ଓଡିଶା

odisha

By ETV Bharat Odisha Team

Published : May 18, 2024, 8:57 AM IST

ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭଣ୍ଡାରିପୋଖରୀରେ କଂଗ୍ରେସର ବିଶାଳ ମହିଳା ସମାବେଶ - congress Meeting in Bhadrak

Congress Meeting in Bhadrak: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ କଂଗ୍ରେସ ପକ୍ଷରୁ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ ।

Congress Meeting in Bhadrak
Congress Meeting in Bhadrak (ETV Bharat Odisha)

Congress Meeting in Bhadrak (ETV Bharat Odisha)

ଭଦ୍ରକ: କଂଗ୍ରେସର ବିଶାଳ ମହିଳା ସମାବେଶ । ଆସନ୍ତା 19 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଭଣ୍ଡାରିପୋଖରୀର ବୟାଁବନାପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଭାନୁପୁର ମହାଦେବ ମନ୍ଦିର ପଡ଼ିଆଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ ନେତା ତଥା 10 ହଜାରରୁ ଉର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିଲେ ।

କଂଗ୍ରେସ ଦଳ କ୍ଷମତାକୁ ଆସିଲେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବ ବୋଲି କହିବା ସହ ବିଜେଡି ଉପରେ ବର୍ଷିଥିଲେ ସମାବେଶରେ ଉପସ୍ଥିତ ନେତୃତ୍ବମାନେ । ମହିଳାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନମୂଳକ ଯୋଜନା କଂଗ୍ରେସ ହାତକୁ ନେବ ବୋଲି କହିଥିଲେ ଭଣ୍ଡାରିପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଉପସ୍ଥିତ ମହିଳା ନେତୃତ୍ବ ଉଦବୋଧନ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକ ଲୋକସଭା ଆସନ: ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - BHADRAK LOK SABHA CONSTITUENCY

ଅନ୍ୟପକ୍ଷରେ ଜନ ସଂଖ୍ୟାର ଅଧା ପ୍ରତିଶତ ଯେହେତୁ ମହିଳା ଅଛନ୍ତି, ତେଣୁ ସମସ୍ତ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ 50% ଆରକ୍ଷଣ ପ୍ରଦାନ କରିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି ବିଶାଳ ମହିଳା ସମାବେଶରେ କଂଗ୍ରେସର ନେତୃବୃନ୍ଦ କହିଥିଲେ । ଏଥିସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ରାଜନୈତିକ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ କଂଗ୍ରେସ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ପତ୍ରରେ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଆଶୀର୍ବାଦ କରିବା ପାଇଁ ଉଭୟ ବିଧାୟକ ଏବଂ ସଂସାଦ ପ୍ରାର୍ଥୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଅନୁଷ୍ଠିତ ଏହି ବିଶାଳ ମହିଳା ସମାବେଶରେ ନିବେଦନ କରିଥିଲେ ।

ଏହି ମହିଳା ସମାବେଶରେ ଯୋଗ ଦେବା ପାଇଁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ମହିଳାମାନେ ଆସିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ନବୀନଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ କଂଗ୍ରେସର ଏହି ବିଶାଳ ମହିଳା ସମାବେଶକୁ ନେଇ ଭଣ୍ଡାରିପୋଖରୀ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢୁଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସରୁ ଲଢୁଛନ୍ତି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details