ବେଙ୍ଗାଲୁରୁ/ମୁମ୍ବାଇ:ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଆଜି 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ନିଜର ନେତା ବାଛିବାକୁ ସମସ୍ତେ ଆପ୍ରାଣ ପ୍ରଣେ ଉଦ୍ୟମ କରିଛନ୍ତି । ଆଉ ନିଜ ମତଦାନ ଦେଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ବେଙ୍ଗାଲୁରୁରେ ଜଣେ ରୋଗୀ ଷ୍ଟ୍ରେଚର, ଅକ୍ସିଜେନ ସର୍ପୋଟରେ ନିଜ ପୋଲିଂ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ସେହିପରି ମୁମ୍ବାଇରେ ଜଣେ ବ୍ୟକ୍ତି ମାଙ୍କଡ଼ ସହ ପୋଲିଂ ବୁଥରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
ଷ୍ଟ୍ରେଚର ସହ ପୋଲିଂ ବୁଥରେ ବୃଦ୍ଧା:- ବିକାଶ ଧାରାରେ ଅଗ୍ରଗତି କରୁଥିବା ଦେଶରେ ଭୋଟ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବା ନିଶ୍ଚିତ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ୟାହାର ମହତ୍ତ୍ବକୁ ବୁଝିଛନ୍ତି କର୍ଣ୍ଣାଟକର 78 ବର୍ଷୀୟ ବୃଦ୍ଧା । ଏହି ବୃଦ୍ଧା ଜଣକ ଏପ୍ରିଲ 23 ତାରିଖରେ ନିମୋନିଆ ରୋଗରେ ପୀଡ଼ିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ଅକ୍ସିଜେନ ସିଲିଣ୍ଡର ମାଧ୍ୟମରେ ଶ୍ବାସକ୍ରିୟା କରୁଛନ୍ତି । ତାଙ୍କ ଅକ୍ସିଜେନ ମାତ୍ରା 80% (ଜଣେ ସୁସ୍ଥ ବ୍ୟକ୍ତିଙ୍କ ଅକ୍ସିଜେନ ମାତ୍ରା 95% ରହିଥାଏ)କୁ ଖସି ଆସିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ସତ୍ତ୍ବେ ସେ ଭୋଟ ଦେବାକୁ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ।
ଏହା ବି ପଢନ୍ତୁ- ଭୋଟ ମାଗିବାକୁ ଯାଇ ବିରୋଧର ଶିକାର ହେଲେ ଦିଲ୍ଲୀପ ରାୟ