ଓଡିଶା

odisha

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅନୁଗୋଳରେ ସାଧାରଣ ସଭାରେ ଦେବେ ଯୋଗ - Prime Minister Modi Odisha Visit

By ETV Bharat Odisha Team

Published : May 14, 2024, 9:08 AM IST

Prime Minister Modi Odisha Visit: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ ୨୦ ତାରିଖରେ ଅନୁଗୋଳରେ ଏକ ଜନସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ୫୦ ହଜାର ଜନତା ହେବେ ସାମିଲ । ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଜାରି । ଅନ୍ୟପଟେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର । ଅଧିକ ପଢନ୍ତୁ..

Prime Minister Modi Odisha Visit
Prime Minister Modi Odisha Visit (Prime Minister Modi Odisha Visit)

Prime Minister Modi Odisha Visit (ETV Bharat Odisha)

ଢେଙ୍କାନାଳ:ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ତଥା ଅନୁଗୋଳ ଗସ୍ତର କାର୍ଯ୍ୟକ୍ରମ ରହିଛି । ଏନେଇ ଢେଙ୍କାନାଳ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଉମଧ୍ୟ କେନ୍ଦ୍ରୀୟ ନେତା ଅମିତ ଶାହ ଓ ଜେ ପି ନଡ୍ଡା ମଧ୍ୟ ଢେଙ୍କାନାଳ ଆସିପାରନ୍ତି ବୋଲି କୁହାଯାଇଛି ।

ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନ ପାଇଁ ରାଜ୍ୟକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ର ତଥା ଅନୁଗୁଳକୁ ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ସୋମବାର ସନ୍ଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର ଓ ମିଡିଆ ସେଲ ପ୍ରଭାରୀ ନବ କିଶୋର ଗୁରୁ ଉପସ୍ଥିତିରେ ଏହି ପ୍ରେସମିଟ ଅନୁଷ୍ଠିତ ହୋଇଛି । ଆସନ୍ତା ୨୦ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳ ପଞ୍ଚମହାଲା ସ୍ଥିତ ପଡିଆରେ ସକାଳ ୧୦ଟା ୧୫ମିନିଟ ସମୟରେ ଜନସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଏହି ସଭା ଅନୁଷ୍ଠିତ ହେବ । ଏଥିପାଇଁ ଢେଙ୍କାନାଳର ୪ଟି ବିଧାନସଭା ମଣ୍ଡଳୀରୁ ୫୦ହଜାର ଲୋକ ଯୋଗଦେବେ ।

ଏହାମଧ୍ୟ ପଢନ୍ତୁ.. ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପୁରୀରେ ରୋଡ଼ ସୋ, ଅନୁଗୋଳ ଓ କଟକରେ ବିଶାଳ ଜନସଭା - PM Modi To Visit Odisha Again

ଅପରପକ୍ଷରେ ଦିନ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଅମିତ ଶାହା ଓ ଜେପି ନଡ୍ଡାଙ୍କର ମଧ୍ୟ ଢେଙ୍କାନାଳ ଗସ୍ତର କାର୍ଯ୍ୟକ୍ରମ ରହିଥିବା ନେଇ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର ସୂଚନା ଦେଇଛନ୍ତି । ଆଉମଧ୍ୟ ବିଜେପି ସମ୍ୱଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମଧ୍ୟ ଢେଙ୍କାନାଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ନରେଶ ମହାପାତ୍ର । ଢେଙ୍କାନାଳ ଗସ୍ତ ସମୟରେ ଭି କେ ପାଣ୍ଡିଆନ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କାହିଁକି କରୁନାହାନ୍ତି ବୋଲି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ନରେଶ ମହାପାତ୍ର । ସେ କହିଛନ୍ତି, ଏଭଳି ମନ୍ତବ୍ୟକୁ ଜଣାପଡୁଛି ଯେ ବିଜେଡି ଭୟଭୀତ ହୋଇଯାଇଛି ଓ ବିଜେପି ଚଳିତ ଥର ରାଜ୍ୟରେ ସରକାର ଗଢ଼ିବ ବୋଲି ପ୍ରକାରନ୍ତରେ ବିଜେଡି ସ୍ୱୀକାର କରୁଛନ୍ତି । ସେ ଆଉମଧ୍ୟ କହିଛନ୍ତି, ପାଣ୍ଡିଆନ ଜଣେ ଅଣଓଡ଼ିଆ । ସେ ଓଡ଼ିଶାର ଅସ୍ମିତା ଓ ପରମ୍ପରା ବିଷୟରେ ସେ ଜାଣିବେ କେଉଁଠୁ ? ପାଣ୍ଡିଆନ ବିଳି ବିଳେଇ ହେଉଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details