ଓଡିଶା

odisha

ETV Bharat / politics

ବାପାଙ୍କ ଗଡ଼ ଜିତିବେ ପୁଅ ! କଂଗ୍ରେସ ହାତକୁ ଫେରିବ କି ବେଗୁନିଆ ? - Begunia Assembly Constituency - BEGUNIA ASSEMBLY CONSTITUENCY

Begunia Bolagarh Assembly Constituency: ବାପାଙ୍କ ଗଡ଼ରେ ପ୍ରାର୍ଥୀ ହୋଇଛି ପୁଅ । ବାପାଙ୍କ ଭଳି ପୁଅକୁ ବି କ'ଣ ଭରସା କରିବେ ଜନତା । ଅଧିକ ପଢ଼ନ୍ତୁ

ବାପାଙ୍କ ଗଡ଼ ଜିତିବେ ପୁଅ ! କଂଗ୍ରେସ ହାତକୁ ଫେରିବ କି ବେଗୁନିଆ ?
ବାପାଙ୍କ ଗଡ଼ ଜିତିବେ ପୁଅ ! କଂଗ୍ରେସ ହାତକୁ ଫେରିବ କି ବେଗୁନିଆ ?

By ETV Bharat Odisha Team

Published : Apr 21, 2024, 4:40 PM IST

ବାପାଙ୍କ ଗଡ଼ ଜିତିବେ ପୁଅ ! କଂଗ୍ରେସ ହାତକୁ ଫେରିବ କି ବେଗୁନିଆ ?

ଖୋର୍ଦ୍ଧା: ଦିନେ ଏଠାରେ ବାପାର ଦବଦବା ଥିଲା । ଏଠାରୁ ବିଧାୟକ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭଳି ପଦ ସମ୍ଭାଳିଥିଲେ ବାପା । ଏବେ ପୁଅ ମଧ୍ୟ ବାପାଙ୍କୁ ଅନୁସରଣ କରୁଛନ୍ତି । ବାପାଙ୍କ ଗଡ଼ରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ପୁଅ । ଆଉ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲେଣି ପୁଅ ।


ଖୋର୍ଦ୍ଧା ଜିଲ୍ଲାର ବହୁଚର୍ଚ୍ଚିତ ବିଧାନସଭା ଆସନ ହେଉଛି ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଗତ ଦିନରେ ଏହି ଆସନରୁ ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ 2024 ନିର୍ବାଚନ ପାଇଁ ଏହି ଆସନରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଜାନକୀଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିଜ ପ୍ରଚାରକୁ ଯୋରଦାର କରିଛନ୍ତି ପୃଥ୍ଵୀ ବଲ୍ଲଭ ।

ଆଜି ବେଗୁନିଆର ପୂର୍ବତନ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 9ମ ଶ୍ରାଦ୍ଧ ଦିବସ । ବାପାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ପୁଅ । ଆଜିର ଦିନରେ ଜାନକୀଙ୍କ ପୁଅ ତଥା ବେଗୁନିଆ କଂଗ୍ରେସ ପାର୍ଥୀ ପୃଥ୍ଵୀ ବଲ୍ଲଭ ବେଗୁନିଆରେ ନିଜ ଦମ ଦେଖାଇଛନ୍ତି । ବେଗୁନିଆର ସାରୁଅ ଠାରୁ ବୋଲଗଡ଼ ଦିଘିରି ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରିଛନ୍ତି । ସକାଳୁ ସାରୁଅ ଠାରୁ କଂଗ୍ରେସର ଭୁବନେଶ୍ୱର ସାଂସଦ ପାର୍ଥୀ ସୟଦ ୟାସିର ନୱାଜଙ୍କୁ ସାଙ୍ଗରେ ନେଇ ହଜାର ହଜାର ସମର୍ଥକଙ୍କୁ ଏକାଠି କରି ନିଜ ଦମ ଦେଖାଇଛନ୍ତି ପୃଥ୍ଵୀ ବଲ୍ଲଭ । ଏକଦା ବାପାଙ୍କ ଗଡ଼ ଥିବା ବେଗୁନିଆ ବୋଲଗଡକୁ କିପରି ପୁଣିଥରେ ଫେରାଇ ଆଣିବେ ତାକୁ ନେଇ ପକ୍ରିୟା ଆରମ୍ଭ କରିଛନ୍ତି ପୃଥ୍ଵୀ ।

ଏହି ଅବସରରେ ପୃଥ୍ଵୀ ବଲ୍ଲଭ କହିଛନ୍ତି, "ବେଗୁନିଆ ବୋଲଗଡ଼ ଜନସାଧାରଣଙ୍କ ମନରେ କଂଗ୍ରେସ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । କଂଗ୍ରେସ କର୍ମୀମାନେ ଏଵେ ନିଜ ଘର ବାହୁଡା କରୁଛନ୍ତି । ବେଗୁନିଆ ବିଧାନସଭା କ୍ଷେତ୍ରରେ ପୁଣିଥରେ କଂଗ୍ରେସ ଲୋକଙ୍କ ଆସ୍ଥା ଜିତି ସତ୍ତାକୁ ଫେରିବ । ଏଠାରେ ଶାସନରେ ଥିବା ବିଜୁ ଜନତା ଦଳ ବିଧାନସଭା କ୍ଷେତ୍ରରେ ବିକାଶ ବଦଳରେ ନିଜ କର୍ମୀଙ୍କ ବିକାଶ କରିଛି । ତେଣୁ ଏଥର ବେଗୁନିଆ ଓ ବୋଲଗଡ଼ବାସୀ ଉଚିତ ଜବାବ ଦେବ ।"

ଏହା ମଧ୍ୟ ପଢ଼ନ୍ତୁ...ବାପାଙ୍କ ଗଡ଼କୁ ଫେରାଇ ଆଣିବି: ପୃଥ୍ବୀବଲ୍ଲଭ - Pruthvi Ballabh Patnaik

ସେହିପରି ଭୁବନେଶ୍ୱର କଂଗ୍ରେସ ସାଂସଦ ପାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି, "ବେଗୁନିଆ ମାଟିରୁ ସାରା ଓଡ଼ିଶାର ବିକାଶର ଧାରା ଆରମ୍ଭ ହୋଇଥିଲା । କଂଗ୍ରେସ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ,ଜଳସେଚନ କ୍ଷେତ୍ରରେ ବିକାଶ ହୋଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଆମଦାନୀ ନେତାଙ୍କୁ ଆଣି ବାହାବା ନେଉଛି । ବର୍ତ୍ତମାନ ଓଡିଶାବାସୀ ପରିବର୍ତ୍ତନ ଧାରାରେ ସାମିଲ ହେଉଛନ୍ତି । ଉଭୟ ବିଜେପି ଓ ବିଜେଡିରୁ ଲୋକ ମୁହଁ ଫେରାଉଛନ୍ତି ଓ ବିକଳ୍ପ ଭାବେ କଂଗ୍ରେସକୁ ବାଛୁଥିବା କହିଛନ୍ତି ।" ତେବେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ବିଜେପି କିମ୍ବା ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବା ବେଳେ ଆଜି କଂଗ୍ରେସର ବିଶାଳ ବାଇକ ରାଲି କଂଗ୍ରେସ କର୍ମକର୍ତ୍ତାଙ୍କ ଭିତରେ ଜୋସ ଭରିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details