ଓଡିଶା

odisha

ETV Bharat / politics

ତ୍ରୁଟି ଥିବା ଇଭିଏମ ହୋଇଛି ପରିବର୍ତ୍ତନ: ଅତିରିକ୍ତ ସିଇଓ - Additional CEO press meet - ADDITIONAL CEO PRESS MEET

Additional CEO Press Meet: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 79 ଲକ୍ଷ 69 ହଜାର 8 ଶହ 37 ଭୋଟର । ତ୍ରୁଟି ଥିବା ଇଭିଏମ ପରିବର୍ତ୍ତନ କରାଯାଇଥିବା ନେଇ ଅତିରିକ୍ତ ସିଇଓ କହିଛନ୍ତି । ଅଧିକ ପଢନ୍ତୁ

Additional CEO Press Meet
Additional CEO Press Meet (ETV Bharat Odisha)

By ETV Bharat Odisha Team

Published : May 20, 2024, 10:30 AM IST

Additional CEO Press Meet (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 79 ଲକ୍ଷ 69 ହଜାର 8 ଶହ 37 ଭୋଟର । ସକାଳ 5.30ରୁ ମକ ପୋଲ ପରେ ମତଦାନ ଜାରି ରହିଛି । ମକ ପୋଲ ସମୟରେ 40 ବାଲଟ ୟୁନିଟ, 60 କଣ୍ଟ୍ରୋଲ ୟୁନିଟ ଓ 125 ଭିଭିପାଟରେ ତ୍ରୁଟି ଥିବା ଜଣାପଡିଛି । ଏହାକୁ ପରିବର୍ତ୍ତନ କରାଯାଇଛି । 9162 ବୁଥରେ ଭୋଟର ମତଅଧିକାର ସାବ୍ୟସ୍ତ କରୁଛନ୍ତି ବୋଲି ଅତିରିକ୍ତ ସିଇଓ ଏନ ଥିରୁମାଲା ନାୟକ ।

ଦେଶର ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରୀ ରହିଛି । ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ରରେ ହେଉଛି ମତଦାନ । ଏହି 5 ସଂସଦୀୟ କ୍ଷେତ୍ର ଅନ୍ତର୍ଗତ 35 ବିଧାନସଭା କ୍ଷେତ୍ରର ମତଦାତା ମତାଧିକାର ସାବ୍ୟସ୍ତ କରୁଛନ୍ତି । 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାର୍ଥୀ ରହିଛନ୍ତି । 34 ଜଣ ପୁରୁଷ ଓ 6 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ରହିଛନ୍ତି । ସେଥିରୁ 224 ଜଣ ପୁରୁଷ ପ୍ରାର୍ଥୀ ଓ 41 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 5 ଲୋକସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 79 ଲକ୍ଷ 69 ହଜାର 8 ଶହ 37 ଜଣ । ମହିଳା ଭୋଟରଙ୍କ ସଂଖ୍ୟା 39 ଲକ୍ଷ 45 ହଜାର । ପୁରୁଷ ଭୋଟର 40 ଲକ୍ଷ 33 ହଜାର 992 । ତୃତୀୟ ଲିଙ୍ଗ ଭୋଟର 851 ।

ଏହାମଧ୍ୟ ପଢନ୍ତୁ.. ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆରମ୍ଭ ହେଲା ମତଦାନ, ସକାଳ 9ଟା ସୁଦ୍ଧା 6.86 % ମତଦାନ - ODISHA ELECTION 2024 SECOND PHASE



5 ଲୋକସଭା କ୍ଷେତ୍ରରେ 9162 ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରୁଛନ୍ତି । 1041 ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା ପୋଲିଂ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଛି । ଭିନ୍ନକ୍ଷମ ପୋଲିଂ ଅଧିକାରୀଙ୍କ ଦ୍ଵାରା 25ଟି ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । 1541 ଟି ମଡେଲ ପୋଲିଂ ଷ୍ଟେସନ ସ୍ଥାପନ ହୋଇଛି । 5 ଲୋକସଭା କ୍ଷେତ୍ରରେ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ସେଥିରେ ମାଓ ପ୍ରବଣ ଅଞ୍ଚଳରେ ଥିବା ଭୋଟ ସାମିଲ ରହିଛି । ଏଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଏପିଏଫ ନିୟୋଜିତ ହୋଇଛନ୍ତି । ସବୁଠାରୁ ଅଧିକ କନ୍ଧମାଳ 22 ସିଏପିଏଫ ନିୟୋଜିତ ହୋଇଛନ୍ତି । ଗଞ୍ଜାମରେ 20, ସୁନ୍ଦରଗଡରେ 16, ବଲାଙ୍ଗୀର ଓ ବରଗଡ଼ରେ 14 କମ୍ପାନୀ, ବୌଦ୍ଧ ଓ ଝାରସୁଗୁଡାରେ 5 କମ୍ପାନୀ, ସୁବର୍ଣ୍ଣପୁର 4 କମ୍ପାନୀ ଓ ନୟାଗଡ଼ରେ 2 କମ୍ପାନୀ ନିୟୋଜିତ ହୋଇଛନ୍ତି ।



ମାଓ ପ୍ରବଣ ଅଞ୍ଚଳ ଥିବାରୁ କିଛି ସ୍ଥାନରେ ଆଗୁଆ ମତଦାନ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ସିଇଓ । 71 ପ୍ରତିଶତ ମତଦାନ କେନ୍ଦ୍ରରେ 6 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ବୁଥ 9162 ବୁଥରୁ 6540 ବୁଥରେ 6 ଟା ଯାଏଁ ମତଦାନ ହେବ । 933 ପୋଲିଂ ବୁଥରେ 5 ଟାରେ ମତଦାନ ସରିବ । 1689 ମତଦାନ କେନ୍ଦ୍ରରେ 4 ଟା ରେ ମତଦାନ ସରିବ । ରାଜ୍ୟରେ ହିଟ ୱେବର ସ୍ଥିତି ରହିଛି । ସୁନ୍ଦରଗଡ଼ ଓ ଝାରସୁଗୁଡାରେ ତାପମାତ୍ରା କ୍ରମାଗତ ଭାବେ ବଢିବ । ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ, ଭିଭିପାଟ କମିଶନ ହୋଇ ମହଜୁତ ରହିଛି ବୋଲି କହିଛନ୍ତି ଏନ ଥିରୁମାଲା ନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details