପଥ ନେବାକୁ ସମୟ ସ୍ଥିର ହୋଇଥିଲା । ହେଲେ ଏହା ‘ଏନଡିଏ’ର ବୈଠକ କାରଣରୁ ସାମାନ୍ୟ ବିଳମ୍ବ ମଧ୍ୟ ହେବା ନେଇ ଅନୁମାନ କରାଯାଉଛି ।

ଆଜି ଦିଲ୍ଲୀ ଯିବେ ଓଡିଶାର 20 ବିଜେପି ସାଂସଦ (ETV Bhart Odisha)

ଏହା ମଧ୍ୟ ପଢନ୍ତୁ :- 8ରେ ମୋଦିଙ୍କ ଶପଥ ! ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ, ଫୋନରେ କଥା ହେଲେ ବାଇଡେନ୍ - Modi invites world leaders

ଓଡିଶା ମୁଖ୍ଯମନ୍ତ୍ରୀ ପଦ ନେଇ ମଧ୍ୟ ହୋଇପାରେ ଆଲୋଚନା !

ଦଳର ସମସ୍ତ ନିର୍ବାଚିତ ଓଡିଆ ସାଂସଦ ଓ ରାଜ୍ୟର ତୁଙ୍ଗ ନେତାଙ୍କ ସହ ଏହି ନିଷ୍ପତ୍ତି ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୋଇପାରେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ 10 ତାରିଖରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିସାରିଛନ୍ତି । ବିଜେପି ରାଜ୍ୟରେ ସ୍ପଷ୍ଟ ବହୁମତ ପାଇବା ପରେ କି’ଏ ମୁଖ୍ୟମନ୍ତ୍ରୀ ହେବ,ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି । ଏକାଧିକ ବରିଷ୍ଠ ସମ୍ଭାବ୍ୟ ଚେହେରା ଚର୍ଚ୍ଚାରେ ଥିଲେ ମଧ୍ୟ ଏହି ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ନ୍ୟସ୍ତ ରହିଛି । ଏହା ମଧ୍ୟ ଆସନ୍ତାକାଲିର ଆଲୋଚନାରେ ସ୍ଥାନ ପାଇପାରେ । ଦିଲ୍ଲୀରୁ ବିଜେପି ନେତା ଫେରିବା ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 4:32 PM IST

ABOUT THE AUTHOR

...view details