ଓଡିଶା

odisha

ETV Bharat / politics

ଭଣ୍ଡାରିପୋଖରୀରେ ବିଜେଡିର ଗୁଣ୍ଡାଗର୍ଦ୍ଦି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା କଂଗ୍ରେସ - CONGRESS TARGET BJD

Lok Sabha election 2024: କଂଗ୍ରେସ ଅଫିସ ଓ ଅନ୍ୟ ସ୍ଥାନରେ ଚଢାଉ କରିବା ପାଇଁ ପ୍ରଶାସନ ଓ ନିର୍ବାଚନୀ ଟିମ୍‌ ଉପରେ ଚାପ ପକାଉଛନ୍ତି ବିଜେଡି କର୍ମୀ । ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲା କଂଗ୍ରେସ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 29, 2024, 10:05 AM IST

Updated : May 29, 2024, 10:24 AM IST

ଭଣ୍ଡାରିପୋଖରୀରେ ବିଜେଡିର ଗୁଣ୍ଡାଗିରି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା କଂଗ୍ରେସ
ଭଣ୍ଡାରିପୋଖରୀରେ ବିଜେଡିର ଗୁଣ୍ଡାଗିରି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା କଂଗ୍ରେସ (ETV Bharat Odisha)

ଭଦ୍ରକ: ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ (ବିଜେଡି) ଗୁଣ୍ଡାଗିରି କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ଗତକାଲି (ମଙ୍ଗଳବାର) ରାତିରେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ନେତାଙ୍କ ଏକ ଟିମ୍‌ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଭଣ୍ଡାରିପୋଖରୀରେ ବିଜେଡିର ଗୁଣ୍ଡାଗିରି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା କଂଗ୍ରେସ (ETV Bharat Odisha)

ଅଭିଯୋଗ ଅନୁଯାୟୀ ଗତ କିଛିଦିନ ଧରି ଲଗାତର ଭାବେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳ ପ୍ରାର୍ଥୀଙ୍କ ପ୍ରରୋଚନାରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ହଇରାଣ ହରକତ କରାଯାଉଛି । ବିଳମ୍ବିତ ରାତିରେ ନିର୍ବାଚନ ଅଧିକାରୀ ଏବଂ ଫ୍ଲାଇଂ ସ୍କ୍ବାଡ ମିଳିତ ଭାବେ ଭଦ୍ରକ ସହର ମୋଟେଲ ଛକରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସମସ୍ତ ଗାଡିକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ଏହି ଯାଞ୍ଚ ବେଳେ ବିଜେଡି ଦଳର କିଛି ଗୁଣ୍ଡାଶ୍ରେଣୀର କର୍ଯ୍ୟକର୍ତ୍ତା ହୋହାଲ୍ଲା କରିଥିଲେ ଏବଂ ସେଠାରେ ଥିବା କଂଗ୍ରେସ ଅଫିସ ସହ ମାରୁତି ଶୋ’ରୁମକୁ ପୁନର୍ବାର ତନଖି ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ତେଣୁ ଚାପର ବଶବର୍ତ୍ତୀ ହୋଇ ପରଦିନ ପୁନର୍ବାର ନିର୍ବାଚନ ଅୟୋଗଙ୍କ ଅଧିକାରୀ ପୋଲିସ ପ୍ରଶାସନ ସହ ସେଠାକୁ ଆସି ଯାଞ୍ଚ କରିଥିଲେ । ହେଲେ ଏକ ନିଜସ୍ବ କୋଠାରେ ଥିବା ଅଫିସକୁ ଆସି ଯାଞ୍ଚ କରିବା ସମୟରେ ନିର୍ବାଚନ ଅଧିକାରୀଙ୍କ ସହ ବିଜେଡି ଦଳର ଗୁଣ୍ଡାଶ୍ରେଣୀୟ କର୍ମୀମାନେ ସେଠାରେ କାହିଁକି ପହଞ୍ଚିଥିଲେ । ଏହାକୁ କଂଗ୍ରେସ କାର୍ଯ୍ୟକର୍ତ୍ତା ବିରୋଧ କରିବାରୁ ବିଜେଡି କର୍ମୀ ସେମାନଙ୍କୁ ଧମକ ଚମକ ଦେଇଥିଲେ । ଯାହଦ୍ବାରା ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିନା ପ୍ରମାଣରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧଙ୍କ ଅଫିସ୍ ରେଡ କରିବା ସମ୍ପୂର୍ଣ୍ଣ ଅନୈତିକ । ତେବେ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ସମସ୍ତ ପ୍ରକାର ଯାଞ୍ଚ ପ୍ରକ୍ରିୟାକୁ ସ୍ବାଗତ କରୁଛି କଂଗ୍ରେସ, ହେଲେ ରାଜନୈତିକ ଅଭିଶନ୍ଧି ରଖି ବିରୋଧିଙ୍କୁ ନିର୍ବାଚନ ସମୟରେ ରୋକିବାକୁ କରାଯାଉଥିବା ପ୍ରୟାସକୁ ଦଳ ଦୃଢ ନିନ୍ଦା କରୁଛି ବୋଲି ନବଜ୍ୟୋତି କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : May 29, 2024, 10:24 AM IST

ABOUT THE AUTHOR

...view details