ଓଡିଶା

odisha

ETV Bharat / politics

ନାମାଙ୍କନ ଭରିଲେ ବିଜେପି ଓ ବିଜେଡି ପ୍ରାର୍ଥୀ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ - Lok Sabha Election 2024 - LOK SABHA ELECTION 2024

BJP And BJD Candidates File Nomination: ଆଜି ବିଜେପି ଓ ବିଜେଡି ସାଂସଦ-ବିଧାୟକ ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ମା’ ମାଣିକେଶ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ପ୍ରାର୍ଥୀ ମାନେ । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ ବିଜେପି ଓ ବିଜେଡି ପ୍ରାର୍ଥୀ, ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ
ନାମାଙ୍କନ ଭରିଲେ ବିଜେପି ଓ ବିଜେଡି ପ୍ରାର୍ଥୀ, ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ

By ETV Bharat Odisha Team

Published : Apr 22, 2024, 5:50 PM IST

ନାମାଙ୍କନ ଭରିଲେ ବିଜେପି ଓ ବିଜେଡି ପ୍ରାର୍ଥୀ, ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ

ଭବାନୀପାଟଣା: ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାରେ ବିଜେପି ଓ ବିଜେଡି ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିବା ସହ ସମର୍ଥକ ମାନଙ୍କ ଉପସ୍ଥିତିରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ପୂଜା କରି ଓ ଆଶୀର୍ବାଦ ନେଇ ଉଭୟ ଦଳର ପ୍ରାର୍ଥୀମାନେ ପାଟ ପଟୁଆର ସହିତ ବାହାରିଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବାଜା ବଜାଇ ସମର୍ଥକ ଓ କର୍ମୀଙ୍କ ସହିତ ସହର ପରିକ୍ରମା କରି ଉପଜିଲ୍ଲାପାଳ ଭବାନୀପାଟଣା ଅଫିସରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ ଜମୁଛି ନିର୍ବାଚନୀ ପ୍ରଚାର, ଶକ୍ତି ପ୍ରଦର୍ଶନ କରୁଛନ୍ତି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ - Election Campaign

କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ଦଳ ପ୍ରଥମ ମହିଳା ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରିଛି ଏବଂ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିକୁ ଆଧାର କରି ନିର୍ବାଚନ ଲଢିବୁ । ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା ସହ ଏଥର ୨୦୦ ପ୍ରତିଶତ ବିଜୟୀ ହେବେ ବୋଲି ଆଶା କରିଛନ୍ତି । ସେହିଭଳି ବିଜେପି ବିଧାୟକ ତଥା ଭବାନୀପାଟଣା ପାଇଁ ପ୍ରାର୍ଥୀ ଥିବା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ଗାଁରେ ହୋଇଥିବା ବିକାଶକୁ ଏବଂ ରହିଥିବା ସମସ୍ୟାକୁ ପ୍ରମୁଖ ମୁଦ୍ଦା ଭାବେ ଲଢିବୁ ଓ ଜିତିବୁ ।

ଏହା ମଧ୍ୟ ପଢନ୍ତୁ....୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ - CM NAVEEN PATNAIK

ସେହିପରି ବିଜେଡିର ଏକ ଶୋଭାଯାତ୍ରାରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ସଦର ବିଧାୟକ ପ୍ରାର୍ଥୀ ଲଳିତା ନାଏକ ଏବଂ ଲାଞ୍ଜିଗଡ଼ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ନାମାଙ୍କନ ଦାଖଲ କରିଥିଲେ । ବିଜେଡିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ କହିଛନ୍ତି ଯେ ଏଥର କଳାହାଣ୍ଡିର ଲୋକସଭା ସହିତ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟ ବିଜେଡି ଅକ୍ତିଆର କରିବ । ମୁଖ୍ୟମନ୍ତ୍ରୀଙ୍କ ଜନମଙ୍ଗଳ ଯୋଜନା ଓ କାର୍ଯ୍ୟକ୍ରମକୁ ଘର ଘର ପହଞ୍ଚାଇବୁ ଓ ନିର୍ବାଚନରେ ଯୋଡା ଶଙ୍ଖ ବିଜୟୀ ହେବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ଲମ୍ବୋଦର । ଭବାନୀପାଟଣାରୁ ବିଜେଡିର ମହିଳା ପ୍ରାର୍ଥୀ ଲଳିତା ନାଏକ କହିଛନ୍ତି ଯେ ଜନତାଙ୍କ ସମର୍ଥନ ବିଜେଡି ସହ ରହିଛି ଓ ଭବାନୀପାଟଣାରେ ଏଥର ଶଙ୍ଖନାଦ ହେବ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details